Odia News Portal

ପଦ୍ମ ଛାଡି ଶଙ୍ଖ ଫୁଙ୍କିଲେ କାକଟପୁର ବିଜେପି ପ୍ରାର୍ଥୀ

ଭୁବନେଶ୍ବର : ପଦ୍ମ ଛାଡି ଶଙ୍ଖ ଫୁଙ୍କିଲେ କାକଟପୁର ବିଜେପି ପ୍ରାର୍ଥୀ ତୁଷାରକାନ୍ତି ବେହେରା। ଆଜି ସେ ନବୀନ ନିବାସରେ ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି। ତୁଷାରଙ୍କୁ ବିଜେପି କାକଟପୁର ବିଧାନସଭାରୁ ପ୍ରାର୍ଥୀ ଘୋଷଣା କରିଥିଲା।

ରାଜଧାନୀରୁ ପୁଣି ୩୨ଗ୍ରାମ ବ୍ରାଉନସୁଗାର ଜବତ

ଭୁବନେଶ୍ୱର : ରାଜଧାନୀ ପାଲଟିଛି ଅପରାଧୀଙ୍କ ପେଣ୍ଠସ୍ଥଳୀ । ଆଜି ପୁଣି ଅବକାରୀ ଗୁଇନ୍ଦା ବିଭାଗ ସହିଦନଗର ଥାନା ଅଂଚଳରୁ ୩୨ଗ୍ରାମ ବ୍ରାଉନସୁଗାର ଜବତ କରିଛି । ରାଜଧାନୀରେ ବାରମ୍ବାର ବ୍ରାଉନସୁଗାର ଜବତ ହେଉଛି । ଆଜି ଅବକାରୀ ଗୁଇନ୍ଦା ବିଭାଗ ସହିଦନଗର ଥାନା ଅଂଚଳରେ ଚଢାଉ କରି…

ଅନ୍ତର୍ଜାତୀୟ ସ୍ତରରେ ଚମକିଲେ ଓଡିଆ ମହିଳା

ଅନ୍ତର୍ଜାତୀୟ ସ୍ତରରେ ଚମକିଲେ ଓଡିଆ ମହିଳା । ମିସେସ ସେଣ୍ଟ୍ରାଲ ଏସିଆ ପାସିଫିକ ୟୁନିଭର୍ସ- ୨୦୧୯ରେ ଭୂଷିତ ହୋଇଛନ୍ତି ଓଡ଼ିଆ ମହିଳା ଅମିତା ପଣ୍ଡା। ନୂଆଦିଲ୍ଲୀରେ ଅନୁଷ୍ଠିତ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ତାଙ୍କୁ ମିସେସ ସେଣ୍ଟ୍ରାଲ ଏସିଆ ପାସିଫିକ ୟୁନିଭର୍ସ- ୨୦୧୯ କ୍ରାଉନରେ ସମ୍ମାନିତ…

ଟାଙ୍ଗୀରେ ରାଜନୈତିକ ହିଂସାକୁ ନେଇ ଗୁଳିମାଡ

ଟାଙ୍ଗୀ : ଟାଙ୍ଗୀରେ  ରାଜନୈତିକ ହିଂସାକୁ ନେଇ ଗୁଳିମାଡ ହୋଇଛି । ଗୁଳିମାଡରେ ଦୁଇ ଜଣ ଗୁରୁତର ହୋଇଛନ୍ତି ।ଗୁରୁତରଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି । ଟାଙ୍ଗୀ ବ୍ଲକ୍ କନ୍ତଳବାଇ ଛକ ନିକଟରେ ଗୁଳିମାଡ ହୋଇଛି । ଦୁଇ ଗୁରୁତର ହେଲେ ଶିବବ୍ରତ ପରିଡା ଓ ତାଙ୍କ ଖୁଡୀ ନଳିନୀ ପରିଡା ।…

ଆଜି ଆସୁଛନ୍ତି ବିଏସ୍‌ପି ସୁପ୍ରିମୋ ମାୟାବତୀ

ଭୁବନେଶ୍ବର : ଆଜି ଓଡ଼ିଶା ଆସୁଛନ୍ତି ବିଏସପି ସୁପ୍ରିମୋ ମାୟାବତୀ । ଭୁବନେଶ୍ବରରେ ଆୟୋଜିତ ଏକ ସାଧାରଣ ସଭାରେ ଯୋଗଦେବେ ମାୟାବତୀ । ବିଜେପି ଓ କଂଗ୍ରେସକୁ ଛାଡ଼ି ଅନ୍ୟ ଆଞ୍ଚଳିକ ଦଳଗୁଡ଼ିକ ଯେମିତି କେନ୍ଦ୍ରରେ ସରକାର ଗଢ଼ିବାରେ ମୁଖ୍ୟ ଭୂମିକା ତୁଲାଇବେ, ସେନେଇ ପ୍ରୟାସ କରୁଛନ୍ତି…

