Odia News Portal

ବିଜୟରୁ ଅଭିଯାନ ଆରମ୍ଭ କଲେ ସାନିଆ

ନୂଆଦିଲ୍ଲୀ: ୪ ବର୍ଷ ପରେ ଗ୍ରାଣ୍ଡସ୍ଲାମ୍ ଟେନିସ ଟୁର୍ଣ୍ଣାମେଣ୍ଟ ୱିମ୍ବଲଡନ୍ର କୋର୍ଟକୁ ଓହ୍ଲାଇଛନ୍ତି ଭାରତର ଟେନିସ ତାରକା ସାନିଆ ମିର୍ଜା। ମହିଳା ଡବଲ୍ସରେ ବିଜୟ ସହ ସାନିଆ ତାଙ୍କର ଅଭିଯାନ ଆରମ୍ଭ କରିଛନ୍ତି। ତାଙ୍କ ଯୋଡ଼ି ଆମେରିକାର ବେଥାନି ମାଟେକ୍-ସାଣ୍ଡ୍ସଙ୍କ ସହ ମିଶି ସାନିଆ ତାଙ୍କର ପ୍ରଥମ ରାଉଣ୍ଡ ମ୍ୟାଚ୍ ଜିତିଛନ୍ତି। ସାନିଆ ଓ ବେଥାନି ୭-୫, ୬-୩ ସେଟ୍ରେ ୬ଷ୍ଠ ସିଡ୍ ଚିଲିର ଆଲେକ୍ସା ଗୌରାଚି ଓ ଆମେରିକାର ଡିଜାରେ କ୍ରାୱଜିକ୍ଙ୍କୁ ପରାସ୍ତ କରିଛନ୍ତି। ସାନିଆଙ୍କ ଜୀବନର ଏହା ୧୨୧ତମ ବିଜୟ। ୱିମ୍ବଲଡନ୍ରେ ସାନିଆ ମିର୍ଜାଙ୍କ ପ୍ରଦର୍ଶନ ଉପରେ ଭାରତବାସୀଙ୍କ ନଜର ରହିଛି। କାରଣ ସାନିଆ ଟୋକିଓ ଅଲିମ୍ପିକ୍ସରେ ଦେଶର ପ୍ରତିନିଧିତ୍ବ କରିବାକୁ ଯାଉଛନ୍ତି।