Odia News Portal

ଶ୍ରୀବିଗ୍ରହଙ୍କ ବନକଲାଗି ନୀତି: ୪ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ

ବୁଧବାର ଶ୍ରୀବିଗ୍ରହଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଦତ୍ତ ମହାପାତ୍ର ସେବକମାନେ ଶ୍ରୀବିଗ୍ରହ ଶୃଙ୍ଗାର କରିବେ। ଦ୍ବିତୀୟ ଭୋଗମଣ୍ଡପ ପରେ ଏହି ନୀତି ଆରମ୍ଭ ହେବ। ଏଥିପାଇଁ ୪ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛି। ବୁଧବାର ଦ୍ୱିତୀୟ…

ନୂଆପଡ଼ା ଉପନିର୍ବାଚନ: ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ‌ଢୋଲକିଆ ହେଲେ ବିଜେପି ପ୍ରାର୍ଥୀ

ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି। ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ‌ଢୋଲକିଆ ହେଲେ ବିଜେପି ପ୍ରାର୍ଥୀ। ଗତ ୧୧ ତାରିଖରେ ବିଜେପିରେ ମିଶିଥିଲେ। ୧୬ ତାରିଖରେ ନାମାଙ୍କନ ଭରିବେ ଜୟ। ଜୟ ‌ଢୋଲକିଆଙ୍କ ନାମାଙ୍କନରେ ଉପସ୍ଥିତ ରହିବେ ମୁଖ୍ୟମନ୍ତ୍ରୀ…

ଧରା ପଡ଼ିଲାଣି ୨୫ରୁ ଅଧିକ ଚୋରା କ୍ରୋମାଇଟ୍‌ ଡିପୋ

କ୍ରୋମ୍‌ ଉପତ୍ୟକା ସୀମାନ୍ତ ଇଲାକାରେ ଗତ ୧୦ ବର୍ଷ ମଧ୍ୟରେ ୨୫ରୁ ଅଧିକ ଚୋରା କ୍ରୋମାଇଟ୍‌ ଡିପୋ ଧରା ପଡ଼ିଲାଣି। ଯାଜପୁରଜିଲ୍ଲା କାଳିଆପାଣି, ସୁକିନ୍ଦା ଓ ପାଣିକୋଇଲି ଥାନା ଇଲାକା ଏବଂ ପଡ଼ୋଶୀ ଢେଙ୍କାନାଳ ଜିଲ୍ଲା ଭୁବନ, କାମାକ୍ଷାନଗର ଓ ଗଁଦିଆ ଥାନା ଇଳାକାରେ…

ଭକ୍ତଙ୍କ ପାଇଁ ଖୋଲିବ ଗୁଣ୍ଡିଚା ମନ୍ଦିର

ଭକ୍ତଙ୍କ ପାଇଁ ଖୋଲିବ ଗୁଣ୍ଡିଚା ମନ୍ଦିର। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ହେବ ବ୍ୟବସ୍ଥା। ଭକ୍ତମାନେ ଟିକେଟ୍‌ କରି ଦର୍ଶନର ସୁଯୋଗ ପାଇବେ। ଖୁବ୍‌ଶୀଘ୍ର ଏ ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯିବ। ଏଥିସହ ଗୁଣ୍ଡିଚା ମନ୍ଦିରର ଅନ୍ୟ ତିନି ପାର୍ଶ୍ବର ଉନ୍ନତୀକରଣ କରାଯିବ। ଗୁଣ୍ଡିଚା ମନ୍ଦିର…

ନୂଆପଡ଼ା ଉପନିର୍ବାଚନ: ଚୂଡାନ୍ତ ଭୋଟର୍ ତାଲିକା ପ୍ରକାଶିତ

ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶ ସର୍ବଦଳୀୟ ପ୍ରତିନିଧି ମଣ୍ଡଳ ସହିତ ଚୂଡାନ୍ତ ଭୋଟର୍ ତାଲିକା ଗୁରୁବାର ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ପ୍ରକାଶିତ କରିଛନ୍ତି । ସୂଚନାଯୋଗ୍ୟ, ନୂଆପଡା ବିଧାନ ସଭା ମଣ୍ଡଳୀ -୭୧ ନୂଆପଡା,୧୧- କଳାହାଣ୍ଡି ପାର୍ଲିଆମେଣ୍ଟରୀ ନିର୍ବାଚନ…

