Odia News Portal

ଗିରଫ ହେଲେ କୋଟିପତି ଡାକ୍ତର

ଭିଜିଲାନ୍ସ ଇତିହାସରେ ରେକର୍ଡ । ଡାକ୍ତରଙ୍କ ସମ୍ପତ୍ତି ଦେଖି ଜଳକା ହେଇଗଲେ ଭିଜିଲାନ୍ସ ଅଧିକାରୀ । ଗିରଫ ହୋଇଛନ୍ତି କାକଟପୁର ଚାରିଛକରେ କାର୍ୟ୍ୟରତ ଡାକ୍ତର ସୁକାନ୍ତ ଜେନା । ସାରା ରାତି ଡାକ୍ତରଙ୍କ ଘରେ ଚାଲିଥିଲା ଟଙ୍କା ଗଣା । ଲାଞ୍ଚ ନେବା ବେଳେ ଧରାପଡ଼ିବା ପରେ ଖୋଲିଛି ଡାକ୍ତର ସୁକାନ୍ତ ଜେନାଙ୍କ କଳାଟଙ୍କାର ଗୁମର । ଭୁବନେଶ୍ୱର ପଟିଆରେ ରେଡ୍ କରି ବିଡ଼ାବିଡ଼ା ଟଙ୍କା ଜବତ କରିଛି ଭିଜିଲାନ୍ସ । ଏକା ସାଙ୍ଗରେ ଡାକ୍ତରଙ୍କ ଘରୁ ନଗଦ କୋଟିଏରୁ ଅଧିକ ଟଙ୍କା ଜବତ ହୋଇଛି । ଟଙ୍କାର ପରିମାଣ ଏତେ ଅଧିକ ଯେ, ଗଣିବାକୁ ଭୁବନେଶ୍ବର ପଟିଆସ୍ଥିତ ଘରେ ମେସିନ୍ ଲାଗିଥିଲା ।
ପ୍ରସବ ପୂର୍ବରୁ ନେଇଥିଲେ ୫ହଜାର। ପରେ ଆଉ ୩ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିଗଲେ ଡାକ୍ତର। ସେ ହେଲେ ପୁରୀ ଜିଲା ନିମାପଡ଼ା ଚାରିଛକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ସ୍ତ୍ରୀ ଓ ପ୍ରସୂତି ବିଭାଗର ଡାକ୍ତର ସୁକାନ୍ତ ଜେନା। ବୁଧବାର ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି।