Odia News Portal

ରାଜଧାନୀରେ ପୁଣି କଳା କାଚ ଧରପଗଡ

ରାଜଧାନୀକୁ ପୁଣି ଫେରିଲା କଳା କାଚ ଚେକିଂ ଅଭିଯାନ । ଆଜି ରାଜଧାନୀର ବିଭିନ୍ନ ସ୍ଥାନରେ କମିଶନରେଟ୍ ପୋଲିସ ପକ୍ଷରୁ ଚେକିଂକୁ କଡ଼ାକଡ଼ି କରାଯାଇଛି । ଟ୍ରାଫିକ ପୋଲିସ ଓ ଆରଟିଓ ପକ୍ଷରୁ ହେଲା ଜଏଣ୍ଟ ରେଡ୍ । ଗାଡ଼ି ଅଟକାଇ କଳା ଜରି ବାହାର କଲେ ପୋଲିସ ବାବୁ । ପୋଲିସ ଅଧିକାରୀଙ୍କ…

କେଜ୍ରିୱାଲଙ୍କ ଆବେଦନ ଉପରେ ଆଜି ଆସିବ ହାଇକୋର୍ଟ ରାୟ

ମଦ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ବାରା ତାଙ୍କ ଗିରଫଦାରି ବିରୋଧରେ କେଜ୍ରିୱାଲଙ୍କ ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟ ଆଜି ରାୟ ଶୁଣାଇବେ । ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ଗତ ସପ୍ତାହରେ କୋର୍ଟ ନିଜ ରାୟ ସଂରକ୍ଷିତ ରଖିଥିଲେ। ଜଷ୍ଟିସ୍ ସ୍ୱର୍ଣ୍ଣକାନ୍ତ…

ରାଜଧାନୀରୁ ମିଳିଲା ରାଜ୍ୟସ୍ତରୀୟ ମହିଳା ଖେଳାଳିଙ୍କ ମୃତଦେହ

ରାଜଧାନୀରୁ ଉଦ୍ଧାର ହେଲା ରାଜ୍ୟସ୍ତରୀୟ ମହିଳା ଖେଳାଳିଙ୍କ ମୃତଦେହ । ଭୁବନେଶ୍ୱର ପୁରୁଣା ବିଏମ୍‌ସି ଅଫିସ୍ ପଛ ହଷ୍ଟେଲରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତା ଯୁବତୀଜଣକ ହେଲେ ପୁରୀ ଜିଲ୍ଲା ଡେଲାଙ୍ଗ ଜଗଦଳପୁରର ସରୋଜିନୀ ସୁନ୍ଦରା । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ସ୍ପଷ୍ଟ…

ନିର୍ବାଚନ ଲଢ଼ିପାରିବେ ଦିଲ୍ଲୀପ ରାୟ

କୋଇଲା ଦୁର୍ନୀତିରେ ଫସିଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଛି ଆଶ୍ୱସ୍ତି । ୪ ବର୍ଷ ତଳେ ଦିଲ୍ଲୀର ସ୍ୱତନ୍ତ୍ର ସିବିଆଇ କୋର୍ଟ ତାଙ୍କୁ ୩ ବର୍ଷ ଜେଲଦଣ୍ଡ ଏବଂ ୧୦ ଲକ୍ଷ ଟଙ୍କା ଜରିମାନା ଆଦେଶ ଦେଇଥିଲେ । ଏହା ତାଙ୍କର ଭବିଷ୍ୟତ ରାଜନୈତିକ କ୍ୟାରିୟରକୁ ଅନ୍ଧାରକୁ ଟାଣି…

 ସୁର, କହିଲେ ମୁଁ ଗୋଟା ପଣେ କଂଗ୍ରେସର

ମୁଁ ଗୋଟା ପଣେ କଂଗ୍ରେସର, ମଲା ପର୍ଯ୍ୟନ୍ତ ବି କଂଗ୍ରେସରେ ରହିବି । କଂଗ୍ରେସ ତରଫରୁ ଜାରି ହୋଇଥିବା କାରଣ ଦର୍ଶାଅ ନୋଟିସର ଉତ୍ତର ରଖିଛନ୍ତି ବିଧାୟକ ସୁର ରାଉତରାୟ । ସୁର କହିଛନ୍ତି ଯେ, ମୁଁ କୌଣସି ଦଳ ପାଇଁ ପ୍ରଚାର କରିନାହିଁ । କୌଣସି ଦଳର ରାଲି କିମ୍ବା ସଭାକୁ ମଧ୍ୟ ଯାଇନାହିଁ ।…

