Odia News Portal

ଅଭ୍ୟାସ ମ୍ୟାଚରେ ଚମକିଲେ ଭାରତୀୟ ଖେଳାଳୀ, ପଢ଼ନ୍ତୁ କିଏ କେତେ ରନ କଲେ

ସାଉଥମ୍ପନ୍‌: ଆସନ୍ତା ୧୮ ତାରିଖରେ ଭାରତ ନ୍ୟୁଜିଲାଣ୍ଡ ବିପକ୍ଷରେ ବିଶ୍ୱ ଟେଷ୍ଟ ଚାମ୍ପିୟନ୍ସସିପ ଖେଳିବାକୁ ଯାଉଛି । ଏହା ପୂର୍ବରୁ ଦଳ ଏକ ଇଣ୍ଟର ପ୍ରାକ୍ଟିସ ମ୍ୟାଚ ଖେଳିଛି । ତେବେ ଏହି ଅଭ୍ୟାସରେ ଖେଳାଳୀମାନେ ଦମଦାର ଖେଳ ପ୍ରଦର୍ଶନ କରିଛନ୍ତି । ଯୁବ ୱିକେଟ କିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ଥ ଭଲ ବ୍ୟାଟିଂ ପ୍ରଦର୍ଶନ କରିଥିବା ନଜରକୁ ଆସିଥିଲା । ସେ ସୁନ୍ଦର ସୁନ୍ଦର ଛକା ମାରିବା ସହ ଶତକୀୟ ପାଳି ଖେଳିଥିଲେ । ୯୧ଟି ବଲ ସମ୍ମୁଖୀନ ହୋଇ ୧୨୧ ରନ କରିବାରେ ସଫଳ ହୋଇଥିଲେ ପନ୍ଥ । ତେବେ ପନ୍ଥ ଓ ସିରଜଙ୍କୁ ନେଇ ଏକ ମଜାଳିଆ ଭିଡ଼ିଓ ସେୟାର କରିଛି ବିସିସିଆଇ । ନିଜ ଟ୍ୱିଟର ହ୍ୱାଣ୍ଡେଲରେ ଭିଡିଓ ସେୟାର କରାଯାଇଛି । ଯାହାକୁ କ୍ରିକେଟ ପ୍ରେମୀମାନେ ବେଶ ପ୍ରଂଶସା କରିଛନ୍ତି ।

ହିଟମ୍ୟାନ ରୋହିତ ଶର୍ମା ଓ ଯୁବ ଖେଳାଳୀ ଶୁଭମନ ଗିଲ ଅର୍ଦ୍ଧଶତକୀୟ ପାଳି ଖେଳିଛନ୍ତି । ସେପଟେ ଅଲରାଉଣ୍ଡର ଜାଡେଜା ମଧ୍ୟ ୫୪ ରନ କରିଥିବା ଦେଖିବାକୁ ମିଳିଥିଲା । ସବୁଠାରୁ ବଡ଼ କଥା ହେଉଛି ଭାରତୀୟ ତୃତୀୟ ପେସର ବୋଲର ହିସାରେ କିଏ ଖେଳିବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଇଶାନ୍ତ ଶର୍ମା ୩ଟି ୱିକେଟ ନେଇଥିବା ବେଳେ ସିରାଜ ୨ଟି ୱିକେଟ ଅକ୍ତିଆର କରିଛନ୍ତି । ଯାହାକି ବିରାଟ କୋହଲିଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ତେବେ ବୁମରା ଓ ସାମି ଉଭୟ ଦଳରେ ଖେଳିବା ନେଇ ଏକ ପ୍ରକାର ସ୍ପଷ୍ଠ ହୋଇଛି । ତେବେ ଇଶାନ୍ତ ଓ ସିରାଜଙ୍କ ମଧରୁ କିଏ ଖେଳିବେ ତାଉପରେ ରହିଛି ସମସ୍ତଙ୍କ ନଜର ।

ଯଦି ଉଭୟଙ୍କ ଖେଳକୁ ଦେଖିବା ତେବେ ଇଶାନ୍ତ ଦଳରେ ସ୍ଥାନ ପାଇ ପାରନ୍ତି ବୋଲି ଅନୁମାନ କରାଯାଉଛି । ଲମ୍ବା ବୋଲିଂ କରିବାର ଦକ୍ଷତା ଇଶାନ୍ତଙ୍କ ପାଖରେ ରହିଛି । ଏମିତିରେ ସେ ବିଦେଶରେ ଭଲ ପ୍ରଦର୍ଶନ କରିଥିବାର ରେକର୍ଡ ମଧ୍ୟ ରହିଛି । ସେପଟେ ଯୁବ ବୋଲର ସିରାଜ ମଧ୍ୟ ଦମଦାର ଫର୍ମରେ ରହିଛନ୍ତି । ନିକଟରେ ଆଇପିଏଲ ମ୍ୟାଚରେ ଭଲ ପ୍ରଦର୍ଶନ କରିଥିବା ମଧ୍ୟ ଦେଖିବାକୁ ମିଳିଥିଲା ।