Odia News Portal

ପୋଲିସ ଜନତା ଧସ୍ତାଧସ୍ତି

ସୋର: ପୋଲିସ ଜନତା ହାତାହାତି । ସମବାୟ କର୍ମଚାରୀଙ୍କୁ ଉଦ୍ଧାର କରିବା ଲାଗି ଆସିଥିବା ବେଳେ ପୋଲିସ ଜନତା ମୁହାଁମୁହିଁ ହୋଇଛନ୍ତି । ବାଲେଶ୍ୱର ଜିଲ୍ଲା ପଣାପଣା ସେବା ସମବାୟ ସମିତିରେ ଦେଖାଦେଦେଇଛି ଉତ୍ତେଜନା । ଟଙ୍କା ନମିଳିବାରୁ ଏହି ଉତ୍ତେଜନା ଦେଖିବାକୁ ମିଳିଛି ।

ସୂଚନା ଅନୁସାରେ, ଗତ ୨ବର୍ଷ ଧରି ଜମାକାରୀ ଜମା ଅର୍ଥ ଓ ଧାନ ବିକ୍ରି ଅର୍ଥ ପାଉ ନଥିଲେ । ଶନିବାର ରାତିରେ ସମିତିର ପୂର୍ବତନ ସମ୍ପାଦକ ଚନ୍ଦ୍ର ଶେଖର ନାୟକ ଓ ସମିତିର ଜଣେ କର୍ମଚାରୀ ପ୍ରଫୁଲ୍ଲ ପଟ୍ଟନାୟକ କାର୍ଯ୍ୟଲୟରେ ବିଳମ୍ବିତ ରାତିରେ ପଶିଥିଲେ । ଲୋକମାନେ ସନ୍ଦେହ କରି ସେମାନଙ୍କୁ ଅଟକ ରଖିଥିଲେ ।

ରବିବାର ପ୍ରଶାସନ ପକ୍ଷରୁ ଉଭୟ କର୍ମଚାରୀଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ କରାଯାଇଥିଲା । କିନ୍ତୁ ଲୋକମାନଙ୍କ ସହିତ ପୋଲିସର ଧସ୍ତାଧସ୍ତି ହୋଇଥିଲା ।ଶେଷରେ ଦୁଇ କର୍ମଚାରୀଙ୍କୁ ଉଦ୍ଧାର କରି ବାଲେଶ୍ଵର ମେଡ଼ିକାଲକୁ ଚିକିତ୍ସା ପାଇଁ ପଠାଇଥିଲା ପୋଲିସ ।