Odia News Portal

ବିଜେପି ଛାଡ଼ି ବିଜେଡିରେ ମିଶିଲେ ତ୍ରିପୁରାରୀ ଗରଡ଼ା

ବିଜେଡିକୁ ଫେରିଲେ କୋରାପୁଟ ବିଜେପି ପ୍ରାର୍ଥୀ ତ୍ରିପୁରାରୀ ଗରଡା । ବୁଧବାର ଶଙ୍ଖ ଭବନରେ ଦଳର ଏକ ମିଶ୍ରଣ ପର୍ବରେ ତ୍ରିପୁରାରୀ ଶଙ୍ଖ ଫୁଙ୍କିଛନ୍ତି । ତାଙ୍କୁ ସାଂସଦ ମାନସ ମଙ୍ଗରାଜ ଦଳକୁ ପାଛୋଟି ନେଇଛନ୍ତି । ଏହି ଅବସରରେ ବରିଷ୍ଠ ନେତା ଦିବ୍ୟଶଙ୍କର ମିଶ୍ର, ଝିନ୍ନ ହିକକା

କ୍ୟାମେରାରେ ଧରା ପଡ଼ିଲା ମହାବଳ ବାଘ

ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅଞ୍ଚଳରେ ବୁଲୁଛି ବାଘ । ତାହା ପୁଣି କଲରାପତରାଆ ନୁହେଁ, ମହାବଳ ବାଘ। ବନ ବିଭାଗର ଟ୍ରାପ କ୍ୟାମେରାରେ ଆସିଛି ଏହାର ଫଟୋ । କିଛି ଦିନ ହେଲା ଏହି ବାଘଟି ସୀମାନ୍ତ ଆନ୍ଧ୍ର ପ୍ରଦେଶର ସାରାଳି ଅଞ୍ଚଳରେ ବୁଲୁଥିବାର ଖବର ଆସିଥିଲା।

୨୬ରେ ଲଘୁଚାପ

ଆଣ୍ଡାମାନ ସାଗର ଅଞ୍ଚଳରେ ୨୬ ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ରହିଛି । ଲଘୁଚାପ ସୃଷ୍ଟି ପରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରିବ । ୨୭ ତାରିଖ ବେଳକୁ ଲଘୁଚାପ ଅବପାତରେ ପରିଣତ ସମ୍ଭାବନା ରହିଛି । ଦକ୍ଷିଣପୂର୍ବ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗର ଅଞ୍ଚଳରେ ଅବପାତ

ମୁମ୍ବାଇରେ ଓଡିଆ ଯୁବତୀଙ୍କୁ ହତ୍ୟା, ସୁଟକେଶରେ ମୃତଦେହ ଧରି ବୁଲୁଥିବା ବେଳେ ପ୍ରେମିକ ଗିରଫ 

ମୁମ୍ଵାଇରେ ଓଡିଆ ଯୁବତୀଙ୍କୁ ହତ୍ୟା । ହତ୍ୟାକାରୀ ଆଉ କେହି ନୁହନ୍ତି, ବରଂ ସଂପୃକ୍ତ ଯୁବତୀଙ୍କ ପ୍ରେମିକ । ମୁମ୍ବାଇର କୁର୍ଲା ରେଳ ଷ୍ଟେସନରୁ ଯୁବତୀଙ୍କ ମୃତଦେହ ସୁଟକେଶରୁ ମିଳିଥିଲା । ସୂଚନା ଅନୁସାରେ ମୃତ ଯୁବତୀ ଜଣକ ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡା ଅଞ୍ଚଳର । କିଛି ମାସ ତଳେ ଯୁବତୀ

ତିର୍ତ୍ତୋଲ ବିଧାୟଙ୍କ ବିବାହ ବିବାଦ ମାମଲା; ତଥ୍ୟ ଦାଖଲ କଲେ ସୋମାଲିକା

ବିଜେଡି ବିଧାୟକ ବିଜୟ ଶଙ୍କର ଦାସ ବିବାହ ବିବାଦ ମମଲା । କଟକ ବିବାହ ପଞ୍ଜୀକରଣ ଅଫିସରେ ତଥ୍ୟ ଦାଖଲ କଲେ ସୋମାଲିକକା । ବିଜୟଙ୍କ ଦ୍ୱିତୀୟ ବିବାହ ଆବେଦନ ଆପତ୍ତି ଉପରେ ତଥ୍ୟ ଦାଖଲ କଲେ । ବିଜୟଙ୍କ ଦ୍ୱିତୀୟ ବିବାହ ଉପରେ ଆପତ୍ତି କରିଥିଲେ ସୋମାଲିକା । ଆପତ୍ତି ଉପରେ ତଥ୍ୟ , ପ୍ରମାଣ ସହ

