Odia News Portal

ଗାଭାସ୍କର୍‌ ଟ୍ରଫି; ୬ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ଭାରତ ଅଗ୍ରଣୀ

ଦିଲ୍ଲୀର ଅରୁଣ ଜେଟ୍‌ଲୀ ଷ୍ଟାଡିୟମ୍‌ରେ ଚାଲିଥିବା ‘ବର୍ଡର୍‌-ଗାଭାସ୍କର୍‌ ଟ୍ରଫି’ର ଦ୍ବିତୀୟ ଟେଷ୍ଟ୍‌ ମ୍ୟାଚ୍‌ର ଆଜି ତୃତୀୟ ଦିବସରେ ଭାରତ ଅଷ୍ଟ୍ରେଲିଆକୁ ୬ ୱିକେଟ୍‌ରେ ପରାସ୍ତ କରି ଏହି ୪ ମ୍ୟାଚ୍‌ ସିରିଜ୍‌ରେ ୨-୦ରେ ଅଗ୍ରଣୀ ରହିଛି।

ଆଜିର ଏହି ମ୍ୟାଚ୍‌ରେ ଭାରତକୁ ବିଜୟମଣ୍ଡିତ କରିବାରେ ରବିନ୍ଦ୍ର ଜା‌ଦେଜାଙ୍କ ଅବଦାନ ଯଥେଷ୍ଟ। ସେ ୪୨ ରନ୍‌ ବିନିମୟରେ ୭ ୱିକେଟ୍‌ ହାସଲ କରିଛନ୍ତି। ସେହିପରି, ରବିଚନ୍ଦ୍ରନ ଅଶ୍ବିନ ମଧ୍ୟ ୫୯ ରନ୍‌ ବିନିମୟରେ ୩ ୱିକେଟ୍‌ ହାସଲ କରିଛନ୍ତି। ଆଜି ସମୁଦାୟ ୧୧୩ ରନ୍‌ କରି ଅଷ୍ଟ୍ରେଲିଆ ତା’ର ଦ୍ବିତୀୟ ଇନିଙ୍ଗ୍‌ସ୍‌ ପରିସମାପ୍ତି କରିଥିଲା।

ସଂକ୍ଷିପ୍ତ ସ୍କୋର୍‌: ଏହି ମ୍ୟାଚ୍‌ର ପ୍ରଥମ ଇନିଙ୍ଗ୍‌ସ୍‌ରେ ୨୬୩ ରନ୍‌ କରିଥିବା ଅଷ୍ଟ୍ରେଲିଆ ଆଜି ଦ୍ବିତୀୟ ଇନିଙ୍ଗ୍‌ସ୍‌ରେ ୩୧.୧ ଓଭର୍‌ ଖେଳି ୧୧୩ ରନ୍‌ରେ ଅଲ୍‌ ଆଉଟ୍‌ ହୋଇଯାଇଥିଲା।

ସେହିପରି, ଭାରତ ପ୍ରଥମ ଇନିଙ୍ଗ୍‌ସ୍‌ରେ ୨୬୨ ଏବଂ ଦ୍ବିତୀୟ ଇନିଙ୍ଗ୍‌ସ୍‌ରେ ୨୬.୪ ଓଭର୍‌ ଖେଳି ୧୧୮ ରନ୍‌ କରିଥିଲା। ରୋହିତ ଶର୍ମା ୩୧ ଓ ଚେତେଶ୍ବର ପୂଜାରା ୩୧ ରନ୍‌ କରି ନଟ୍‌ ଆଉଟ୍‌ ଥିଲେ। ଉଲ୍ଲେଖଯୋଗ୍ୟ, ଆଜି ତାଙ୍କର ୧୦୦ତମ ଟେଷ୍ଟ୍‌ ମ୍ୟାଚ୍‌ରେ ଚେତେଶ୍ବର ବିଜୟ ରନ୍‌ ଦଳ ପାଇଁ ହାସଲ୍‌ କରିଥିଲେ।