Odia News Portal

ମୁଣ୍ଡ ବିହିନ ଶବ ଉଦ୍ଧାର

ମୟୂରଭଞ୍ଜ: ମୟୁଭଞ୍ଜ କରଞ୍ଜିଆ ଥାନା ଅନ୍ତର୍ଗତ ବାଲିଭୋଳ ଗ୍ରାମରେ ଘଟିଯାଇଛି ଏକ ବିଭସ୍ୟ ହତ୍ୟାକାଣ୍ଡ। ବାଲିଭୋଳ ଗାଁରେ ଗୁଣିଗାରେଡ଼ି ସନ୍ଦେହରେ ଜଣେ ମହିଳାଙ୍କୁ ହତ୍ୟା କରାଯାଇଛି। ସୂଚନାଯୋଗ୍ୟ ଯେ, କରଞ୍ଜିଆ ଥାନା ବାଲିଭୋଳ ଗାଁରେ ଜଣେ ମହିଳାଙ୍କୁ ବିଭତ୍ସ ଭାବେ ହତ୍ୟା କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ଏହି ହତ୍ୟାକାଣ୍ଡ ଘଟିଛି। ମହିଳାଙ୍କର ଗଣ୍ଡିରୁ ମୁଣ୍ଡ ଅଲଗା କରି ଗାଁ ରାସ୍ତାରେ କେହି ଦୁର୍ବୃତ୍ତ ଫିଙ୍ଗି ଦେଇଛନ୍ତି। ମୃତକ ମହିଳା ଜଣକ ହେଉଛି ସେହି ଗାଁର ଯମୁନା ହାଁସଦା। ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ତେବେ ମହିଳାଙ୍କୁ ଡାହାଣୀ ସନ୍ଦେହରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ କରଞ୍ଜିଆ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।