Odia News Portal

୨୦୦ କର୍ମଚାରୀଙ୍କୁ ଛଟେଇ ପରେ ଟ୍ବିଟର ଡାଉନ୍‌

ନୂଆ ମାଲିକ ଏଲନ୍‌ ମସ୍କ ୨୦୦ କର୍ମଚାରୀଙ୍କୁ ଛଟେଇ କରିବା ପରେ କିଛି ସମୟ ପାଇଁ ସାରା ବିଶ୍ବରେ ଟ୍ବିଟର ଡାଉନ୍‌ ଥିଲା। ବ୍ୟବହାରକାରୀମାନେ ନିଜ ଟ୍ବିଟ୍‌କୁ ଦେଖିବାରେ ସମସ୍ୟା ସାମ୍ନା କରିଥିଲେ। କିଛି ବ୍ୟବହାରକାରୀ ପୁରୁଣା ଟ୍ବିଟ୍‌କୁ ଦେଖିପାରିନଥିଲେ। ଟ୍ବିଟ୍‌ ପୋଷ୍ଟ୍‌ ହେବା ଲାଗି ମଧ୍ୟ ଅଧିକ ସମୟ ଲାଗୁଥିଲା। । ଏହି ସଂସ୍ଥାକୁ ମସ୍କ ଅଧିଗ୍ରହଣ କରିବା ପରଠାରୁ ସେଥିରେ ବାରମ୍ବାର ବିଭ୍ରାଟ ଘଟୁଛି। ଟ୍ବିଟରକୁ କିଣିବା ପରେ ମସ୍କ ପ୍ରଥମେ ଅଧା କର୍ମଚାରୀଙ୍କୁ ବିଦା କରିଥିଲେ। ଏହାପରେ ନିୟମିତ ବ୍ୟବଧାନରେ ଆଉ କିଛି କର୍ମଚାରୀଙ୍କୁ ବିଦା କରୁଛନ୍ତି। ଟ୍ବିଟରକୁ ମସ୍କ କିଣିବା ପୂର୍ବରୁ ସେଥିରେ ୭୫୦୦ରୁ ଅଧିକ କର୍ମଚାରୀ କାମ କରୁଥିଲେ।