Odia News Portal

ରୋହିତଙ୍କ ସ୍ଥାନରେ ମୟଙ୍କ ଅଗ୍ରୱାଲଙ୍କୁ ସୁଯୋଗ ଦିଆଯାଉ: ଗାଭାସ୍ମର

ନୂଆଦିଲ୍ଲୀ: ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ହାରିବା ପରେ ଭାରତୀୟ ଖେଳାଳୀମାନେ ସମାଲୋଚନାର ଶିକାର ହେଉଛନ୍ତି । ଖେଳାଳୀଙ୍କ ବ୍ୟାଟିଂ ଓ ବୋଲିଂକୁ ନେଇ ବିଭିନ୍ନ ପ୍ରଶ୍ନ ଉଠାଇଛନ୍ତି ଅଭିଜ୍ଞ ଖେଳାଳୀମାନେ । ତେବେ ଏହାରି ଭିତରେ ନିଜ ମତ ରଖିଛନ୍ତି ଭାରତୀୟ ପୂର୍ବତନ କ୍ରିକେଟର ସୁନିଲ ଗାଭାସ୍କର । ସେ କହିଛନ୍ତି କି, ଭାରତୀୟ ଦଳର ଅଭିଜ୍ଞ ଖେଳାଳୀ ରୋହିତ ଶର୍ମାଙ୍କୁ ବିଶ୍ରାମ ଦିଆଯାଉ । ତାଙ୍କ ସ୍ଥାନରେ ମୟଙ୍କ ଅଗ୍ରୱାଲଙ୍କୁ ସୁଯୋଗ ଦିଆଯାଉ ।

ଉୟଙ୍କ ଅଗ୍ରୱାଲ ଏବେ ଦମଦାର ଫର୍ମରେ ଅଛନ୍ତି । ଟେଷ୍ଟରେ ମଧ୍ୟ ତାଙ୍କର ଭଲ ରେକର୍ଡ ରହିଛି । ସେ ଟେଷ୍ଟରେ ଦୁଇଟି ଦ୍ୱିଶତକ ମଧ୍ୟ ମାରିଛନ୍ତି । ଏଣୁ ଗିଲଙ୍କ ସହ ମୟଙ୍କଙ୍କୁ ଟିମରେ ସ୍ଥାନ ଦିଆଯାଉ । ସେପଟେ ପୁଜାରାଙ୍କ ଖେଳକୁ ନେଇ ଅନ୍ୟ କ୍ରିକେଟର ମାନେ ପ୍ରଶ୍ନ ଉଠାଇଥିବା ବେଳେ ତାଙ୍କ ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି ଗାଭାସ୍କର ।