Odia News Portal
Browsing Tag

swadhikar news

ଏପ୍ରିଲରେ ଆରମ୍ଭ ହେବ ନୂତନ ଶିକ୍ଷାବର୍ଷ, ପାଠ୍ୟକ୍ରମରେ ହେବନାହିଁ କୌଣସି ପରିବର୍ତ୍ତନ

ହାଇସ୍କୁଲ ପାଠ୍ୟକ୍ରମରେ ଚଳିତ ମାସ ଏପ୍ରିଲ୍ ମାସରୁ ନୂତନ ଶିକ୍ଷାବର୍ଷ ଆରମ୍ଭ ହୋଇ ୨୦୨୪, ମାର୍ଚ ପର୍ଯ୍ୟନ୍ତ ଚାଲିବ। ୨୦୨୨-୨୩ ଶିକ୍ଷାବର୍ଷରେ ଯେଉଁ ପାଠ୍ୟକ୍ରମ ପ୍ରଚଳିତ ହୋଇଛି, ତାହା ନୂତନ ଶିକ୍ଷାବର୍ଷ(୨୦୨୩-୨୪)ରେ ମଧ୍ୟ ପ୍ରଚଳିତ ହେବ। ନୂତନ ଶିକ୍ଷାବ‌ର୍ଷ(୨୦୨୩-୨୪)ରେ ମୂଲ୍ୟାୟନ…

ବଜେଟ: ବଢିଲା ହରିଶ୍ଚନ୍ଦ୍ର ସହାୟତା

ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି ବିଧାନସଭାରେ ରାଜ୍ୟ ବଜେଟ ଉପସ୍ଥାପନ କରୁଛନ୍ତି । ମୋଟ ୨ଲକ୍ଷ ୩୦ ହଜାର କୋଟିର ବଜେଟ ଉପସ୍ଥାପନ କରାଯାଇଛି । ତେବେ ଚଳିତ ବର୍ଷ ଠାରୁ ଆସନ୍ତା ଆର୍ଥିକ ବର୍ଷର ବ୍ୟୟବରାଦ ୧୫ ପ୍ରତିଶତ ଅଧିକ । ତେବେ ଏଥର ବଜେଟରେ ହରିଶ୍ଚନ୍ଦ୍ର ସହାୟତା ରାଶିକୁ ବୃଦ୍ଧି…

ଜଙ୍ଗଲରୁ ୨ ଗଳିତ ମୃତଦେହ ଜବତ

ଗୁରୁଡିଝାଟିଆ ଥାନା ଅନ୍ତର୍ଗତ ଭଗୁଆ ନିକଟସ୍ଥ ଜଙ୍ଗଲ ଭିତରୁ ପୁଲିସ ୨ ଜଣଙ୍କ ଗଳିତ ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଆଠଗଡ ଉପଖଣ୍ଡ ଚିକିିିତ୍ସାଳୟକୁ ପଠାଇଛି। ମୃତକ ଜଣେ ଯୁବକ ଓ ଜଣେ ଯୁବତୀ ଅଟନ୍ତି। ସେମାନଙ୍କ ବୟସ ପ୍ରାୟ ୩୦ ରୁ ୩୫ବର୍ଷ ହେବ ବୋଲି ପୁଲିସ ଅନୁମାନ କରୁଛି। ଶବ…

ବୁଲା କୁକୁର ପାଇଁ ଚିନ୍ତାରେ ଭୁବନେଶ୍ୱର ମେୟର

ବୁଲା କୁକୁର ଉଠାଇବାପାଇଁ ମନ୍ତ୍ରୀଙ୍କ ଟ୍ୱିଟ ପରେ ଚିନ୍ତାରେ ପହିଛନ୍ତି ଭୁବନେଶ୍ୱର ମେୟର ସୁଲୋଚନା ଦାସ । ଏତେ କୁକୁର କୁଆଡେ ବେୁ ବୋଲି ଚିନ୍ତା ପ୍ରକଟ କରିଛନ୍ତି ମେୟର । କୁକୁର ସଂଖ୍ୟା କମାଇବାକୁ ବନ୍ଧ୍ୟାକରଣ ହେଉଛି ଏକମାତ୍ର ଉପାୟ । ୨୦୧୨ରୁ ୨୨ ମଧ୍ୟରେ କୁକୁର ସଂଖ୍ୟା ୨ଗୁଣ ହୋଇଛି…

ଅଭିନେତା ପିଣ୍ଟୁ ନନ୍ଦଙ୍କ ଅବସ୍ଥା ସଙ୍କଟାପନ୍ନ

ଓଲିଉଡ୍ ବରିଷ୍ଠ ଅଭିନେତା ପିଣ୍ଟୁ ନନ୍ଦଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଏବେବି ଗୁରୁତର ରହିଛି । ଦିଲ୍ଲୀର ଏକ ବେସରକାରୀ ହସପିଟାଲରେ ଚିକିତ୍ସିତ ହେଉଥିବା ପିଣ୍ଟୁ ନନ୍ଦଙ୍କୁ ହାଇଦ୍ରାବାଦ୍ କିମ୍ବା ଚେନ୍ନାଇ ସ୍ଥାନାନ୍ତର କରାଯିବ । ଲିଭର ସିରୋସିସ୍ରେ ପୀଡ଼ିତ ପିଣ୍ଟୁଙ୍କର ଲିଭର ଟ୍ରାନ୍ସପ୍ଲାଣ୍ଟ…

