Odia News Portal

ପାଟଣାଗଡ ପାର୍ସଲ ବୋମା ଘଟଣା : ରାୟ ସଂରକ୍ଷିତ

ବହୁ ଚର୍ଚ୍ଚିତ ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ମାମଲା । ମାର୍ଚ୍ଚ ୬ ତାରିଖରେ ପାଟଣାଗଡ ଏଡିଜେ କୋର୍ଟରେ ୬୩ ଜଣଙ୍କ ସାକ୍ଷ ଗ୍ରହଣ ପରେ ପୁଞ୍ଜିଲାଲଙ୍କ ବୟାନ ରେକର୍ଡ କରିଥିଲା । ଆଜି ତା’ର ନ୍ୟାୟିକ ପକ୍ରିୟା ସାରିଲା । ରାୟ ସଂରକ୍ଷିତ ରଖିଲେ ପାଟଣାଗଡ ଏଡିଜେ । କିଛି ସମୟ ପରେ ହୋଇପାରେ

ଚୀନ ଓ ତୁର୍କୀ ଉପରେ ଭାରତର ଡିଜିଟାଲ ଷ୍ଟ୍ରାଇକ

ସୀମା ପାର୍‌ ହୋଇ ଆତଙ୍କବାଦୀ ଭିତ୍ତିଭୂମିକୁ ଟାର୍ଗେଟ କରି ସେନା ଦ୍ୱାରା କରାଯାଇଥିବା ଆତଙ୍କବାଦୀ ବିରୋଧୀ ଅଭିଯାନ ସଂପର୍କରେ ଭୁଲ୍‌ ତଥ୍ୟ ଦେଇଥିଲା ଚୀନର ଏକ ଗଣମାଧ୍ୟମ ସଂସ୍ଥା। ଭାରତୀୟ ସେନା ପକ୍ଷରୁ ହୋଇଥିବା ‘ଅପରେସନ୍‌ ସିନ୍ଦୂର’ ସମ୍ପର୍କରେ କେନ୍ଦ୍ର ଦ୍ୱାରା ବର୍ଣ୍ଣନା

ସୁପ୍ରିମକୋର୍ଟର ୫୨ ତମ ପ୍ରଧାନ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ବିଆର ଗୱାଇ

ସୁପ୍ରିମକୋର୍ଟର ୫୨ତମ ପ୍ରଧାନ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ବିଆର ଗୱାଇ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଶପଥ ପାଠ କରାଇଛନ୍ତି । ଜଷ୍ଟିସ୍ ବି.ଆର୍. ଗୱାଇଙ୍କ ଜନ୍ମ ୨୪ ନଭେମ୍ବର ୧୯୬୦ରେ ଅମରାବତୀରେ ହୋଇଥିଲା । ସେ ୧୬ ମାର୍ଚ୍ଚ ୧୯୮୫ରେ ବାରରେ ଯୋଗ ଦେଇଥିଲେ। ଦେଶର

ଆତଙ୍କବାଦର ମୁକାବିଲା ପାଇଁ ମୋଦୀଙ୍କ ଆଭିମୁଖ୍ୟ: ଅପରେସନ୍ ସିନ୍ଦୂର

ଜାମ୍ମୁ କାଶ୍ମୀରର ପହଲଗାମଠାରେ ଯେଉଁଭଳି ଭାବରେ ନରସଂହାର ଘଟିଥିଲା ତାହା କେବଳ ନିରୀହ ଲୋକମାନଙ୍କ ଉପରେ ଆକ୍ରମଣ ନଥିଲା, ଏହା ଥିଲା ଭାରତର ଆତ୍ମା ଓ ବିବେକ ଉପରେ ପ୍ରଚଣ୍ଡ ପ୍ରହାର। ଏହାର ପ୍ରତ୍ୟୁତ୍ତରରେ ଆତଙ୍କବାଦ ବିରୋଧରେ ଭାରତ ବିଧି ପୁସ୍ତିକାର ପୁନଃଲିଖନ ପାଇଁ ତୁରନ୍ତ ଦୃଢ଼

ଆଜି ରାଜ୍ୟ କ୍ୟାବିନେଟ୍‌: ୮ ପ୍ରସ୍ତାବକୁ ମିଳିପାରେ ଅନୁମୋଦନ

ଆଜି ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍‌ ବୈଠକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୁଧବାର ସନ୍ଧ୍ୟା ୫ଟା ସମୟରେ ଅନୁଷ୍ଠିତ ହେବ। କ୍ୟାବିେନେଟ୍‌ରେ ମୋଟ ୮ଟି ପ୍ରସ୍ତାବକୁ ଅନୁମୋଦନ ମିଳିବ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ପଞ୍ଚାୟତିରାଜ, ନଗର ଉନ୍ନୟନ,

