Odia News Portal

ମିଲଖା ସିଂହଙ୍କ ସହ କଥାହେଲେ ମୋଦି

ନୂଆଦିଲ୍ଲୀ: ଭାରତୀୟ ଖେଳ ଜଗତର ଚର୍ଚ୍ଚିତ ଚେହେରା ମିଲଖା ସିଂହଂ । ଉଡ଼ନ୍ତା ଶିଖ୍ ଭାବେ ପରିଚିତ ମିଲ୍ଖା ଏବେ ମଧ୍ୟ ସମ୍ପୂର୍ଣ୍ଣ ସୁସ୍ଥ ହୋଇନାହାନ୍ତି। ଦୌଡରେ ରେକର୍ଡ କରିଥିବା ଏହି କିମ୍ବଦନ୍ତ୍ରୀ ଖେଳାଳୀ ଏବେ କରୋନା କବଳରେ କବଳିତ । ତେବେ ଏପରି ସ୍ଥଳେ ମିଲଖାଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

୨ ସପ୍ତାହ ତଳେ ମିଲ୍ଖା ସିଂହ କରୋନା ସଂକ୍ରମିତ ହେବା ପରେ ଘରେ ଥିଲେ। କିଛିଦିନ ପରେ ତାଙ୍କ ସ୍ୱାସ୍ଥ୍ୟ ଖରାପ ହେବାରୁ ତାଙ୍କୁ ଚଣ୍ଡିଗଡ଼ର ଏକ ହାସପାତାଳରେ ଭର୍ତ୍ତି କରା ଯାଇଥିଲା। ହେଲେ ସ୍ୱାସ୍ଥ୍ୟରେ ଉନ୍ନତି ଘଟିବାରୁ ତାଙ୍କୁ ଘରକୁ ପଠାଇ ଦିଆ ଯାଇଥିଲା। ହେଲେ ତାଙ୍କ ସ୍ୱାସ୍ଥ୍ୟରେ ଅବନତି ଘଟିବାରୁ ମିଲ୍ଖାଙ୍କୁ ଗୁରୁବାର ଚଣ୍ଡିଗଡ଼ର ଏକ ସରକାରୀ ହାସପାତାଳରେ ଭର୍ତ୍ତି କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଫୋନ୍ ଯୋଗେ ମିଲ୍ଖାଙ୍କ ସହ କଥା ହୋଇଛନ୍ତି ଏବଂ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଏହାସହ ମିଲ୍ଖାଙ୍କୁ କହିଛନ୍ତି ଯେ ସେ ଜଲ୍ଦି ସୁସ୍ଥହୋଇ ଟୋକିଓ ଅଲିମ୍ପିକ୍ସ ଭାଗନେବାକୁ ଯାଉଥିବା ଭାରତୀୟ କ୍ରୀଡ଼ାବିତ୍ଙ୍କ ଭଲ ପ୍ରଦର୍ଶନ ପାଇଁ ଉତ୍ସାହ ପ୍ରଦାନ କରିବେ।