Odia News Portal

ହୀରାକୁଦର ଖୋଲିବ ୪୦ ଗେଟ

ହୀରାକୁଦର ଆଉ ୫ ଟି ଗେଟ ଖୋଲିଲା । ଏବେ ମୋଟ ୩୧ ଟି ଗେଟ ଦେଇ ଚାଲିଛି ଜଳ ନିଷ୍କାସନ । ପର୍ଯ୍ୟାୟ କ୍ରମେ ଆଜି ମୋଟ ୧୪ ଟି ଗେଟ ଖୋଲାଯିବ । ହୀରାକୁଦରେ ରାତି ୮ ଟା ସୁଦ୍ଧା ଖୋଲିବ ଆଉ ୧୪ ଟି ଗେଟ । ପୂର୍ବରୁ ୨୬ ଏବଂ ଆଜିର ୧୪ ଟି ଗେଟ ମିଶାଇ ୪୦ ଟି ଗେଟ ଖୋଲିବ । ୪୦ ଟି ଗେଟ ଖୋଲିବାକୁ…

ରାଜଧାନୀରେ ଗୋଡାଇ ହାଣିଲେ

ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଲେ ୬ ଦୁର୍ବୁତ୍ତ । ନୟାପଲ୍ଲୀ ଥାନା ଜୟଦେବ ବିହାର ଅଂଚଳରେ ଆତଙ୍କ । ବସ୍ତିରେ ଦାଦାବଟି ବ୍ରାଉନ ସୁଗାରକୁ ବିରୋଧ କରିବାରୁ ହାଣିଲେ । ଦୁଇ ହାତରେ ଗଭୀର କ୍ଷତ , କ୍ୟାପିଟାଲ ହସ୍ପିଟାଲ ରେ ଭର୍ତ୍ତି । ସୂଚନା ଅନୂଯାୟୀ, ନୟାପଲ୍ଲୀ ଥାନା ଜୟଦେବ ବିହାର ଅଞ୍ଚଳରେ…

ବିହାର କ୍ୟାବିନେଟ ସମ୍ପ୍ରସାରଣ: ଆରଜେଡିରୁ ସର୍ବାଧିକ ୧୬ ବିଧାୟକ ହେଲେ ମନ୍ତ୍ରୀ

ବିହାରରେ ନୀତୀଶ କୁମାର ନେତୃତ୍ୱାଧୀନ ମହାମେଣ୍ଟ ସରକାରର ଆଜି କ୍ୟାବିନେଟ ସମ୍ପ୍ରସାରଣ ହୋଇଛି । ମୋଟ ୩୧ ନୂଆ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି। ବିଜେପିର ହାତ ଛାଡ଼ି ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ଓ ଅନ୍ୟ ବିରୋଧୀ ଦଳ ସହ ମେଣ୍ଟ ଗଠନ କରିଥିବା ନୀତୀଶ କ୍ୟାବିନେଟର ନୂଆ ମନ୍ତ୍ରୀମାନେ ରାଜ…

ଆଗାମୀ ୪୮ ଘଣ୍ଟା ଆମ ପାଇଁ ଗୁରୁତ୍ୱପୁର୍ଣ୍ଣ:ଏସଆରସି

ଆଗାମୀ ୪୮ ଘଣ୍ଟା ଆମ ପାଇଁ ଗୁରୁତ୍ୱପୁର୍ଣ୍ଣ କହିଲେ ଏସଆରସି । ଆଜି ସଂଧ୍ୟାରେ ମୁଣ୍ଡଳିରେ ସର୍ବାଧିକ ବନ୍ୟା ଜଳ ପ୍ରବାହିତ ହେବ । ପୁରୀ , ଖୋର୍ଦ୍ଧା , ଜଗତସିଂହପୁର , କେନ୍ଦ୍ରାପଡା ବିଶେଷ ପ୍ରଭାବିତ ହେବ । ବ୍ୟାକ ବ୍ୱାଟର ଯୋଗୁଁ କିଛି ଜାଗାରେ ପାଣି ପଶିଛି ।ଆବଶ୍ୟକ ଅନୁସାରେ ଲୋକଙ୍କୁ…

୧୦ ଜିଲ୍ଲାପାଳଙ୍କୁ ଆଲର୍ଟ

୧୦ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ବନ୍ୟା ସ୍ଥିତିର ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ବିପଦସଙ୍କୁଳ ସ୍ଥାନରୁ ଲୋକଙ୍କୁ ସ୍ଥାନାନ୍ତର କରିବା ହେଉଛି ପ୍ରାଥମିକତା । ଜିରୋ କାଜୁଆଲିଟି ଉପରେ ଗୁରୁତ୍ୱ ଦେଇଛନ୍ତି…

