Odia News Portal

ପ୍ରେମ, ପରକୀୟା ପ୍ରୀତି ପରେ ପ୍ରତାରଣା

କେନ୍ଦ୍ରାପଡ଼ା: ବିବାହର ୬ ବର୍ଷ ପରେ ମଧ୍ୟ ମହିଳା ପରପୁରୁଷ ପ୍ରେମରେ ପଡ଼ିଯାଇଥିଲେ । ସ୍ୱାମୀଙ୍କୁ ଛାଡ଼ି ପ୍ରେମିକ ସହ ହୋଇଥିଲେ ଫେରାର । ଶେଷରେ ହାତ ଛାଡ଼ିଦେଲା ପ୍ରେମିକ । ରାହା ଖୋଜୁଛନ୍ତି ମହିଳା । କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ବରବଚ୍ଛା ଅଞ୍ଚଳରୁ ଆସିଛି ଏଭଳି ଖବର । ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହେଲେ ମହିଳା ।

୬ବର୍ଷ ହେବ ବିବାହ କରିଥିଲେ ମହିଳା । ତାଙ୍କର ୪ବର୍ଷର ପୁଅଟିଏ ଅଛି । ସ୍ୱାମୀଙ୍କୁ ଛାଡ଼ି ୧୦ମାସ ହେବ ମନୋରଞ୍ଜନ ଦାଶ ନାମକ ଜଣେ ଯୁବକଙ୍କୁ ପ୍ରେମ କରୁଥିଲେ ମହିଳା । ୧୦ମାସର ଭଲ ପାଇବା ମଧ୍ୟରେ ସ୍ୱାମୀଙ୍କୁ ଛାଡ଼ି ପୁଅକୁ ନେଇ ଫେରାର ହୋଇଯାଇଥିଲେ ମହିଳା । ତାଙ୍କ ସ୍ୱାମୀ ଏତଲା ଦେବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଉଭୟ ଉଭୟଙ୍କୁ ପ୍ରେମ କରୁଥିବାରୁ ଏକାଠି ରହିବା ଲାଗି ପୋଲିସ ସାମନାରେ ମାନିଥିଲେ । ପରେ ପୋଲିସ ପ୍ରେମୀଯୁଗଳଙ୍କୁ ଏକାଠି ରହିବାକୁ କହିଥିଲା ।

କିଛିଦିନ ପରେ ପୁଅକୁ ସ୍ୱାମୀ ପାଖରେ ଛାଡ଼ିବା ଲାଗି କହିଥିଲା ପ୍ରେମିକ । ପ୍ରେମରେ ଅନ୍ଧ ହୋଇଥିବା ମହିଳା ନିଜ ଜନ୍ମକଲା ପୁଅକୁ ମଧ୍ୟ ଛାଡ଼ିବା ଲାଗି ଚାଲିଯାଇଥିଲା । କିନ୍ତୁ ଶେଷରେ ପ୍ରେମିକାକୁ ଛାଡ଼ି ଫେରାର ହୋଇଯାଇଛି ପ୍ରେମିକ । ଫେରାର ହେବା ପରେ ବାପଘର ଏବଂ ଶାଶୁଘର ପାଇଁ ଅଲୋଡା ହୋଇଥିବା ମହିଳା ଏବେ ରାହା ଖୋଜୁଛନ୍ତି । ପ୍ରଥମେ ସ୍ଥାନୀ ୟସରପଞ୍ଚ ଏବଂ ୱାର୍ଡମେମ୍ବରଙ୍କୁ ଗୁହାରି କରିଥିଲେ । କିଛି ସୁଫଳ ନମିଳିବାରୁ ଶେଷରେ ଥାନାର ଦ୍ୱାରସ୍ଥ ହୋଇ ନ୍ୟାୟ ଅପେକ୍ଷାରେ ମହିଳା ।