Odia News Portal

ଏସଆଇଟି ହାତରେ ଲାଗିଲା ବଡ଼ ପ୍ରମାଣ,ପୋଖରୀରୁ ମିଳିଲା ପରୀର ଲେଗିନ୍ସ

ପୋଖରୀରୁ ମିଳିଲା ପରୀର ଲେଗିନ୍ସ । ନୟାଗଡ଼ ଯଦୁପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଗାଁ ପୋଖରୀରୁ ମିଳିଲା ପରୀର ଲେଗିନ୍ସ । ଅଗ୍ନିଶମ ବାହିନୀ ଏବଂ ଓଡ୍ରାଫ୍ ଟିମ୍ ପୋଖରୀ ଶୁଖାଇବା ପରେ ଏସଆଇଟି ହାତରେ ଲାଗିଥିଲା ଏହି ପ୍ରମାଣ । ମିଳିଥିବା ଲେଗିନ୍ସକୁ ଜବତ କରିବା ସହ ନିଜ ହେପାଜତକୁ ନେଇଛି ଏସଆଇଟି । ଜରି ଭିତରେ ଦୁଇଟି ପଥର ସହ ଲେଗିନ୍ସ ଥିବା ଓଡ୍ରାଫ୍‌ ଅଧିକାରୀ କହିଛନ୍ତି । ଅନ୍ୟପଟେ ଗିରଫ ପରେ ଅଭିଯୁକ୍ତ ସରୋଜ ସେଠୀକୁ ତିନି ଦିନିଆ ରିମାଣ୍ଡରେ ନେଇଛି ଏସ୍‌ଆଇଟି ।

ବହୁ ଚର୍ଚ୍ଚିତ ନୟାଗଡ ଜିଲ୍ଲା ଯଦୁପୁର ପରୀ ହତ୍ୟା ମାମଲାର ଗୁମର ଖୋଲିଛନ୍ତି‌ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା। ପରୀ ହତ୍ୟାର ମୁଖ୍ୟ ଅଭିଯୁକ୍ତ ସରୋଜ ସେଠୀ ବୋଲି ସେ କହିଛନ୍ତି। ଘଟଣାଦିନ ଜାମୁକୋଳି ଖାଇବାକୁ ଯାଇଥିଲା ପରୀ । କୋଳି ଦେବାକୁ କହି ଘରକୁ ଡାକିଥିଲା ଅଭିଯୁକ୍ତ । କୋଳି ଦେବା ବଦଳରେ ସେ ଘର ଭିତରେ ପରୀ ସହ ଦୁଷ୍କର୍ମ ଉଦ୍ୟମ କରିଥିଲା । ହେଲେ ସେ ବିରୋଧ କରିବାରୁ ଭୟରେ ତା’ର ତଣ୍ଟି ଚିପି ହତ୍ୟା କରିଥିଲା ସରୋଜ ।ହତ୍ୟା କରିବା ପରେ ପରୀର ମୃତଶରୀର ସହିତ ଦୁଷ୍କର୍ମ କରିଥିଲା ଅଭିଯୁକ୍ତ। ପରେ ପ୍ରମାଣ ନଷ୍ଟ କରିବାକୁ ଯାଇ ସେ ଅଖା ବସ୍ତାରେ ମୃତ ଦେହ ଭର୍ତ୍ତି କରିଥିଲା ।

ଏଥିସହିତ ମୃତଦେହ ସହ ପରୀ ପିନ୍ଧିଥିବା ଫ୍ରକକୁ ମଧ୍ୟ ଏକ ଝୋଟ ବସ୍ତାରେ ପୂରାଇ ପୋଖରୀ କଡ଼କୁ ଫିଙ୍ଗି ଦେଇଥିଲା। ବସ୍ତାଟି ଲୋକଲୋଚନକୁ ନଆସିବା ନିମନ୍ତେ ତା ଉପରେ ଡାଳପତ୍ର ଲଦି ଦେଇଥିଲା। ତେବେ ଝିଅଟି ପିନ୍ଧିଥିବା ଲେଗିନ୍ସକୁ ସେ ନେବା ଭୁଲି ଯାଇଥିଲା। ପରେ ଲେଗିନ୍ସକୁ ନେଇ ସେ ପୋଖରୀରେ ଫିଙ୍ଗିଥିବା କହିଛି।