ଭୁବନେଶ୍ୱର ଧଉଳି ଥାନା ଲିଙ୍ଗିପୁର ଅଂଚଳରେ ଯୁବତୀଙ୍କୁ ହତ୍ୟା ଅଭିଯୋଗ

ଭୁବନେଶ୍ୱର ଧଉଳି ଥାନା ଲିଙ୍ଗିପୁର ଅଂଚଳରେ ଯୁବତୀଙ୍କୁ ହତ୍ୟା ଅଭିଯୋଗ । ମୃତଦେହକୁ ନଦୀ ପଠାରେ ଫିଙ୍ଗି ଦେବାକୁ ନେବା ବେଳେ ଦୁର୍ବୃତକୁ ମାଡ଼ିବସିଲେ ଗାଁଲୋକ । ଗଂଜାମରୁ ଆସି ଶିଶୁପାଳଗଡ଼ରେ ରହୁଥିବା ୨୦ବର୍ଷୀୟ ଭାଗ୍ୟ ଡାକୁଆଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ପୁଲିସ,…

 ଦୁଇ ଏସ୍ପିଙ୍କ ନୂଆ ନିଯୁକ୍ତି ମିଳିଛି

ଦୁଇ ଏସ୍ପିଙ୍କ ନୂଆ ନିଯୁକ୍ତି ମିଳିଛି । ନିର୍ବାଚନ କମିଶନ ରାଜ୍ୟରେ ଦୁଇ ଏସ୍ପିଙ୍କ ନିଯୁକ୍ତିକୁ ଅନୁମତି ଦେଇଛନ୍ତି । ଏଥି ଅନୁଯାୟୀ, ସାର୍ଥକ ଷଡଙ୍ଗୀଙ୍କୁ ବ୍ରହ୍ମପୁର ଏସ୍ପି ଭାବେ ନିଯୁକ୍ତି ମିଳିଛି । ସେହିଭଳି ଅବିନାଶ ମିଶ୍ରଙ୍କୁ ଖୋର୍ଦ୍ଧା ଏସ୍ପି ଭାବେ ନିଯୁକ୍ତି ମିଳିଛି । …

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ ପ୍ରଭାସ ସିଂହ

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ ପ୍ରଭାସ ସିଂହ । ପୂର୍ବତନ ସାଂସଦ ତଥା ବରଗଡ଼ ଜିଲ୍ଲା ବିଜେଡି ସଭାପତି ଥିଲେ ପ୍ରଭାସ । ନବୀନ ନିବାସ ଆସି ସେ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ୨୦୧୪ରୁ ୧୯ ପର୍ଯ୍ୟନ୍ତ ବରଗଡ଼ ସାଂସଦ ଥିଲେ ପ୍ରଭାସ ସିଂହ । ଏଥର ଟିକେଟ୍ ଆଶାୟୀ ଥିଲେ ।…

୫ ବାଘ ଚମଡା ଜବତ :୭ ମାଫିଆ ଗିରଫ

ଅନ୍ତଃରାଜ୍ୟ ବନ୍ୟପ୍ରାଣୀ ଚୋରା କାରବାର କରୁଥିବା ବଡ ର୍ୟାକେଟର ପର୍ଦ୍ଦାଫାଶ କରିଛି ଗଜପତି ଜିଲ୍ଲା ବନ୍ୟପ୍ରାଣୀ ବିଭାଗ । ରାଜ୍ୟ ବାହାରକୁ ଚାଲାଣ ପାଇଁ ଯୋଜନା ଚାଲିଥିବା ବେଳେ ୭ ଜଣ ମାଫିଆଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ୫ଟି କଲରାପତରିଆ ବାଘ ଚମଡା ଜବତ କରାଯାଇଛି । ଏହା ସହ…

ଆଜି ଆସିପାରେ ବିଜେଡିର ଆଉ ଏକ ପ୍ରାର୍ଥୀ ତାଲିକା

ଆଜି ଆସିପାରେ ବିଜେଡିର ଆଉ ଏକ ପ୍ରାର୍ଥୀ ତାଲିକା । ୨୦ରୁ ୩୦ ଆସନରେ ତାଲିକା ଚୂଡ଼ାନ୍ତ ହୋଇଥିବା ସୂଚନା ମିଳିଛି । ଟିକେଟ ଅପେକ୍ଷାରେ ଗୋଟିଏ ଲୋକସଭା ଓ ୩୯ ବିଧାନସଭା ଆସନର ଆଶାୟୀ ରହିଛନ୍ତି । ପୂର୍ବରୁ ବିଜୁ ଜନତା ଦଳ ୧୦୮ ବିଧାନସଭା ଆସନ ଓ ୨୦ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ…