Odia News Portal
Browsing Tag

odisha

ଆଜି ଗଜପତି ମହାରାଜା ଙ୍କ ଝିଅ ବାହାଘର

ଆଜି ରାଜାଙ୍କ ଝିଅ ବାହାଘର । ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ସାନଝିଅ ରାଜକୁମାରୀ ଦେବେଶୀ ଦେବୀଙ୍କ ବାହାଘର । ଭୁବନେଶ୍ୱରର ଏକ ଷ୍ଟାର ହୋଟେଲରେ ରାଜକୀୟ ରୀତିନୀତିରେ ବାହାଘର ହେବ । ବର୍ଦ୍ଧମାନ ରାଜାଙ୍କ ନାତି ତଥା ହରିୟାଣା ଗୁରଗାଓଁ ନିବାସୀ ରାଜୀବ କେହେରଙ୍କ ପୁତ୍ର

ଡେମୋ ଦେଖାଇଲେ ଲୁଟେରା

କେମିତି ଠକୁଥିଲା ଜମତାରା ଗ୍ୟାଙ୍ଗ । ତା’ର ଏକ ଭିଡିଓ ଜାରି କରିଛି କ୍ରାଇମବ୍ରାଞ୍ଚ । ପ୍ରଥମେ ଗ୍ରାହକଙ୍କ ସହ କଥା ହୋଇ ବିଶ୍ୱାସଭାଜନ ହେବା ପରେ ଚତୁରତାର ସହ ଠକୁଛି ଜମତାରା ଗ୍ୟାଙ୍ଗ । ବିଭିନ୍ନ ପ୍ରକାର ଟେକନିକ୍ ବ୍ୟବହାର କରି ଲୋକଙ୍କଠାରୁ ଡାଟା ନେଇ ଠକୁଛି ଗ୍ୟାଙ୍ଗ । ଏନେଇ ଏକ

ବିଜେଡିରେ ମିଶିଲେ ବିଜେପି ଜିଲ୍ଲାପରିଷଦ ଅଧ୍ୟକ୍ଷା

ଗଜପତିରେ ଭାଙ୍ଗୁଛି ବିଜେପିର ବଳ। ବଢୁଛି ବିଜେଡ଼ିର ବଳ। ତ୍ରିସ୍ତରୀୟ ନିର୍ବାଚନ ପୂର୍ବରୁ ଏଭଳି ଏକ ରାଜନୈତିକ ପରିବର୍ତ୍ତନର ଚିତ୍ର ଦେଖିବାକୁ ମିଳିଛି ଗଜପତି ଜିଲ୍ଲାରେ । ଆଜି ମୋହନାରେ ପୁଣି ବିଜୁ ଜନତା ଦଳର ଏକ ଗଣ ମିଶ୍ରଣପର୍ବ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପରିଷଦ ଅଧ୍ୟକ୍ଷା ତଥା

ପୁଣି ବର୍ଷାରେ ଭିଜିବ ଓଡିଶା

ଓଡ଼ିଶାର ପିଛା ଛାଡୁନି ପଶ୍ଚିମା ଝଡ । ଆଜିଠୁ ପୁଣି ଭିଜିବ ଓଡ଼ିଶା । ପଶ୍ଚିମା ଝଡ ପ୍ରଭାବରେ ବିଭିନ୍ନ ସ୍ଥାନରେ ଘଡଘଡି ବିଜୁଳି ସହ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଉତ୍ତର ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରଭାବ ପଡ଼ିବ ।

୭ ହଜାର ଟଙ୍କା ପାଇଁ ଛାତ୍ରଙ୍କୁ ଅପହରଣ

ରାଜଧାନୀରେ ଚାଞ୍ଚଲ୍ୟ । ୭ ହଜାର ଟଙ୍କା ପାଇଁ କଲେଜ ଛାତ୍ରଙ୍କୁ ଅପହରଣ ଅଭିଯୋଗ । ଛାତ୍ରଙ୍କୁ ଅପହରଣ କରିବା ସହ ଶରୀରର ବିଭିନ୍ନ ଜାଗାକୁ କାଚ ବୋତଲରେ ଆକ୍ରମଣ କରିଛନ୍ତି ଦୁବୃର୍ତ୍ତ । ଏପରିକି ଛାତ୍ରଙ୍କୁ ଅକଥନୀୟ ଅତ୍ୟାଚାର ଦେଇଥିବା ଅଭିଯୋଗ ହୋଇଛି । ଛାତ୍ର ଜଣଙ୍କ ଅପହରଣକାରୀଙ୍କ

