Odia News Portal

ସନ୍ଦେହଘେରରେ ଯୁବକଙ୍କ ମୃତ୍ୟୁ

ସୋର: ଜାମୁକୋଳି ଗଛରୁ ଉଦ୍ଧାର ହେଲା ଯୁବକଙ୍କ ମୃତଦେହ । ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ବାଲେଶ୍ୱ ଜିଲ୍ଲା ଖଇରା ଥାନା ରାଇଗଡ଼ିଆ ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ମୃତ ଯୁବକ ହେଲେ ବିଶ୍ୱନାଥ ଦାସ । ତେବେ ତାଙ୍କ ମୃତ୍ୟୁର କାରଣ ଅସ୍ପଷ୍ଠ ରହିଛି ।

ବିଶ୍ୱନାଥଙ୍କ ଘର ଭଦ୍ରକ ଜିଲ୍ଲା ତିହିଡି ଥାନା ଦପା ଅଞ୍ଚଳରେ । ବିବାହ କରିବା ପରେ ଶ୍ୱଶୁର ଘର ରାଇଗଡ଼ିଆରେ ରହୁଥିଲେ ବିଶ୍ୱନାଥ । ଗତକାଲି ରାତିରୁ ସେ ନିଖୋଜ ଥିବା ବେଳେ ଆଜି ବିଲ ନିକଟରେ ଥିବା ଏକ ଜାମୁକୋଳି ଗଛରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି । ପାରିକାରିକ ଅଶାନ୍ତିରୁ ଆତ୍ମହତ୍ୟା କରିଥାଇପାରିଥାନ୍ତି ବୋଲି ଆଶା କରାଯାଉଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।