Odia News Portal

ଦେଶର ବେକାରି ହାର ୭.୪୫ ପ୍ରତିଶତକୁ ବୃଦ୍ଧି

ଚଳିତ ବର୍ଷ ଫେବ୍ରୁଆରିରେ ଦେଶର ବେକାରି ହାର ୭.୪୫ ପ୍ରତିଶତକୁ ବୃଦ୍ଧି ପାଇଛି ବୋଲି ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନମି (ସିଏମ୍‌ଆଇଇ) ନାମକ ଘରୋଇ ସଂସ୍ଥା ପକ୍ଷରୁ କୁହାଯାଇଛି। ଗତ ଜାନୁଆରିରେ ବେକାରି ହାର ୭.୧୪ ପ୍ରତିଶତ ଥିଲା। ମାସକ ଭିତରେ ବେକାରିଙ୍କ ସଂଖ୍ୟା ବଢ଼ିଛି। ଏହା ଦ୍ବାରା ଗ୍ରାମାଞ୍ଚଳ ସର୍ବାଧିକ ପ୍ରଭାବିତ ହୋଇଛି। ଗାଁଗୁଡ଼ିକରେ ବେକାରିଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି। ଜାନୁଆରିରୁ ଫେବ୍ରୁଆରି ମଧ୍ୟରେ ସହରାଞ୍ଚଳରେ ବେକାରି ହାର ୭.୯୩ ପ୍ରତିଶତରୁ ୮.୫୫ ପ୍ରତିଶତକୁ ବୃଦ୍ଧି ପାଇଛି। ସେହିପରି ଗ୍ରାମାଞ୍ଚଳରେ ବେକାରି ହାର ୬.୪୮ ପ୍ରତିଶତରୁ ବୃଦ୍ଧି ପାଇ ୭.୨୩ ପ୍ରତିଶତ ହୋଇଛି।