ବଗି ଛାଡି ପଳାଇଲା : ଦୁର୍ଘଟଣାରୁ ବର୍ତ୍ତିଗଲା ରାଜଧାନୀ ଏକ୍ସପ୍ରେସ

କଟକ  : ଦୁର୍ଘଟଣାରୁ ବର୍ତ୍ତିଗଲା ରାଜଧାନୀ ଏକ୍ସପ୍ରେସ । ବଗି ଛାଡି ପଳାଇଯାଇଛି ରାଜଧାନୀ ଏକ୍ସପ୍ରେସ୍‌ର ଇଞ୍ଜିନ । କଟକ କାଠଯୋଡି ପୋଲ ଉପରେ ବଗି ଛାଡି ଇଞ୍ଜିନ ପଳାଇଛି । ଫଳରେ ପୋଲ ଉପରେ ସମସ୍ତ ଏସି ବଗିଗୁଡିକ ଅଟକି ରହିଛି । ସୂଚନାଯୋଗ୍ୟ ଭୁବନେଶ୍ବରରୁ ଦିଲ୍ଲୀ ଅଭିମୁଖେ ଯାଉଥିବା…

କିଙ୍ଗସ୍‌ ଇଲେଭେନ୍‌ ପଞ୍ଜାବର ରୋମାଞ୍ଚକର ବିଜୟ

ଆଇପିଏଲ୍‌ରେ କିଙ୍ଗସ୍‌ ଇଲେଭେନ୍‌ ପଞ୍ଜାବର ରୋମାଞ୍ଚକର ବିଜୟ। ନିଶ୍ଚିତ ଜିତିବା ମ୍ୟାଚ୍‌ ହାରିଗଲା ଦିଲ୍ଲୀ କ୍ୟାପିଟାଲ୍ସ। ବିଜୟ ଛଡ଼ାଇ ନେଲା ପଞ୍ଜାବ। ଗତକାଲି ଖେଳାଯାଇଥିବା ମ୍ୟାଚରେ ୧୪ ରନରେ ବିଜୟୀ ହୋଇଛି କିଙ୍ଗସ୍‌ ଇଲେଭେନ୍‌ ପଞ୍ଜାବ। ୧୬୭ ରନ୍‌ ବିଜୟ ଲକ୍ଷ୍ୟର ପିଛା କରି ଦିଲ୍ଲୀ ୧୬…

ବିଜେଡିର ୯ ବିଧାନସଭା ଓ ଗୋଟିଏ ଲୋକସଭା ପ୍ରାର୍ଥୀ ଘୋଷଣା

ତୃତୀୟ ଓ ଚତୁର୍ଥ ପର୍ୟ୍ୟାୟର ଆଉ କିଛି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି । ଏହାଛଡା ଗୋଟିଏ ଲୋକସଭା ଆସନ ପାଇଁ ମଧ୍ୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି । କଟକ ଲୋକସଭା ଆସନ ପାଇଁ ଭର୍ତ୍ତୃହରି ମହତାବଙ୍କୁ ପ୍ରାର୍ଥୀ ଘୋଷଣା କରିଛି ଦଳ । ଘୋଷଣା…

ପିଏମ-କିଷାନ ଯୋଜନା ଠାରୁ କାଳିଆ ଯୋଜନା ଉତ୍ତମ: କେନ୍ଦ୍ର ଅର୍ଥ ପରାମର୍ଦାତା

ଭୁବନେଶ୍ବର () କୃଷି ଓ ଆନୁସଙ୍ଗିକ କ୍ଷେତ୍ରର ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ କାଳିଆ ଯୋଜନାକୁ ପ୍ରଶଂସା କରିଛନ୍ତି କେନ୍ଦ୍ର ସରକାରଙ୍କ ପୂର୍ବତନ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଅରବିନ୍ଦ ସୁବ୍ରମଣିଆନ । ସେ ନିଜ ଟ୍ବିଟରେ ଲେଖିଛନ୍ତି ଯେ, ସେ ବର୍ତ୍ତମାନର କୃଷି ଜଳବାୟୁ ଅନୁଯାୟୀ…

ବିଜେପି ପ୍ରାର୍ଥୀଙ୍କ ଓଡିଆ ଜ୍ଞାନ …

ଭୁବନେଶ୍ବର () ରାଜ୍ୟ ଓ କେନ୍ଦ୍ର ବିଜେପି ନେତାମାନେ ବାରମ୍ବାର ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଓଡିଆ ଜ୍ଞାନକୁ ନେଇ ପ୍ରଶ୍ନ ଉଠାଉଛନ୍ତି । ଏପରିକି ଆଜି ମଖ୍ୟ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ପାରଳାଖେମୁଣ୍ଡିରେ ଏକ ନିର୍ବାଚନୀ ସଭାରେ ଓଡିଶାରେ ଜଣେ ଓଡିଆ କହିପାରୁଥିବା…