ଜଳବାୟୁ ପରିବର୍ତ୍ତନ ବଡ଼ ସମସ୍ୟା : ଜୀବନଚର୍ଯ୍ୟା ବଦଳାଅ

ସ୍ୱାଧୀନତା ସଂଗ୍ରାମ ସମୟରେ ଅନେକ ସାହିତ୍ୟିକ ଆମ ଜାତୀୟ ଆନ୍ଦୋଳନକୁ ନୂଆ ରାହା ଦେଖାଇଥିଲେ ଓ ସଂଗ୍ରାମର ବାର୍ତ୍ତାକୁ ପୁରପଲ୍ଲୀରେ ପହଞ୍ଚାଇଥିଲେ। ଜଣେ ସାହିତ୍ୟିକ ଖାଲି ସମାଜକୁ ସଚେତନ କରାଇଥାନ୍ତି ତା ନୁହେଁ, ନିଜ ଜାତିର ସଂସ୍କୃତିକୁ ମଧ୍ୟ ସାହିତ୍ୟରେ ପ୍ରତିଫଳିତ କରାଇଥାନ୍ତି। ତେଣୁ

ଭଦ୍ରକ ପୁରୁଣାବଜାରରେ ବିପୁଳ ପରିମାଣର ଜର୍ଦ୍ଦା ଜବତ

ଭଦ୍ରକ ସହରରେ ଦୀର୍ଘଦିନ ହେବେ ପୁରୁଣାବଜାର ଅଂଚଳ ନକଲି ଜର୍ଦାର ହବ ପାଲଟିଛି। ନକଲି ଜର୍ଦ୍ଦାକୁ ଯେତେଥର ପୁଲିସ ଜବତ କରୁଛି। ଅଧିକ ଲୋକ ଏଇ ବେଆଇନ କାର୍ଯ୍ୟରେ ସଂପୃକ୍ତ ରହିଛନ୍ତି। ଏହି ବେଆଇନ କାର୍ଯ୍ୟରେ କିନ୍ତୁ ମୂଳ ପ୍ରଚ୍ଛଦ ପଟରେ କିଏ ରହୁଛି ତାକୁ ଧରିବାର ସଫଳ ହେଉନାହିଁ ପୁଲିସ।

ଶ୍ରୀକ୍ଷେତ୍ରରେ ଭକ୍ତ ଅଚେତ୍

ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ । ଦର୍ଶନ ପାଇଁ ଧାଡ଼ିରେ ଯିବା ବେଳେ ଅଚେତ୍ ହୋଇପଡ଼ିଲେ ଭକ୍ତ । ଭିଡ଼ ଭିତରେ ଘଂଟା ଘଂଟା ଧରି ଛିଡ଼ା ହେବ ପରେ ଅସନ୍ତୋଷ ପ୍ରକାଶ କଲେ ବୃଦ୍ଧା । ସେହିପରି ଆଉ ଜଣେ ଶ୍ରଦ୍ଧାଳୁ ଅଚେତ ହୋଇପଡ଼ିଥିବାରୁ ତାଙ୍କୁ ଆମ୍ବୁଲାନ୍ସରେ ମେଡ଼ିକାଲରେ ଭର୍ତି

ସନ୍ଦେହରୁ ପତ୍ନୀକୁ ଛୁରାମାଡ

ବରମୁଣ୍ଡା କୃତ୍ତିବନ୍ଧୁ ଆପାର୍ଟମେଣ୍ଟରେ ମହିଳାଙ୍କୁ ସ୍ୱାମୀଙ୍କ ଛୁରାମାଡ ଘଟଣା । ସନେ୍ଦହ ଓ ରାଗରେ ସ୍ୱାମୀ ଛୁରା ମାଡ କରିଥିବା କହିଲେ ଏସିପି-୩ । ୨୦୧୮ରେ ବାହା ହୋଇଥିଲେ, ସେମାନଙ୍କର ୫ ବର୍ଷର ପୁଅ ଅଛି । କୌଣସି ବିବାଦରୁ ୨ ବର୍ଷ ହେଲା ମହିଳାଜଣକ ତାଙ୍କ ଗାଁରେ ରହୁଥିଲେ ।

ବିଧାନସଭାର ଶୀତ ଅଧିବେଶନ : ଶୋକ ପ୍ରସ୍ତାବ ପରେ ଆସନ୍ତାକାଲି ଦିନ ୧୦ଟା ୩୦ ଯାଏଁ ଗୃହ ମୁଲତବି

ଆସନ୍ତାକାଲି ଦିନ ୧୦ଟା ୩୦ ଯାଏଁ ଗୃହ ମୁଲତବି । ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ପରେ ଗୃହରେ ଆଜି ଶୋକପ୍ରସ୍ତାବ ଆଗତ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିବଙ୍ଗତ ନେତାଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ଶୋକ ପ୍ରସ୍ତାବ ଆଣିଥିବା ବେଳେ ଏହାକୁ ବିରୋଧୀ ସମର୍ଥନ ଜଣାଇଥିଲେ ।