Odia News Portal

ବାପାଙ୍କ ଶୁଦ୍ଧିକ୍ରିୟା ଲାଗି ଯାଇଥିଲେ, ପୁଅ ନଦୀରେ ଭାସିଗଲା

ଯାଜପୁର: ବାପାଙ୍କ ଶୁଦ୍ଧିକ୍ରିୟା କରିବା ଲାଗି ନଦୀକୁ ଯାଇଥିଲେ ଦୁଇଭାଇ । ପାଦ ଖସିଯିବାରୁ ଜଣେ ଭାସିଗଲେ । ଯାଜପୁର ଜିଲ୍ଲାରୁ ଆସିଛି ଏଭଳି ଖବର । ବୁଢ଼ା ନଦୀରେ ଯୁବକ ଭାସି ଯାଇଛନ୍ତି । ଖବର ପାଇ ଅଗ୍ନିଶମ କର୍ମଚାରୀ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

ସୂଚନା ଅନୁଯାୟୀ, ଶନିବାର ସକାଳେ ତପୁ ନାୟକ ଓ ତାଙ୍କ ଭାଇ ବୁଢ଼ା ନଦୀକୁ ବାପାଙ୍କ ଶୁଦ୍ଧି କ୍ରିୟା ଲାଗି ଯାଇଥିଲେ । ସେଠାରେ ତାଙ୍କ ଭାଇଙ୍କ ଭୋଡ଼ ଖସି ଯାଇଥିଲା । ସେ ଯେତେ ଚେଷ୍ଟା କରିଥିଲେ ସୁଦ୍ଧା ତାଙ୍କୁ ବଞ୍ଚାଇ ପାରିନଥିଲେ । ଗଭୀର ପାଣିର ସ୍ରୋତରେ ସେ ଭାସି ଯାଇଥିଲେ । ସ୍ଥାନୀୟ ଲୋକ ପ୍ରଥମେ ବହୁ ଖୋଜା ଖୋଜି କରିଥିଲେ । ପରେ ଅଗ୍ନିଶମ କର୍ମଚାରୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଖୋଜୁଛି ।