Odia News Portal

ସୁଦର୍ଶନ ପଟ୍ଟନାୟକ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଅସୁସ୍ଥ । ନିଶ୍ୱାସ ନେବାରେ ସମସ୍ୟାକୁ ନେଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ନିଜ ସୋଶାଲ ମିଡିଆ ହ୍ୟାଣ୍ଡେଲ ‘X’ରେ ନିଜ ଅସୁସ୍ଥତା ବାବଦରେ ସୂଚନା ଦେଲେ ସୁଦର୍ଶନ।

ମୁଖ୍ୟମନ୍ତ୍ରୀ ତାମିଲନାଡୁରୁ ନେତା ଭଡ଼ାରେ ଆଣିଛନ୍ତି: ଧର୍ମେନ୍ଦ୍ର

ସଭା ଓ ସମିତି ପାଇଁ ମାଇକ୍‌ ଭଡ଼ାରେ ଆସେ। ହେଲେ ମୁଖ୍ୟମନ୍ତ୍ରୀ ନେତା ଭଡ଼ାରେ ଆଣିଛନ୍ତି। ମୁଖ୍ୟମନ୍ତ୍ରୀ ତାମିଲ୍‌ନାଡୁରୁ ନେତା ଭଡ଼ାରେ ଆଣିଛନ୍ତି। ଆମେ କଣ ଏହାକୁ ସ୍ୱୀକାର କରିବା କି ବୋଲି ପ୍ରଶ୍ନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ନିର୍ବାଚନ ପ୍ରଚାର ପାଇଁ ଶ୍ରୀ

ନବୀନ ସରକାର କୃଷକ ବିରୋଧୀ, ବିଜେପି ସରକାର ଆସିଲେ ଚାଷୀଙ୍କ ଆୟକୁ ଦୁଇଗୁଣା ହେବ: ପ୍ରଦୀପ ପୁରୋହିତ

ନବୀନ ସରକାର ଚାଷୀ ବିରୋଧୀ, କେବଳ ଚାଷୀ ଭୋଟ ବ୍ୟାଙ୍କ ରାଜନୀତି କରୁଛନ୍ତି ନବୀନ ପଟ୍ଟନାୟକ। ବିଜେଡି ଧୋକା ଏବଂ ପ୍ରତାରଣା ଦେବାରେ ଏକ ନମ୍ବର ଦଳ। ଚାଷୀ ସମସ୍ୟାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେପି । ବରିଷ୍ଠ ବିଜେପି ନେତା ପ୍ରଦୀପ ପୁରୋହିତ ଆଜି ରାଜ୍ୟ କାର୍ଯ୍ୟାଳୟରେ

ବର୍ଷେ ତଳେ ଗଢ଼ିଥିଲେ ସଂସାର, ରୁମ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

ଘରର କାନ୍ଥରେ ଏବେ ବି ରହିଛି ମନୋଜ weds ସସ୍ମିତା। ବର୍ଷେ ତଳେ ହୋଇଥିଲା ବିବାହ। ଘରକୁ ଆସିଥିଲା ନୂଆ ବୋହୂ। ଆଉ ହସଖୁସିରେ ଚାଲିଥିଲା ସଂସାର। ହେଲେ ହଠାତ୍‌ ସବୁ କିଛି ଛାରଖାର ହୋଇଗଲା। କାନ୍ଥରେ ଏବେ ବି ଉଭୟଙ୍କ ନାଁ ମଳିନ ପଡ଼ି ନ ଥିବା ବେଳେ ଉଭୟଙ୍କ ଜୀବନ ଯବନିକାରେ କିନ୍ତୁ

ଲାଞ୍ଚ ନେଉଥିଲେ ପିଇଓ; ମାଡ଼ି ବସିଲା ଭିଜିଲାନ୍ସ

ଗାଁ ସାଥୀଙ୍କଠାରୁ ୧୦ ହଜାର ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି କଲାହାଣ୍ଡି ଜିଲ୍ଲା ଥୁ. ରାମପୁର ବ୍ଲକ କାଣୀଗୁମ୍ମା ପଞ୍ଚାୟତର ପିଇଓ ସଂଜୟ ନାୟକ। ପୁଲିସ ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରିଛି। କାଗଜପତ୍ର କାମ ପାଇଁ ଗାଁ ସାଥୀଙ୍କଠାରୁ ୧୦ ହଜାର ଟଙ୍କା ଲାଞ୍ଚ

