Odia News Portal

ଧୋନୀଙ୍କ ଘରେ ନୂଆ ଅତିଥୀ

ମୁମ୍ବାଇ: ଭାରତୀୟ କ୍ରିକେଟର ମହେନ୍ଦ୍ର ସିଂହ ଧୋନୀଙ୍କ ଘରକୁ ଆସିଛି ନୂଆ ଅତିଥୀ । ସୋସିଆଲ ମିଡିଆରେ ଫଟୋ ସେୟାର କରିଛନ୍ତି ଧୋନୀଙ୍କ ପତ୍ନୀ ସାକ୍ଷୀ । ଧୋନୀଙ୍କ ଫାର୍ମ ହାଉସକୁ ଏକ ନୂଆ ଘୋଡା ଛୁଆ ଆସିଛି । ଯାହା ସହ ଧୋନୀଙ୍କ ଝିଅ ଜିଭା ଖୁସିର ସହ ଖେଳୁଥିବା ଏକ ଫଟୋ ଓ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଜିଭାଙ୍କ ଇନଷ୍ଟାଗ୍ରାମ ପେଜରେ ସାକ୍ଷୀ ଏହି ଫଟୋଟି ଅପଲୋଡ କରିଥିବା ଦେଖିବାକୁ ମିଳିଛି । ତେବେ ସେ ଏହି ପୋଷ୍ଟ କିଛି କ୍ୟାପସନ ଲେଖିନଥିବା ବେଳେ ଏକ ହାର୍ଟ ଚିହ୍ନ ଦେଇଛନ୍ତି । ଯାହାକୁ ସୋସିଆଲ ମିଡିଆରେ ବହୁତ ଭଲ ପାଇବା ମିଳିଥିବା ଦେଖିବାକୁ ମିଳିଛି ।

ସୂଚନା ଥାଉକି, ଧୋନୀ କ୍ରିକେଟରୁ ଅବସର ନେବା ପରେ ଏବେ ସେ ତାଙ୍କ ଫାର୍ମ ହାଉସରେ ସମୟ ଦେଉଛନ୍ତି । ଯାହାର ଫଟୋ ଓ ଭିଡିଓ ପୂର୍ବରୁ ମଧ୍ୟ ଭାଇାରାଲ ହୋଇଛି । ଏପରିକି ଏକ ସପ୍ତାହ ପୂର୍ବରୁ ସାକ୍ଷୀ ଏକ ଭିଡିଓ ସେଆର କରିଥିଲେ। ଏଥିରେ ଧୋନି କଳା ରଙ୍ଗର ମାରୱାଡି ଘୋଡାର ମସାଜ କରୁଥିବା ଦେଖିବାକୁ ମିଳିଥିଲା। ଏହି ଘୋଡାର ନା’ ଚେତକ ରଖାଯାଇଥିବା କହିଥିଲେ ସାକ୍ଷୀ। ଏଥିସହ ଘୋଡାଟିକୁ ତାଙ୍କ ପରିବାରର ସଦସ୍ୟ ବୋଲି କହିବା ସହ ତାକୁ(ଘୋଡ଼ା) ତାଙ୍କ ଘରକୁ ସ୍ୱାଗତ କରିଥିଲେ ସାକ୍ଷୀ।