Odia News Portal

ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭଦ୍ରକ: ଝୁଲନ୍ତା ଅବସ୍ଥାରେ ଯୁବତୀଙ୍କ ମୃତ ଦେହ ଉଦ୍ଧାର । ଭଦ୍ରକ ଟାଉନ ଥାନା ଜାନୁଗଞ୍ଜା ଦୁର୍ଗା ମଣ୍ଡପ ସମ୍ମୁଖରେ ଥିବା ଏକ ଭଡା ଘରୁ ମିଳିଛି ମୃତ ଦେହ । ମୃତକ ଜଣକ ହେଲେ ତିହିଡି ବ୍ଲକ ସିନ୍ଦୋଳ ଗାଁର ସଙ୍ଗୀତ ପୃଷ୍ଟି । ସୂଚନା ଅନୁସାରେ ୩ ଜଣ ରୁମ୍‌୍‌ମେଟ ସହ ଦୀର୍ଘ ଦିନ ଧରି ରହୁଥିବାବେଳେ ରଜରେ ସମସ୍ତେ ଘରକୁ ପଳାଇଥିଲେ । ଏକୁଟିଆ ଥିବା ସମୟରେ ବେକରେ ଗାମୁଛା ଦେଇ ଆତ୍ମ ହତ୍ୟା କରିଥିଲେ ଯୁବତୀ । ଖବର ପାଇ ପୋଲିସ ମୃତ ଦେହକୁ ଉଦ୍ଧାର କରି ତଦନ୍ତ ଜାରି ରଖିଛି ।