Odia News Portal

ସିସିଟିଭିରେ କଏଦ ହେଲା ଲାଇଭ୍ ଲୁଟ୍‌ର ଦୃଶ୍ୟ

ଭୁବନେଶ୍ୱର: ରାଜଧାନୀରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଲୁଟେରାଙ୍କ ରାଜୁତି । ଦିନ ଦ୍ୱିପ୍ରହରରେ ଲୁଟ୍ କରି ଫେରାର ହେଉଛନ୍ତି ଲୁଟେରା । ଛୁରାମାଡ଼ ପରେ ଲୁଟ୍ କରି ଫେରାର ହୋଇଥିବା ଲୁଟେରାର ଫୁଟେଜ କଭରେଜ ହୋଇଛି ସିସିଟିଭିରେ । ଏହି ସିସିଟିଭି ଫୁେ,ଟଜ ଆଧାରରେ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ । ଭୁବନେଶ୍ୱର ନୟାପଲ୍ଲୀରେ ମହିଳାଙ୍କୁ ଛୁରାମାଡ଼ କରି ଲୁଟ୍ କରିଥିବା ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ଅଭିଯୁକ୍ତ ଛୁରାମାଡ଼ କରିଥିବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଥିଲା । ଏହି ଫୁଟେଜ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରି ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି ।

ସୂଚନା ଥାଉକି, ଗତ ୩୧ ତାରିଖ ସକାଳେ ଅଂଶୁ ଗୁପ୍ତା ନାମକ ଜଣେ ମହିଳା ପରିବା କିଣିବା ପାଇଁ ଯାଉଥିବା ସମୟରେ ନୟାପଲ୍ଲୀ ଭିଆଇପି ରୋଡରେ ତାଙ୍କୁ ଜଣେ ଦୁର୍ବୃତ୍ତ ଏକୁଟିଆ ଦେଖି ପିଛା କରିଥିଲା। ମହିଳାଙ୍କ ପାଖରୁ ଲୁଟ୍ ପାଇଁ ଉଦ୍ୟମରେ ବିଫଳ ହେବା ପରେ ଏକ ଛୁରୀ ବାହାର କରି ଆକ୍ରମଣ କରିଥିଲା । ସିସିଟିଭି ଫୁଟେଜରେ କଏଦ ହୋଇଥିଲା ସଂପୂର୍ଣ୍ଣ ଦୃଶ୍ୟ। ଏହାପରେ ଅଭିଯୁକ୍ତକୁ ଧରିବା ପାଇଁ ଗଠନ ହୋଇଥିଲା ସ୍ୱତନ୍ତ୍ର ଟିମ । ଆଜି ଅଭିଯୁକ୍ତକୁ ଗିରଫ କରି ଅଧିକ ତଥ୍ୟ ହାସଲ ପାଇଁ ପଚରାଉଚରା କରୁଛି ସ୍ପେଶାଲ୍ ସ୍କ୍ଵାର୍ଡ।