 ବିଏସଏଫ ଯବାନଙ୍କୁ ଛାଡିଲା ପାକିସ୍ତାନ

ବିଏସଏଫ ଯବାନଙ୍କୁ ଛାଡିଲା ପାକିସ୍ତାନ । ଅଟ୍ଟାରୀ- ୱାଘା ସୀମା ଦେଇ ଭାରତ ଫେରିଲେ । ପାଖାପାଖି ୨୦ ଦିନ ପରେ ଫେରିଲେ ପୂର୍ଣ୍ଣମ କୁମାର । ଭୁଲରେ ପାକିସ୍ତାନ ସୀମାକୁ ପଳାଇଥିଲେ ଯବାନ ।  ଅଧିକାରୀମାନେ କହିଛନ୍ତି ଯେ, ୨୩ ଏପ୍ରିଲରେ ଅସାବଧାନତା ବଶତଃ ଅନ୍ତର୍ଜାତୀୟ ସୀମା ପାର କରିବା ପରେ

ରାଜଧାନୀରେ ‘ପରାକ୍ରମ ଶୋଭାଯାତ୍ରା’, ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ସାରା ଦେଶ ଆଜି ପାଳୁଛି ସିନ୍ଦୂର ଅପରେସନ୍ ର ସଫଳତାକୁ ନେଇ ତ୍ରିରଙ୍ଗା ଯାତ୍ରା। ଏହି ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ତିନିସେନାଙ୍କୁ ସମ୍ମାନ ଜଣାଇବା ଲାଗି ‘ପରାକ୍ରମ ଶୋଭାଯାତ୍ରା’ ଆୟୋଜିତ ହୋଇଛି। ଏଥିଲାଗି ରାଜଧାନୀ ଭୁବନେଶ୍ବରରେ କଳିଙ୍ଗ ଷ୍ଟାଡିୟମ ପରିସରରୁ ମଧ୍ୟ ‘ପରାକ୍ରମ

ଆମେ ଲୋକଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବା ପାଇଁ ସମର୍ଥ ହୋଇଛୁ: ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ମୟୂରଭଞ୍ଜର ବିଶୋଇ ଠାରେ ଜିଲ୍ଲାର ବିଭିନ୍ନ ବ୍ଲକ ପାଇଁ ୪୨୦ କୋଟିରୁ ଊର୍ଦ୍ଧ୍ୱଟଙ୍କା ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭ ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏଥିସହିତ, ବିଶୋଇ ବ୍ଲକ ମୁଖ୍ୟାଳୟ ଠାରେ ଏକ +୨ ମହାବିଦ୍ୟାଳୟ

ପାକିସ୍ତାନର ଡାହା ମିଛ;ପରମାଣୁ ସଂରକ୍ଷଣ ଏୟାରବେସ୍‌କୁ ନେଇ ସୋସିଆଲ୍‌ ମିଡ଼ିଆରେ କରୁଛି ମିଛ ପ୍ରଚାର

ଅସ୍ତ୍ରବିରତି ପରେ ପାକସ୍ତାନର କରୁଛି ମିଛ ପ୍ରଚାର । ପାକ୍‌ର ସେନାଠୁ ନେଇ ସାଧାରଣ ଜନତା ପର୍ଯ୍ୟନ୍ତ ସମସ୍ତେ ଭାରତର ଗତିବିଧି ଜାଣିବାକୁ ଚାହୁଁଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମ୍ବୋଧନ ହେଉ ବା ଭାରତୀୟ ସେନାର ପ୍ରେସ୍‌ ବ୍ରିପିଂ ଏସବୁକୁ ନେଇ ପାକିସ୍ତାନ ସୋସିଆଲ ମିଡ଼ିଆରେ ବେଶ୍‌

ସେନା ଗୁଳିରେ ଟଳିଲେ ୪ ଆତଙ୍କୀ

ଦକ୍ଷିଣ କାଶ୍ମୀରର ସୋପିଆନ ଜିଲ୍ଲାରେ ଭାରତୀୟ ଯବାନଙ୍କ ଗୁଳିରେ ଟଳିଲେ ୪ ଆତଙ୍କୀ । ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୪ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ସୁରକ୍ଷାକର୍ମୀଙ୍କ ସହ ମୁହାଁମୁହିଁ ହୋଇଥିଲେ ୪ ଆତଙ୍କବାଦୀ । ଯାହା ପରେ ଉଭୟ ପକ୍ଷରୁ ଗୁଳି ବିନିମୟ ହୋଇଥିଲା । ପ୍ରଥମେ ଜଣେ ନିହତ