Odia News Portal

ଲକଡାଉନରେ ବେପାର କରିବା ପଡିଲା ମହଙ୍ଗା

ଭୁବନେଶ୍ୱର: ଲକଡାଉନରେ ଦୋକାନ ଆଗପଟୁ ସଟର ପକାଇ ଭିତରେ ବେପାର କରୁଥିଲେ ଦୋକନୀ । ମାଡି ବସିଲା ପୋଲିସ । ଶେଷରେ ଦୋକାନକୁ କରାଯାଇଛି ସିଲ । ରାଜଧାନୀ ଭୁବନେଶ୍ୱରର ମଞ୍ଚେଶ୍ୱର ଅଞ୍ଚଳରେ ଥିବା ଏକ ଲୁଗା ଦୋକାନକୁ ସିଲ କରିଛି କମିଶନରେଟ୍ ପୋଲିସ । ରଜ ଲାଗି ଲୋକେ ନୂଆ କପଡା କିଣୁଥିବାରୁ ଦୋକାନର ସଟର ପକାଇ ବେପାର କରୁଥିବା ସୂଚନା ମିଳିଛି । ତେବେ ଗତକାଲି ଟୁଇନସିଟି ବାସୀଙ୍କ ତାବିଦ କରିବା ପରେ ଆଜି ଏଭଳି ଘଟଣା ନଜରକୁ ଆସିଛି । ଗତକାଲି ପ୍ରେସମିଟରେ କୁହାଯାଇଥିଲା କି ଅମାନିଆ ହୋଇ ଦୋକାନ ଖୋଲିଲେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ । ଆବଶ୍ୟକ ପଡିଲେ ଅମାନିଆ ଦୋକାନୀଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ପୋଲିସ କମିଶନର କହିଥିଲେ । କିନ୍ତୁ ଆଜି ଅମାନିଆ ହୋଇ ବେପାର କରୁଥିବା ମହଙ୍ଗା ପଡିଛି ।