Odia News Portal

ବିପୁଳ ବିଦେଶୀ ମଦ ଜବତ

ନୀଳଗିରି: ଲକଡାଉନରେ ମାତିଛନ୍ତି ମଦମାଫିଆ । ଅନଲାଇନରେ ମଦ ମକ୍ଟଳରଥିଲେ ସୁଦ୍ଧା ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ଚୋରା ମଦ ବେପାରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଚଢ଼ାଦରରେ ମଦ ବିକ୍ରି କରୁଥିବା ମଧ୍ୟ ଦେଖିବାକୁ ମିଳିଛି । ଏହାରି ଭିତରେ ଚୋରା ମଦ ବେପାରୀଙ୍କୁ ଧରିବାରେ ସଫଳ ହୋଇଛି ନୀଳଗିରି ପ୍ରଶାସନ । ଘର ଭିତରେ ବସି ଝରକା ଫାଙ୍କରେ ବିଦେଶୀ ମଦ ବିକ୍ରି କରୁଥିବା ଜଣେ ମଦବେପାରୀକୁ ଗିରଫ କରାଯାଇଛି। ବିପୁଳ ବିଦେଶୀ ମଦ ଜବତ ହୋଇଛି।

ବାଲେଶ୍ୱର ଜିଲାର ନୀଳଗିରି ଥାନା ଅଧୀନ ନିଶଙ୍ଖପୁର ଗାଁର ଜୟନ୍ତ ମଲିକ ନାମକ ଜଣେ ଯୁବକ ଘରେ ରହି ମଦ ବେପାର କରୁଥିବା ସମ୍ପର୍କରେ ସ୍ଥାନୀୟ ଏସଡିପିଓ ରୀତେଶ ମହାପାତ୍ରଙ୍କୁ ଖବର ଆସିଥିଲା। ଏନେଇ ଶ୍ରୀ ମହାପାତ୍ର ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ଚଢାଉରେ ଯାଇଥିଲେ। ସମ୍ପୃକ୍ତ ବ୍ୟକ୍ତି ମଦ ବିକ୍ରି କରୁଥିବା ସମୟରେ ପୁଲିସ ତାକୁ କାବୁ କରିଛି। ତା’ଠାରୁ ବିଭିନ୍ନ ନାମିଦାମୀ କମ୍ପାନୀର ୨୫ ଲିଟରରୁ ଅଧିକ ବିଦେଶୀ ମଦ ଜବତ କରାଯାଇଛି। ଏହି ଚଢ଼ଉରେ ସବଇନ୍ସପେକ୍ଟର ବାସୁଦେବ ଜୟସିଂ, ଟାଉନ ହାବିଲଦାର ଯଦୁନାଥ ସେଠୀଙ୍କ ସମେତ ପୁଲିସ କର୍ମଚାରୀମାନେ ସାମିଲ ଥିଲେ। ଏନେଇ ନୀଳଗିରି ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଆଜି ସମ୍ପୃକ୍ତ ଗିରଫ ମଦ ବେପାରୀକୁ କୋର୍ଟଚାଲାଣ କରାଯିବ।