ବିରାଟ କିଣିଲେ ୬ କୋଟି ଟଙ୍କାର ବିଳାସପୂର୍ଣ୍ଣ ଘର

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ଫେବୃଆରି ୨୩ ତାରିଖରେ ମୁମ୍ବାଇରେ ଆୱାସ ଲିଭିଙ୍ଗରେ ୨୦୦୦ ବର୍ଗଫୁଟ୍‌ର ଏକ ଘର କିଣିଛନ୍ତି। ମୁମ୍ବାଇର ଆଲିବାଗ ଅଞ୍ଚଳସ୍ଥିତ ଏହି ବିଳାସପୂର୍ଣ୍ଣ ଭିଲ୍ଲାର ମୂଲ୍ୟ ୬ କୋଟି ଟଙ୍କା ପାଖାପାଖି ହେବ ବୋଲି କୁହାଯାଉଛି। ଏହି…

ରାଜ୍ୟ ବଜେଟ : କୃଷି ପାଇଁ ୨୪,୮୨୯ କୋଟି ବ୍ୟୟବରାଦ

ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଶୁକ୍ରବାରଦିନ ବିଧାନସଭାରେ ବର୍ଷ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ ଉପସ୍ଥାପନ କରିଛନ୍ତି । ଏବର୍ଷ ମଧ୍ୟ ଅର୍ଥମନ୍ତ୍ରୀ ପ୍ରଥମେ ଏକ ସ୍ବତନ୍ତ୍ର କୃଷି ବଜେଟ ଉପସ୍ଥାପନ କରିଛନ୍ତି । କୃଷି କ୍ଷେତ୍ର ପାଇଁ ଏବର୍ଷ ମୋଟ ୨୪,୮୨୯ କୋଟି ଟଙ୍କାର…

ରାଜ୍ୟ ବଜେଟରେ ଜନ ସ୍ୱାସ୍ଥ୍ୟସେବା ପାଇଁ ୧୬,୦୪୮ କୋଟି ବ୍ୟୟବରାଦ

ଆସିଛି ରାଜ୍ୟ ବଜେଟ୍ । ବିଧାନସଭାରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ତେବେ ଚଳିତ ବର୍ଷ ବଜେଟର ବ୍ୟୟ ଅଟକଳ ରହିଛି ୨ ଲକ୍ଷ ୩୦ ହଜାର କୋଟି । ଯେଉଁଥିରେ ଜନସ୍ୱାସ୍ଥ୍ୟ ସେବାକୁ ମିଳିଛି ୧୬ ହଜାର ୪୮ କୋଟି ଟଙ୍କା । ତେବେ ଗତ…

ପଞ୍ଜାବରେ ତାତୁଛି ଖଲିସ୍ଥାନ ହିଂସା

ଖଲିସ୍ଥାନ ଆନ୍ଦୋଳନକୁ ସମର୍ଥନ କରୁଥିବା ତଥା ନିଜକୁ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ଜର୍ଣ୍ଣେଲ ଭିନ୍ଦ୍ରନୱାଲେଙ୍କ ଭଳି ବିଦ୍ରୋହୀ ନେତା ଭାବେ ଉପସ୍ଥାପିତ କରୁଥିବା ମୁଖ୍ୟ ଅମୃତପାଲ ସିଂହ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ, ଲୋକଙ୍କ ମନରେ ଖଲିସ୍ଥାନୀ ଭାବନା ଛାଇ ହୋଇ…

ଗୁପ୍ତ ତଥ୍ୟ ଦେବା ଅଭିଯୋଗରେ ବାଲେଶ୍ବରରେ ଜଣେ ଗିରଫ

ପ୍ରତିରକ୍ଷା ତଥ୍ୟ ପୁଣି ଥରେ ପ୍ରଘଟ ହୋଇଛି। ହନିଟ୍ରାପ୍‌ର ଶିକାର ହୋଇ ପାକିସ୍ତାନକୁ ଗୁପ୍ତ ତଥ୍ୟ ‌ଯୋଗାଇବା ଅଭିଯୋଗରେ ବାଲେଶ୍ବର ପୁଲିସ ଜଣଙ୍କୁ ଗିରଫ କରିଥିବା ଶୁକ୍ରବାର ସୂଚନା ଦେଇଛି। ଆଇଟିଆର ତଥ୍ୟ ଲିକ୍ ଅଭିଯୋଗରେ ବାଲେଶ୍ୱର ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ହୋଇଥିବା…