Odia News Portal

ଆଜି ରାଜ୍ୟ କ୍ୟାବିନେଟ୍ : କୃଷକ, ମହିଳା, ଯୁବବର୍ଗଙ୍କ ପାଇଁ ଆସିବ ସ୍ବତନ୍ତ୍ର ଯୋଜନା

ରାଜ୍ୟ କ୍ୟାବିନେଟ୍ ବୈଠକ ଶୁକ୍ରବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ ଏଥର କୃଷକ, ମହିଳା ଓ ଯୁବବର୍ଗଙ୍କ ଲାଗି ସ୍ବତନ୍ତ୍ର ଯୋଜନା ପ୍ରସ୍ତାବ ଆସିବ। ଏହାସହିତ ଅସହାୟ

ହିମାଚଳରେ ବାଦଲଫଟା ବର୍ଷା, ୫ ମୃତ

ବୁଧବାର ରାତିରେ ବାଦଲଫଟା ବର୍ଷା ଯୋଗୁଁ ହିମାଚଳ ପ୍ରଦେଶର ସିରମାଉର ଜିଲ୍ଲାସ୍ଥିତ ମାଲାଗି ଦାଦିୟାତ୍ ଗ୍ରାମରେ ଏକ ମାଟିଘର ଭୁଶୁଡି ପଡିବାରୁ ଗୋଟିଏ ପରିବାରର ୫ ଜଣ ସଦସ୍ୟ ପୋତିହୋଇ ପ୍ରାଣ ହରାଇଛନ୍ତି । ସ୍ଥାନୀୟ ପ୍ରଶାସନ ପକ୍ଷରୁ ଉଦ୍ଧାରକାରୀ ଦଳକୁ ଘଟଣାସ୍ଥଳକୁ ପଠାଯାଇଛି ।

ବାହାନଗାରେ ବଜ୍ରପାତ: ୨ ଚାଷୀ ମୃତ, ଜଣେ ଆହତ

ବାଲେଶ୍ବର ଜିଲ୍ଲା ବାହାନଗା ବ୍ଲକ ବରିପଦା ପଞ୍ଚାୟତ ଦୁଇ ଗ୍ରାମରେ ଦୁଇ ଜଣଙ୍କ ବଜ୍ରପାତରେ ମୃତ୍ୟୁ ହୋଇଛି। ଜଣେ ଓସଙ୍ଗ ଗ୍ରାମର ଉପେନ୍ଦ୍ର ମଳିକ(୫୬)। ଅନ୍ୟଜଣେ ବଳରାମପୁର ଗ୍ରାମର ମଙ୍ଗ ମଳିକ (୬୩)। ଦୁଇ ଜଣ ଯାକ ପୃଥକ ପୃଥକ ଭାବେ ଗୁରୁବାର ଅପରାହ୍ନରେ ନିଜ ନିଜ  ଗ୍ରାମର ବିଲକୁ ଧାନ କାମ

ଜୟପୁରର ବିଭିନ୍ନ ହୋଟେଲରେ ରେଡ୍

ଖାଦ୍ୟର ମାନ ଯାଞ୍ଚ ଲାଗି ଆଜି ଜୟପୁର ସହରର ବିଭିନ୍ନ ହାଟେଲ ଓ ଗୋଦାମ ଉପରେ ଚଢାଉ କରାଯାଇଛି  । ପୌରପାଲିକା ଓ ଖାଦ୍ୟ ନିରାପତ୍ତା ବିଭାଗ ତରଫରୁ ମିଳିତ ଭାବରେ ଏହି ରେଡ୍ କରାଯାଇଛି ।ପ୍ରଥମ ପର୍ଯ୍ୟାୟରେ ଆଜି ସହରର ଏନକେଟି ରୋଡରେ ଥିବା ବିଭିନ୍ନ ହୋଟେଲ ଏବଂ ଗୋଦାମ ଗୁଡିକରେ ଚଢାଉ ବେଳେ

ଇନ୍ଫୋସିସର ନୂତନ ବିଜନେସ ପ୍ରୋସେସିଂ ମ୍ୟାନେଜମେଣ୍ଟ ସେଣ୍ଟର (ବିପିଏମ) ଶାଖା ଉଦଘାଟିତ ସୃଷ୍ଟି ହେବ ନୂତନ ନିଯୁକ୍ତି…

ଇନଫୋସିସ୍ ବିପିଏମ ସେବାର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ଇନଫୋସିସର ସମ୍ପୂର୍ଣ୍ଣ ମାଲିକାନାରେ ଥିବା ସହାୟକ କମ୍ପାନୀ । ଏହି ଶାଖା କମ୍ପାନୀ ଆରମ୍ଭ କରି କଳା ଭିତ୍ତିଭୂମି ସ୍ଥିତି ସୁଦୃଢ କରିବ ଇନଫୋସିସ । ପ୍ରଥମ ପର୍ଯ୍ୟାୟରେ ୫ଶହ ଜଣଙ୍କୁ ନିଯୁକ୍ତି ଦିଆଯିବ ।

