Odia News Portal

ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ହେବ: ସୁର

ମନ୍ମଥଙ୍କ ନିଲମ୍ବନ ନେଇ ବାପା ସୁର ରାଉତରାୟଙ୍କ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ମୋ ପରିବାରରେ କିଛି ଗଣ୍ଡଗୋଳ, ଅଶାନ୍ତି ନାହିଁ । ସାନ ପୁଅ ମନ୍ମଥ ଚାକିରି କରିଛି, ତାର ଇସ୍ତଫା ଏବେ ଯାଏଁ ଗ୍ରହଣ ହୋଇନାହିଁ । ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ହେବ ଆଉ ମନ୍ମଥ ଜଟଣୀରୁ ଠିଆ ହେବ ।…

ନିଲମ୍ବନ କରି ମୋତେ ଆଗକୁ ବଢିବାକୁ ସଙ୍କେତ ଦେଇଛନ୍ତି: ମନ୍ମଥ

କଂଗ୍ରେସରୁ ନିଲମ୍ବନକୁ ନେଇ ତାଚ୍ଛଲ୍ୟ କଲେ ସୁରଙ୍କ ପୁଅ ମନ୍ମଥ । ରାଜ୍ୟ କଂଗ୍ରେସ ଓ ବିଧାୟକ ସାଲୁଜାଙ୍କ ଉପରେ ଧୂମ୍ ବର୍ଷିଲେ ମନ୍ମଥ ରାଉତରାୟ । ମୁଁ ସନ୍ତୋଷ ସିଂ ସାଲୁଜାଙ୍କ ଜଣେ ବିଜ୍ଞ ବ୍ୟକ୍ତି ବୋଲି ଭାବୁଥିଲି । ମୋ ବ୍ୟାକ୍‌ଗ୍ରାଉଣ୍ଡ ନଜାଣି ମୋତେ ପିସିସି ସଦସ୍ୟ କରିଥିଲେ । …

ବ୍ଲାକମେଲିଂ କରୁଛନ୍ତି ସୌମ୍ୟ : ଅତନୁ

ସୌମ୍ୟ ପଟ୍ଟନାୟକଙ୍କୁ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଟାର୍ଗେଟ । ଅରୁନ ସାହୁଙ୍କ ପରେ ଟାର୍ଗେଟ କଲେ ମନ୍ତ୍ରୀ ଅତନୁ ସବ୍ୟସାଚୀ । ସୌମ୍ୟଙ୍କ ବୟାନକୁ ଦଳ ବିରୋଧୀ କାର୍ଯ୍ୟ ବୋଲି କହିଲେ ଅତନୁ । ଦଳକୁ, ମୁଖ୍ୟମନ୍ତ୍ରୀଙ୍କ ଦପ୍ତରକୁ ଟାର୍ଗେଟ କରି ବାରମ୍ବାର ଲେଖୁଛନ୍ତି । ଏହା ଆଦୌ…

ଅକ୍ଟୋବର ୧ରୁ ଗାଡ଼ିରେ ଲାଗିବ VLT, ରାଜ୍ୟ ପରିବହନ ଆୟୁକ୍ତ ଜାରି କଲେ ନୋଟିସ୍

କଡାକଡି ହେବ ସେଣ୍ଟ୍ରାଲ ମୋଟର ଭେଇକିଲ ରୁଲ । ପରିବହନ ଗାଡିରେ ଲାଗିବ VLT । (ଭେଇକିଲ ଲୋକେସନ ଟ୍ରାକିଂ ସିଷ୍ଟମ୍) ଓ ପ୍ୟାନିକ ବଟନ୍ । ସେପ୍ଟେମ୍ବର ୩୦ ପୂର୍ବରୁ ପଞ୍ଜିକୃତ ହୋଇଥିବା ଗାଡ଼ିରେ ଚଳିତ ବର୍ଷ ଶେଷ ସୁଦ୍ଧା ଏହି ଡିଭାଇସ୍ ସଂଯୋଗ ବାଧ୍ୟତାମୂଳକ । ଏନେଇ ରାଜ୍ୟ ପରିବହନ…