ବନ୍ୟା ସ୍ଥିତି: ନୟାଗଡ଼ ଓ ଜଗତସିଂହପୁର ଜିଲ୍ଲାରେ ସ୍କୁଲ ଛୁଟି

ବନ୍ୟା ସ୍ଥିତି କାରଣରୁ ନୟାଗଡ଼ ଜିଲ୍ଲାର ୩ଟି ବ୍ଲକରେ ୩୨ଟି ସ୍କୁଲ୍ ଦୁଇ ଦିନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଆଜି ଓ ଆସନ୍ତାକାଲି ସ୍କୁଲ ବନ୍ଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଗଣିଆରେ ୧୧, ଖଣ୍ଡପଡ଼ାରେ ୨ ଓ ଭାପୁରରେ ୧୨ଟି ସ୍କୁଲ ବନ୍ଦ ରହିବ ।ମାତ୍ର…

ଭାରତର ଉଦବେଗ ସତ୍ତ୍ୱେ ଚୀନର ‘ଗୁଇନ୍ଦା’ ଜାହାଜକୁ ଅନୁମତି ଦେଲା ଶ୍ରୀଲଙ୍କା

ଚାଇନାର ‘ଗୁଇନ୍ଦା’ ଜାହାଜ କୁହାଯାଉଥିବା ୟୁଆନ୍ ୱାଙ୍ଗ-୫ ମଙ୍ଗଳବାର ଶ୍ରୀଲଙ୍କାର ହାମ୍ବାନତୋଟା ବନ୍ଦରରେ ପହଞ୍ଚିଛି। ବିଶେଷ କଥା ହେଉଛି ଭାରତ ଏବଂ ଆମେରିକା ଏ ବିଷୟରେ ଚିନ୍ତା ପ୍ରକଟ କରିସାରିଛନ୍ତି। ସୂଚନା ମୁତାବକ, ସାଟେଲାଇଟ୍ ଏବଂ ଇଣ୍ଟରକଣ୍ଟିନେଣ୍ଟାଲ୍ କ୍ଷେପଣାସ୍ତ୍ର ଟ୍ରାକିଂ…

ଆଜି ବନ୍ୟା ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ରାଜ୍ୟର ଅନେକ ଜିଲ୍ଲାରେ ବନ୍ୟା ସୃଷ୍ଟି ହୋଇଛି । ପଶ୍ଚିମ ଓ ଉତ୍ତର ଓଡ଼ିଶା ରେ ବନ୍ୟା ଆସିଛି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବନ୍ୟା ସ୍ଥିତିର ସମୀକ୍ଷା କରିବେ । ପୂର୍ବାହ୍ନ ୧୧ ଟାରେ ବରିଷ୍ଠ ଅଧିକାରୀଙ୍କ ସହ ବନ୍ୟା ସ୍ଥିତିର ସମୀକ୍ଷା କରିବେ…

ସମୁଦ୍ରରେ ବୁଡି ଜଣେ ନିଖୋଜ

ଦିଗବାରିଣୀ ଖୁଣ୍ଟ ନିକଟରେ ସମୁଦ୍ରରେ ବୁଡି ଜଣେ ନିଖୋଜ । ନିଖୋଜ ଯୁବକ ପଶ୍ଚିମବଙ୍ଗର ରବି ସିଂ ହୋଇଥିବା ସୂଚନା ରହିଛି । ଦୁଇ ବନ୍ଧୁ ବୁଲିବାକୁ ଆସି ଗାଧୋଇବା ବେଳେ ବୁଡି ଯାଇଥିଲେ । ଅନ୍ୟ ଜଣେ ଯୁବକ ବିହାରର ସ୍ୱାଗତ ଚୈାଧୁରୀ ଉଦ୍ଧାର ହୋଇଛନ୍ତି ।

ମୁକେଶ ଅମ୍ବାନୀଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତିକୁ ଗିରଫ କଲା ମୁମ୍ବାଇ ପୁଲିସ

ଗିରଫ ହେଲା ଶିଳ୍ପପତି ମୁକେଶ ଅମ୍ବାନୀଙ୍କୁ ଫୋନରେ ହତ୍ୟା ଧମକ ଦେଇଥିବା ବ୍ୟକ୍ତି। ଅଭିଯୁକ୍ତଙ୍କ ବୟସ ୫୫ ବର୍ଷ ଏବଂ ତାଙ୍କ ନାମ ବିଷ୍ଣୁ ଭୌମିକ ବୋଲି କୁହାଯାଉଛି। ସୋମବାର ଜଣେ ଅଜ୍ଞାତ ବ୍ୟକ୍ତି ‘ରିଲାଏନସ୍ ଫାଉଣ୍ଡେସନ୍’ର ‘ହରକିଷନଦାସ ହସ୍ପିଟାଲ୍’ ନମ୍ବରକୁ ଫୋନ କରି ଶିଳ୍ପପତି ମୁକେଶ…