Odia News Portal

ମୁଁ ଚେନ୍ନାଇ ସୁପରକିଙ୍ଗ ପାଇଁ ଖେଳିବାକୁ ଚାହୁଁଛି: ଚହଲ

ନୂଆଦିଲ୍ଲୀ: ଭାରତୀୟ ସ୍ପିନର ଚହଲ ଏବେ ଜଣେ ଆଗ ଧାଡ଼ିର ଖେଳାଳୀ । ତେବେ ସେ ଆଇପିଏଲରେ ବିରାଟ କୋହଲିଙ୍କ ନେତୃତ୍ୱାଧିନ ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର ପାଇଁ ଖେଳୁଛନ୍ତି । ସବୁ ସିଜିନରେ ପ୍ରାୟତଃ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି ଚହଲ । ତେବେ ଏକ ପ୍ରତିକ୍ରିୟାରେ କହିଛନ୍ତି କି ମୁଁ ଚେନ୍ନାଇ ପାଇଁ ଖେଳିବାକୁ ଚାହୁଁଛି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

ତେବେ ଯଦି କହିବା ଚହଲ ୨୦୧୧ ମସିହାରେ ଆଇପିଏଲରେ ପଦାର୍ପଣ କରିଥିଲେ । ମୁମ୍ବାଇ ଇଣ୍ଡିଆନ୍ସ ତାଙ୍କୁ କିଣିଥିବା ବେଳେ ମ୍ୟାଚ ଖେଳିବା ଲାଗି ୨୦୧୩ ମସିହା ଲାଗିଯାଇଥିଲା । ଦୁଇବର୍ଷ ବସିଥିଲେ ଚହଲ । ଏହାପରେ ୨୦୧୪ରେ ବାଙ୍ଗାଲୋର ଦଳରେ ସାମିଲ ହୋଇଥିଲେ ଚହଲ । ଏହାପରଠାରୁ ଧିରେ ଧିରେ ଭଲ ଖେଳ ପ୍ରଦର୍ଶନ କରି ଏବେ ଟିମ୍ ଇଣ୍ଡିଆର ନିୟମିତ ଖେଳାଳୀ ହୋଇଛନ୍ତି ଚହଲ ।