Odia News Portal

କୋଇଲା ବୋଝେଇ ହାଇୱାକୁ ଧକ୍କା ଦେଲା ଟ୍ରେନ

ଜଗସିଂହପୁର: କୋଇଲା ବୋଝେଇ ହାଇସ୍ୱାକୁ ଧକ୍କା ଦେଲା ଟ୍ରେନ । ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର । ପାରାଦ୍ୱୀପ ବନ୍ଦର ନିଷିଦ୍ଧାଞ୍ଚଳରେ ଘଟିଛି ଏଭଳି ଦୁର୍ଘଟଣା । ଏହି ଦୁର୍ଘଟଣାରେ ହାଇୱାଟି ସମ୍ପୂର୍ଣ୍ଣ ଭାବେ ଚୁରମାର ହୋଇଯାଇଛି ।
ତେବେ ସେହି ସ୍ଥାନରେ ରେଳ ଧାରଣା ପାର ହୋଇ ସବୁଦିନ ହଜାର ହଜାର ଟ୍ରକ୍ ଯାତାୟତ କରୁଥିଲେ ମଧ୍ୟ କେହି ଜଗୁଆଳ ନଥିବାରୁ ଏଭଳି ଦୁର୍ଘଟଣା ବାରମ୍ବାର ଘଟୁଛି । ଟ୍ରେନ୍ ଆସିଲେ ସତର୍କତା ପାଇଁ କେବଳ ଏକ ସାଇରନ୍ ବାଜୁଛି । ଫଳରେ ଯାତାୟାତ କରୁଥିବା ଭାରିଯାନଗୁଡିକ ଅଧିକାଂଶ ସମୟରେ ଉକ୍ତ ସାଇରନକୁ ଶୁଣିନପାରିବାରୁ ଦୁର୍ଘଟଣା ଘଟୁଛି । ଏଥିପ୍ରତି ବନ୍ଦର କର୍ତ୍ତୃପକ୍ଷ ଦୃଷ୍ଟି ଦେବା ଜରୁରୀ ହୋଇପଡିଛି।