ଭୁବନେଶ୍ୱରରେ ଆସନ୍ତା ୧୨ ତାରିଖରେ ଖୋଲିବ ସମସ୍ତ ଧର୍ମାନୁଷ୍ଠାନ

ରାଜଧାନୀରେ ଆସନ୍ତା ୧୨ ତାରିଖରୁ ଖୋଲିବ ସମସ୍ତ ଧର୍ମାନୁଷ୍ଠାନ। କୋଭିଡ୍ କଟକଣା ମଧ୍ୟରେ ସବୁ ଧର୍ମାନୁଷ୍ଠାନ ଖୋଲିବ। କରୋନା ସଂକ୍ରମଣ ଲାଗି ଗତ କିଛି ଦିନ ହେଲା ଭୁବନେଶ୍ଵରର ସମସ୍ତ ଧର୍ମାନୁଷ୍ଠାନ ବନ୍ଦ ରହିଥିଲା। କୋଭିଡ଼ କଟକଣା ମଧ୍ୟରେ ମନ୍ଦିର ଖୋଲିବାକୁ ବିଏମସି ପକ୍ଷରୁ ନୋଟିସ୍ ଜାରି

୨୮ ରେ ରେଭେନ୍ସା ଅଫଲାଇନ ପରୀକ୍ଷା ଆରମ୍ଭ

ରେଭେନ୍ସା ବିଶ୍ୱବିଦ୍ୟାଳୟରେ କରୋନା ଯୋଗୁଁ ସ୍ଥଗିତ ହୋଇଥିବା ସମସ୍ତ ସେମିଷ୍ଟର ପରୀକ୍ଷାଗୁଡିକ ଚଳିତ ମାସ ୨୮ ତାରିଖଠାରୁ ଆରମ୍ଭ ହେବ । ଏହି ପରୀକ୍ଷାଗୁଡିକୁ ଅଫ୍ଲାଇନ ମାଧ୍ୟମରେ କରିବାକୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଖୁବଶୀଘ୍ର ଛାତ୍ରଛାତ୍ରୀମାନଙ୍କୁ ପରୀକ୍ଷା ସୂଚୀ

ଭିଜିଲାନ୍ସ ଜାଲରେ ସହକାରୀ ଜିଲ୍ଲାପାଳ

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ । ରାଉରକେଲା ଏଡିଏମ ଅଫିସର ଆସିଷ୍ଟାଣ୍ଟ କଲେକ୍ଟର ମନୋରଞ୍ଜନ ନାୟକଙ୍କ ଘରେ ରେଡ୍ । ଭିଜିଲାନ୍ସ ବିଭାଗର ୫ଟି ଟିମ୍ ଏକ ସମୟରେ ୫ଟି ସ୍ଥାନରେ ଚଢାଉ ଜାରି ରଖିଛନ୍ତି । ଏକା ସାଙ୍ଗରେ ଛେଣ୍ଡ କଳିଙ୍ଗ ବିହାର ଅଞ୍ଚଳରେ ଦୁଇଟି ଘରେ

ରାଜ୍ୟରେ ଦୁଇ ଦିନ ଘନ କୁହୁଡି ଆଶଙ୍କା

ଆସନ୍ତା ୯ ଓ ୧୦ ତାରିଖରେ ରାଜ୍ୟରେ ପୁଣି ହେବ ବର୍ଷା । ପଶ୍ଚିମ ଓଡ଼ିଶା ଓ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ଝାରସୁଗୁଡ଼ା, ସମ୍ବଲପୁର ଓ ଦେବଗଡ଼ ସମେତ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସୋମବାର

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଥାନା ଅଧିକାରୀ

ଲାଞ୍ଚ ନେଇ ଫସିଲେ ନରସିଂହପୁର ଥାନା ଅଧିକାରୀ । କଟକ ଜିଲ୍ଲା ନରସିଂହପୁର ଥାନା ଆଇଆଇସି ଅଲେଖ ଗରଡିଆ । ୨୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ । ଥାନା ଅଧିକାରୀ ଅଲେଖ ଗରଡିଆଙ୍କ ବାସଭବନ ସମେତ ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଉଛି । ସୂଚନା ଅନୁସାରେ ଏକ ମାମଲାର