Odia News Portal

କୋହଲିଙ୍କୁ ପ୍ରଂଶସା କଲେ ରାହୁଲ

ନୂଆଦିଲ୍ଲୀ: ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ପ୍ରଂଶସା କରିଛନ୍ତିି ଓପନର ବ୍ୟାଟ୍ସମ୍ୟାନ କେଏଲ ରାହୁଲ । ସେ ଏକ ଚ୍ୟାନେଳକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ବିରାଟ ଅଧିନାୟକତ୍ୱରେ ଖେଳିଲେ ୨୦୦ ଶତକଡା ଉତ୍ସାହ ଆସୁଛି । ଦଳର ବାକି ୧୦ ଜଣ ଖେଳାଳୀ ମଧ୍ୟ କୋହଲିଙ୍କୁ ଅନୁସରଣ କରନ୍ତି । ତେବେ ନିକଟରେ ବିଶ୍ୱ ଟେଷ୍ଟ ଚାମ୍ପିୟନସିପରେ ଭାରତ ନ୍ୟୁଜିଲାଣ୍ଡଠାରୁ ପରାସ୍ତ ହୋଇଛି । ଯାହାକୁ ନେଇ ବିରାଟ କୋହଲିଙ୍କୁ ଅଭିଜ୍ଞ ଖେଳାଳୀମାନେ ସମାଲୋଚନା କରିଛନ୍ତି । ସେପଟେ କୋହଲି ଏଯାବତ ଆଇସିସିର କୌଣସି ବଡ଼ ଟ୍ରଫି ଜିତିନାହାଁନ୍ତି । ମାତ୍ର ଏଭଳିସ୍ଥଳେ ରାହୁଲ ତାଙ୍କୁ ପ୍ରଂଶସା କରିଥିବା ଦେଖିବାକୁ ମିଳିଛି ।