Odia News Portal

ବାପାଙ୍କ ଅସୁସ୍ଥ ଖବର ପାଇ ଦେଖିବାକୁ ଯାଉଥିଲେ, ଦୁର୍ଘଟଣାରେ ଚାଲିଗଲା ପୁଅ ବୋହୂଙ୍କ ଜୀବନ

ବୌଦ୍ଧ: ବାପା ଅସୁସ୍ଥ ଥିବା ଖବର ପାଇ ସ୍ତ୍ରୀ ଓ ପରିବାର ଲୋକଙ୍କ ସହ ଦେଖା କରିବାକୁ ବାହାରିଥିଲା ପୁଅ । ମେଡିକାଲରେ ପହଞ୍ଚିବା ପୂର୍ବରୁ ଘଟିଲା ଦୁର୍ଘଟଣା । ଚାଲିଗଲା ପୁଅ ବୋହୂଙ୍କ ଜୀବନ । ଆଉ ଏବେ ବି ଗୁରୁତର ଅବସ୍ଥାରେ ଚିକତ୍ସିତ ହେଉଛନ୍ତି ୩ଜଣ । ବୌଦ୍ଧ ଜିଲ୍ଲାରୁ ଆସିଛି ଏଭଳି ଦୁଃଖଦ ଖବର । ଦୁର୍ଘଟଣାରେ ମୃତକ ହେଲେ ସୁରେନ୍ଦ୍ର ନାଏକ ଓ ତାଙ୍କ ସ୍ତ୍ରୀ । ତାଙ୍କ ଘର ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ମନ୍ଦାର ଗାଁରେ ବୋଲି ଜଣାପଡ଼ିଛି । ପୋଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ଲାଗି ପଠାଇ ଦେଇଛି ।

ସୁରେନ୍ଦ୍ରଙ୍କ ବାପା ରାଉରକେଲାରେ ରହୁଥିଲେ । ତାଙ୍କ ଅସୁସ୍ଥ ଖବର ପାଇ ଯାଉଥିବା ବେଳେ ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଚାରିଛକ ନିକଟରେ ଦୁର୍ଘଟଣା ଘଟିଥିଲା । ଭାରସାମ୍ୟ ହରାଇ ଗଛରେ ପିଟି ହୋଇଯାଇଥିଲା କାର । ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେବା ପରେ ସେମାନଙ୍କୁ ଉଦ୍ଧାର କରିଥିିଲା ପୋଲିସ । ଏବେ ସୁରେନ୍ଦ୍ରଙ୍କ ପରିବାରର ବାକି ୩ଜଣଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ଥିବା ସୂଚନା ମିଳିଛି ।