ନୂଆପଡ଼ା ଉପନିର୍ବାଚନ: ୧୬ରେ ବିଜେପିର ନାମାଙ୍କନ, ଉପସ୍ଥିତ ରହିବେ ମୁଖ୍ୟମନ୍ତ୍ରୀ

ନୂଆପଡ଼ା ଉପନିର୍ବାଚନରେ ବିଜେପି ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନି। ଦୁଇ ଦିନ ତଳେ ଦଳର କୋର୍‌ କମିଟି ବୈଠକ ବସିଥିବାବେଳେ ଏଥିରେ ନିଷ୍ପତ୍ତି ହୋଇଥିବା ପ୍ରାର୍ଥୀଙ୍କ ନାମକୁ ଦଳର ସଂସଦୀୟ ବ୍ୟାପାର କମିଟିକୁ ‌ପଠାଇଛି। ବିଜେଡି ଛାଡ଼ି ବିଜେପିରେ ମିଶିଥିବା ଜୟ ଢୋଲକିଆଙ୍କୁ ଦଳୀୟ…

ମେଲାଣି ନେଉଛନ୍ତି ମା’ ଗଜଲକ୍ଷ୍ମୀ, ଭଷାଣ ଉତ୍ସବରେ ଦେଖିବାକୁ ମିଳିଲା ଅଲୌକିକ ଦୃଶ୍ୟ

ବିଦାୟ ନେଉଛନ୍ତି ମା’ ଗଜଲକ୍ଷ୍ମୀ । ତଳେ ମା’ଙ୍କ ଭଷାଣ ଉତ୍ସବ ଚାଲିଥିବାବେଳେ ଗଛ ଉପରେ ଜଗି ରହିଛି ଏକ ଧଳା ପେଚା । ଏକଥାକୁ ସହଜରେ ବିଶ୍ବାସ କରି ହେଉନଥିଲେ ବି ଏଭଳି ଅଲୌକିକ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ସହରରେ । ଭଲ କରି ଏ ଦୃଶ୍ୟ ଉପରେ ନଜର ପକାନ୍ତୁ । କେମିତି ଏ ଧଳା…

ଅତ୍ୟାଧୁନିକ ସୁରକ୍ଷା ବଳୟରେ ରହିବ ପୁରୀ ଶ୍ରୀମନ୍ଦିର, ହେବ ୱାକିଟକି ବ୍ୟବସ୍ଥା: ଗିରୀଶ ଚନ୍ଦ୍ର ମୁର୍ମୁ

ଏଥର ଅତ୍ୟାଧୁନିକ ସୁରକ୍ଷା ବଳୟରେ ରହିବ ପୁରୀ ଶ୍ରୀମନ୍ଦିର । ଶ୍ରୀମନ୍ଦିର ଭିତରେ ଓ ବାହାରେ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ । ଶ୍ରୀମନ୍ଦିର ସୁରକ୍ଷା ନେଇ ପୁରୀ ନୀଳାଦ୍ରି ଭକ୍ତ ନିବାସରେ ବସିଥିବା ସୁରକ୍ଷା ସବ କମିଟି ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି । ସୁରକ୍ଷା ପାଇଁ…

ଦୀପାବଳି ପାଇଁ ଆସିଲା କଟକଣା, ସନ୍ଧ୍ୟା ୭ ଟାରୁ ୯ ଟା ପର୍ଯ୍ୟନ୍ତ ଫୁଟାଇପାରିବେ ବାଣ

ଆଉ ଦିନ କେଉଟ ପରେ ଆଲୋକର ପର୍ବ ଦୀପାବଳି । ଚଳିତବର୍ଷ ଅକ୍ଟୋବର ୨୦ ତାରିଖରେ ସାରା ଦେଶ ପାଳନ କରିବ ଦୀପାବଳି । ତେବେ ପ୍ରତିଥର ବାଣକୁ ନେଇ ଗାଇଡଲାଇନ୍ ଆସୁଥିବା ବେଳେ ଚଳିତବର୍ଷ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ବାଣ ଫୁଟାଇବାର ସମୟକୁ ନେଇ ଗାଇଡଲାଇନ୍ ଆସିଛି । ତେବେ ବାଣ…

ଚିଲିକାକୁ ଆସିଲେଣି ବିଦେଶାଗତ ପକ୍ଷୀ, କିଚିରି ମିଚିରି ଶବ୍ଦରେ କମ୍ପୁଛି ଚିଲିକା

ଏସିଆ ମହାଦେଶର ସର୍ବ ବୃହତମ ଲବଣ ହ୍ରଦ ହେଉଛି ଚିଲିକା । ଏହା ୧୧ ଶହ କିଲୋମିଟର ବର୍ଗ ବିଶିଷ୍ଟ ଖୋର୍ଦ୍ଧା, ପୁରୀ ଓ ଗଞ୍ଜାମ ଜିଲ୍ଲାର ବିଭିନ୍ନ ପ୍ରାନ୍ତକୁ ଲାଗିରହିଛି । ଏହା ଓଡିଶାର ଏକ ପର୍ଯ୍ୟଟନ ସ୍ଥଳ ଓ ପକ୍ଷୀ ଅଭୟାରଣ୍ୟ ସହିତ ଭାରତର ପ୍ରଥମ…