ରାଜଧାନୀରେ ଫୁଟିଲା ବୋମା

ରାଜଧାନୀରେ ଫୁଟିଲା ବୋମା। ଭୁବନେଶ୍ୱର ସ୍ଥିତ ବରମୁଣ୍ଡା ଅଞ୍ଚଳରେ ଏକ ସ୍କର୍ପିଓ ଉପରକୁ ବୋମା ମାଡ଼ ହୋଇଥିବା ଅଭିଯୋଗ ହୋଇଛି। ବୋମାମାଡ଼ରେ ଗାଡ଼ିର କିଛି ଅଂଶ ଭାଙ୍ଗି ଯାଇଛି। ହେଲେ ଏଥିରେ କାହାର କିଛି କ୍ଷତି ହୋଇନାହିଁ। ଗତକାଲି ବିଳମ୍ବିତ ରାତିରେ ୪ରୁ ୫ ଜଣ ଦୁର୍ବୃତ୍ତ

୨୯ରେ ବାଲେଶ୍ବର-ଭଦ୍ରକରେ ଖଡ୍‌ଗେଙ୍କ କାର୍ଯ୍ୟକ୍ରମ, ୩୦ରେ ରାହୁଲଙ୍କ ସିମୁଳିଆରେ ବୈଠକ

ଚଳିତମାସ ୨୯ ତାରିଖରେ ଅଖିଳ ଭାରତୀୟ ଜାତୀୟ କଂଗ୍ରେସର ସଭାପତି ମଲ୍ଲିକାର୍ଜୁନ ଖଡଗେ ଓଡ଼ିଶା ଗସ୍ତରେ ଆସିବେ। ସେଦିନ ସେ ସକାଳ ୧୧ ଟା ବେଳେ ବାଲେଶ୍ଵରରେ ବୈଠକ କରିବେ। ସେହିପରି ଅପରାହ୍ନ ୩ ରେ ଭଦ୍ରକରେ ଅନ୍ୟ ଏକ କାର୍ଯ୍ୟକ୍ରମ ସାରି ଦିଲ୍ଲୀ ଫେରିଯିବେ। ସେହିଭଳି ରାହୁଲ ଗାନ୍ଧୀ ୩୦

ଶିଶୁ ଚିକିତ୍ସା କେନ୍ଦ୍ରରେ ଭୟାବହ ଅଗ୍ନିକାଣ୍ଡ, ୭ନବଜାତ ଜୀବନ୍ତ ଦଗ୍ଧ

ବିଳମ୍ବିତ ରାତିରେ ଦିଲ୍ଲୀର ଏକ ଶିଶୁ ଡାକ୍ତରଖାନାରେ ବଡ଼ ଧରଣର ଅଗ୍ନିକାଣ୍ଡ । ଏଥିରେ ୭ ନବଜାତ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ନିଆଁ ଲାଗିବା ଯୋଗୁଁ ୭ନବଜାତ ଶିଶୁଙ୍କର ମୃତ୍ୟୁ ଘଟିଛି। ଅଗ୍ନିଶମ ବିଭାଗର ସୂଚନାନୁସାରେ, ଏହି ଦୁଃଖଦ ଦୁର୍ଘଟଣାରେ ୧୨ ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଥିଲା।

ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ

ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷା ଫଳ। ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆଜି ପରମ୍ପରା ଭାଙ୍ଗି ସାମ୍ବାଦିକ ସମ୍ମିଳନୀ ବଦଳରେ ପ୍ରେସ୍ ରିଲିଜ୍ ମାଧ୍ୟମରେ ରେଜଲ୍ଟ ଘୋଷଣା କରାଯାଇଛି।ଚଳିତ ବର୍ଷର ପାସ୍‌ ହାର ୯୬.୦୭ % ରହିଛି। ଝିଅମାନେ ଆଗରେ ଏଥର ମୋଟ ୫

ଉତ୍ତର ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆଜି ସକାଳେ ଡିପ୍ରେସନ୍‌ରେ ପରିଣତ ହୋଇଛି। ଏହାର ଗତି ଉତ୍ତର-ପୂର୍ବ ଦିଗକୁ ରହିଛି। ଏହା ଅଧିକ ତୀବ୍ର ହୋଇ ୨୫ ତାରିଖ ସକାଳ ସୁଦ୍ଧା ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି। ୨୫ ତାରିଖ ରାତି ସୁଦ୍ଧା ବାତ୍ୟା ଭୀଷଣ ରୂପ ନେଇ ଉତ୍ତର ଦିଗକୁ ଗତି