ନନ୍ଦନବିହାରରେ ତିନି ମହଲା କୋଠାରେ ଅଗ୍ନିକାଣ୍ଡ

ନନ୍ଦନ ବିହାର ଅଞ୍ଚଳରେ ତିନି ମହଲା କୋଠାରେ ଅଗ୍ନିକାଣ୍ଡ। ସ୍କାୟେଟେକ୍ ଇନ୍‌ଫୋସିଟି ଭିଲାରେ ଅଗ୍ନିକାଣ୍ଡ ଘଟିଛି। ପ୍ରଥମ ମହଲାରୁ ତିନି ଜଣଙ୍କୁ ଉଦ୍ଧାର କଲା ଅଗ୍ନିଶମ ବିଭାଗ। ନିଆଁକୁ ନିୟନ୍ତ୍ରଣକୁ ଅଣାଯାଇଛି।ସୂଚନା ଥାଉକି, ଅଗ୍ନିକାଣ୍ଡରେ ତିନୋଟି ଘରର ସମସ୍ତ ଆସବାବପତ୍ର ନଷ୍ଟ । ସର୍ଟ

ଶୁଭଲକ୍ଷ୍ମୀ ମୃତ୍ୟୁ ଘଟଣାକୁ ନେଇ ରାଜ୍ୟ ମହିଳା କମିଶନଙ୍କ ଉଦବେଗ

ଦୀପାଲି ବାରରେ ବାର ଡ୍ୟାନ୍ସର ଭାବେ କାମ କରୁଥିବା ଶୁଭଲକ୍ଷ୍ମୀ ମୃତ୍ୟୁ ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ରାଜ୍ୟ ମହିଳା କମିଶନ। ୧୫ ଦିନ ମଧ୍ୟରେ ଘଟଣାର ତଦନ୍ତ ରିପୋର୍ଟ ଦେବାକୁ କମିଶନରେଟ ପୁଲିସକୁ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ନିର୍ଦ୍ଦେଶ ଦେଇଛନ୍ତି। ସେପଟେ ଘଟଣାରେ ୧୫

ହୀରାକୁଦ ଜଳଭଣ୍ଡାରର ଦୁଇଟି ସୁଇସ ଗେଟ୍ ବନ୍ଦ କରାଯାଇଛି

ହୀରାକୁଦ ଜଳଭଣ୍ଡାରର ଦୁଇଟି ସୁଇସ ଗେଟ୍ ବନ୍ଦ କରାଯାଇଛି । ୬ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ କରାଯାଉଥିଲା ଆଉ ଆଜି ୨ଟି ଗେଟ୍ ବନ୍ଦ କରାଯିବା ଫଳରେ ୪ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି । ଉପର ମୁଣ୍ଡରେ ବନ୍ୟାଜଳ ପ୍ରବେଶ କମିଥିବାରୁ ୨ଟି ଗେଟ୍ ବନ୍ଦ କରାଯାଇଛି । ହୀରାକୁଦର ବାମ

ରାହୁଲଙ୍କ ବିବାଦୀୟ ବୟାନ ବାଦ

ରାହୁଲ ଗାନ୍ଧୀଙ୍କ ବିବାଦୀୟ ଶବ୍ଦ ପ୍ରୟୋଗ ସଂସଦୀୟ ରେକର୍ଡ ରୁ ବାଦ | ସଂସଦୀୟ ରେକର୍ଡରୁ ବାଦ ଦେବାକୁ ବାଚସ୍ପତି ଓମ ବିର୍ଲା ଙ୍କ ନିର୍ଦେଶ | ଅନାସ୍ଥା ପ୍ରସ୍ତାବ ବିତର୍କ ବେଳେ ଏପରି କିଛି ଶବ୍ଦ ପ୍ରୟୋଗ କରିଥିଲେ ମଣିପୁର ରେ ‘ଭାରତ ମାତା କୁ ହତ୍ୟା’ କରାଯାଇଛି ବୋଲି କହିଥିଲେ |

ଓଡିଆ ମାଧ୍ୟମ ବିଦ୍ୟାଳୟର ପିଲାମାନଙ୍କୁ ମିଳିବ ମାଗଣା ପାଠ୍ୟପୁସ୍ତକ: ମୁଖ୍ୟମନ୍ତ୍ରୀ

ରାଜ୍ୟର ଘରୋଇ ତଥା ଅଣ ଅନୁଦାନପ୍ରାପ୍ତ ଓଡିଆ ମାଧ୍ୟମ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପରି ମାଗଣା ପାଠ୍ୟପୁସ୍ତକ ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ୫-ଟି ଉପକ୍ରମରେ ଏହି ଯୋଜନା ହାତକୁ ନିଆଯାଇଛି।