ସୁରଙ୍କ ପୁଅ ମନ୍ମଥଙ୍କୁ ନିଲମ୍ବନ କଲା କଂଗ୍ରେସ

ଗଣମାଧ୍ୟମରେ ବୟାନ ସହ କାରଣ ଦର୍ଶାଅ ନୋଟିସର ଜବାବ ନ ଦେବା ଯୋଗୁଁ ଆଜି କଂଗ୍ରେସ ଦଳରୁ ନିଲମ୍ବିତ ହୋଇଛନ୍ତି ଜଟଣୀ ବିଧାୟକ ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ | ଆଜି ପ୍ରଦେଶ କଂଗ୍ରେସ କମିଟିର ଶୃଙ୍ଖଳା କମିଟି ମନ୍ମଥଙ୍କୁ ନିଲମ୍ବନ କରିଛି | ଶୃଙ୍ଖଳା କମିଟି ପକ୍ଷରୁ କୁହାଯାଇଛି ଯେ…

୧୬ରେ କଟକ ନେତାଜୀ ବସ୍‌‌ ଟର୍ମିନାଲ ଉଦ୍‌ଘାଟନ

କଟକ ନେତାଜୀ ବସ୍‌‌ ଟର୍ମିନାଲ (ସିଏନବିଟି)ର ଆସନ୍ତା ୧୬ରେ ଉଦଘାଟନ ହେବ। ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦଘାଟନ କରିବେ। ଏତଦ୍‌‌ ବ୍ୟତୀତ କଟକ ସହରରେ ନୂତନ ଭାବେ ଗଢିଉଠିଥିବା ଏକାଧିକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି।…

ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ

ନୂଆଁଖାଇ ପାଇଁ ଧାର୍ଯ୍ୟ ହେଲା ଲଗ୍ନ । ସେପ୍ଟମ୍ବର ୨୦ରେ ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ । ସଖାଳ ୧୦ ଟା ୨୭ ରୁ ୧୦ ଟା ୪୨ ମଧ୍ୟରେ ଶୁଭ ଲଗ୍ନ । ମା ସମଲେଶ୍ୱରୀ ଙ୍କ ନିକଟରେ ହେବେ ନବାନ୍ନଲାଗି । ବ୍ରହ୍ମପୁରା ପଣ୍ଡିତ ଙ୍କ ମହାସଭାରେ ହେଲା ଲଗ୍ନ ନିର୍ଦ୍ଧାରଣ ।

ପ୍ରେମ ବିବାହକୁ ବିରୋଧ କରି ଶୁଦ୍ଧି ହେଲେ ଝିଅର ବାପଘର ଲୋକ

ଏପଟେ ବାହାଘର, ସେପଟେ ଶୁଦ୍ଧିକ୍ରିୟା । ଝିଅର ପ୍ରେମ ବିବାହକୁ ବିରୋଧ କରି ଶୁଦ୍ଧି ହେଲେ ବାପଘର ଲୋକ । କେନ୍ଦ୍ରାପଡା ଜିଲ୍ଲା ଆଳି ନୂଆବଜାର ଅଞ୍ଚଳରେ ଏଭଳି ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଗୋୖଡ଼ପାଟଣା ମୋୖଜାର ରାଜେନ୍ଦ୍ର ଓ ଦୀପାଞ୍ଜଳିଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା । ହେଲେ…

ଆହୁରୀ ଦୁଇ ଦିନ ରାଜ୍ୟରେ ପ୍ରବଳ ବର୍ଷା : ୧୩ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଙ୍ଗ

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ବୁଧବାରକୁ ଦୁର୍ବଳ ହୋଇପଡ଼ିଛି। କିନ୍ତୁ ଏହା ସହ ଜଡ଼ିତ ଘୂର୍ଣ୍ଣିବଳୟ ଆଜି ବି ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା ଏବଂ ଏହାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳର ବାୟୁମଣ୍ଡଳରେ ୭.୬ କିମି ଯାଏଁ ସକ୍ରିୟ ରହିଛି । ଫଳରେ ଆସନ୍ତା ୨ ଦିନ ରାଜ୍ୟର କେତେକ ଜିଲ୍ଲାରେ ପ୍ରବଳ…