Odia News Portal
Browsing Tag

latest odia news

ରାହୁଲଙ୍କୁ ସମାଲୋଚନା; ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡେ ଦିଆଯାଉ

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାହୁଲଙ୍କୁ ଘରେ ଖଣ୍ଡେ ଦିଆଯାଉ । କିଛି ଏଭଳି ଦାବି ଏବେ ଉଠିଛି। ବାସ୍ତବରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଛତିଶଗଡର ରାୟପୁରରେ ଆୟୋଜିତ ହୋଇଥିବା କଂଗ୍ରେସ ମହାଧିବେସନକୁ ସମ୍ବୋଧିତ କରିବାବେଳେ କହିଥିଲେ ଯେ ମୋର ୫୨ ବର୍ଷ ଧରି ଘର ନାହିଁ। ଆଉ ଏହି

୮ ହଜାର ମିଶନଶକ୍ତି ଗୋଷ୍ଠୀ ସହଭାଗୀ ମାନଙ୍କୁ ସାଇକେଲ ବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନସ୍ଥିତ କନଭେନସନ ହଲରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସହରାଞ୍ଚଳରେ କାମ କରୁଥିବା ୮ ହଜାର ମିଶନଶକ୍ତି ଗୋଷ୍ଠୀ ସହଭାଗୀ (Community Partners) ମାନଙ୍କୁ ସାଇକେଲ ବଣ୍ଟନ କରିଛନ୍ତି । ସ୍ୱଚ୍ଛ କର୍ମୀ, ସ୍ୱଚ୍ଛ ସାଥୀ, ଆହାର କର୍ମୀ, ଜଳ

ଇତିହାସ ରଚିଲା ନାଗାଲାଣ୍ଡ, ପ୍ରଥମ କରି ଜିତାଇଲା ୨ଜଣ ମହିଳା ପ୍ରାର୍ଥୀଙ୍କୁ

ପ୍ରଥମ କରି ୨ଜଣ ମହିଳା ପ୍ରାର୍ଥୀଙ୍କୁ ଜିତାଇ ୨୦୨୩ ବିଧାନସଭା ନିର୍ବାଚନକୁ ନାଗାଲାଣ୍ଡ୍‌ ସ୍ମରଣୀୟ କରିଛି ବୋଲି ବିଭିନ୍ନ ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛନ୍ତି। ୨୦୨୩ ବିଧାନସଭା ନିର୍ବାଚନ ନିମନ୍ତେ ଗ୍ରହଣ କରାଯାଇଥିବା ଭୋଟ୍‌ଗୁଡ଼ିକର ଆଜି ଗଣନା ଚାଲିଥିବା ବେଳେ ଦୁଇ ମହିଳା

ଦେବକୁଣ୍ଡ ଗସ୍ତରେ ୫ଟି ସଚିବ ଭିକେ ପାଣ୍ଡିଆନ

ଦେବକୁଣ୍ଡ ଗସ୍ତରେ 5T ସଚିବ । ଉଦଳା ବ୍ଲକ ମୁଣ୍ଡାବାଇ ମା ଅମ୍ବିକାଙ୍କ ପୀଠ ଦେବକୁଣ୍ଡ ଗସ୍ତରେ 5T ସଚିବ ଭିକେ ପାଣ୍ଡିଆନ । ଦିନ ସାଢେ ୧୦ଟାରେ ଉପର ତାଳଡିହା ସ୍ଥିତ ହେଲିପ୍ୟାଡରେ ଓହ୍ଲାଇ ଦେବକୁଣ୍ଡ ଯାଇଥିଲେ । ଆଗାମୀ ଦିନରେ ଦେବକୁଣ୍ଡର ବିକାଶ ନେଇ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ।

ଏଥର କମେଡି ନୁହେଁ, ଫ୍ୟାମିଲି ମ୍ୟାନ ଚରିତ୍ରରେ ନଜର ଆସିବେ କପିଲ

କମେଡ଼ି କିଙ୍ଗ କପିଲ ଶର୍ମା ବହୁ ସୋ’, ଫିଲ୍ମରେ ଦର୍ଶକଙ୍କୁ ହସାଉଥିବା ଦେଖିଥିବେ । ହେଲେ ପ୍ରଥମ ଥର ପାଇଁ କପିଲ ଶର୍ମାଙ୍କୁ ଏକ ନୂଆ ଭୂମିକାରେ ଦେଖିବାକୁ ମିଳିଛି । ଯେଉଁଥିରେ କପିଲ ଏକ ଫ୍ୟାମିଲ ମ୍ୟାନ ଭାବେ ନଜର ଆସିଛନ୍ତି । ରିଲିଜ ହୋଇଛି ବର୍ତମାନର କପିଲ ଶର୍ମା ଅଭିନୀତ ଅପକମିଙ୍ଗ

ବେଲାଇବାହଲାରେ ବାଘ ଆତଙ୍କ : ବାଘକୁ କାବୁ କରିବା ପାଇଁ ବନବିଭାଗର ପ୍ରୟାସ

କୁଦା ମାରୁଛି ବାଘ । ବାଘକୁ କାବୁ କରିବା ପାଇଁ ଉଦ୍ୟମ କରୁଥିବା ବେଳେ ଗୋଟିଏ ବୁଦାରୁ ଆଉ ଗୋଟିଏ ବୁଦାକୁ ଡେଇଁ ଯାଉଛି । ବାଘକୁ ଧରିବା ପାଇଁ ହେଉଥିବା ଉଦ୍ୟମ ସମୟର ଭିଡିଓ ସାମ୍ନାକୁ ଆସିଛି । ସୁନ୍ଦରଗଡ଼ ଜିଲ୍ଲା ଟିମିନା ଲଣ୍ଡାପାହାଡ଼ ଅଞ୍ଚଳରୁ ଆସିିଛି ଏଭଳି କିଛି ଚିତ୍ର । ବାଘକୁ

ପିଣ୍ଟୁ ନନ୍ଦଙ୍କ ଅବିସ୍ମରଣୀୟ ଅଭିନେତା କ୍ୟାରିୟର, ଅମର ରହିବ ତାଙ୍କ ନିଖୁଣ ଅଭିନୟ

ଓଡ଼ିଆ ଚଳଚ୍ଚିତ୍ର ଜଗତର ଏକ ଜଣାଶୁଣା ନାମ ପିଣ୍ଟୁ ନନ୍ଦ। ସେ ୧୯୭୭ ମସିହା ଜୁଲାଇ ୭ରେ ଜଗତସିଂହପୁର ଜିଲ୍ଲା ଓଡ଼ିଶ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ଅଶୋକ କୁମାର ନନ୍ଦ ଓ ମାତା କାନ୍ତିଲତା ନନ୍ଦ। ସେମାନେ ଦୁଇ ଭାଇ ଓ ଗୋଟିଏ ଭଉଣୀ। ତାଙ୍କ ବଡ଼ ଭାଇ ଅଭିରାମ ନନ୍ଦ ଜଣେ

ଦେଶର ବେକାରି ହାର ୭.୪୫ ପ୍ରତିଶତକୁ ବୃଦ୍ଧି

ଚଳିତ ବର୍ଷ ଫେବ୍ରୁଆରିରେ ଦେଶର ବେକାରି ହାର ୭.୪୫ ପ୍ରତିଶତକୁ ବୃଦ୍ଧି ପାଇଛି ବୋଲି ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନମି (ସିଏମ୍‌ଆଇଇ) ନାମକ ଘରୋଇ ସଂସ୍ଥା ପକ୍ଷରୁ କୁହାଯାଇଛି। ଗତ ଜାନୁଆରିରେ ବେକାରି ହାର ୭.୧୪ ପ୍ରତିଶତ ଥିଲା। ମାସକ ଭିତରେ ବେକାରିଙ୍କ ସଂଖ୍ୟା ବଢ଼ିଛି। ଏହା

୨୦୦ କର୍ମଚାରୀଙ୍କୁ ଛଟେଇ ପରେ ଟ୍ବିଟର ଡାଉନ୍‌

ନୂଆ ମାଲିକ ଏଲନ୍‌ ମସ୍କ ୨୦୦ କର୍ମଚାରୀଙ୍କୁ ଛଟେଇ କରିବା ପରେ କିଛି ସମୟ ପାଇଁ ସାରା ବିଶ୍ବରେ ଟ୍ବିଟର ଡାଉନ୍‌ ଥିଲା। ବ୍ୟବହାରକାରୀମାନେ ନିଜ ଟ୍ବିଟ୍‌କୁ ଦେଖିବାରେ ସମସ୍ୟା ସାମ୍ନା କରିଥିଲେ। କିଛି ବ୍ୟବହାରକାରୀ ପୁରୁଣା ଟ୍ବିଟ୍‌କୁ ଦେଖିପାରିନଥିଲେ। ଟ୍ବିଟ୍‌ ପୋଷ୍ଟ୍‌ ହେବା ଲାଗି

ଓଡ଼ିଶାରେ ୪,୫୧୯ କୋଟି, ଦେଶରେ ୧.୪୯ ଲକ୍ଷ କୋଟି ଜିଏସ୍‌ଟି ସଂଗ୍ରହ

ଚଳିତ ବର୍ଷ ଫେବ୍ରୁଆରିରେ ସାରା ଦେଶରେ ୧,୪୯,୫୭୭ କୋଟି ଟଙ୍କାର ଜିଏସ୍‌ଟି ସଂଗ୍ରହ ହୋଇଛି ଯାହା ପୂର୍ବବର୍ଷର ଫେବ୍ରୁଆରି ସଂଗ୍ରହ ତୁଳନାରେ ୧୨ ପ୍ରତିଶତ ଅଧିକ। ଏଥିରୁ ୪,୫୧୯ କୋଟି ଟଙ୍କା ଓଡ଼ିଶାରେ ସଂଗ୍ରହ କରାଯାଇଛି। ୨୦୨୨ ଫେବ୍ରୁଆରିରେ ଓଡ଼ିଶାରେ ସଂଗ୍ରହ କରାଯାଇଥିବା ୪,୧୦୧ କୋଟି