Odia News Portal

ବିରାଟ କିଣିଲେ ୬ କୋଟି ଟଙ୍କାର ବିଳାସପୂର୍ଣ୍ଣ ଘର

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ଫେବୃଆରି ୨୩ ତାରିଖରେ ମୁମ୍ବାଇରେ ଆୱାସ ଲିଭିଙ୍ଗରେ ୨୦୦୦ ବର୍ଗଫୁଟ୍‌ର ଏକ ଘର କିଣିଛନ୍ତି।  ମୁମ୍ବାଇର ଆଲିବାଗ ଅଞ୍ଚଳସ୍ଥିତ ଏହି ବିଳାସପୂର୍ଣ୍ଣ ଭିଲ୍ଲାର ମୂଲ୍ୟ ୬ କୋଟି ଟଙ୍କା ପାଖାପାଖି ହେବ ବୋଲି କୁହାଯାଉଛି। ଏହି ସ୍ଥାନର ସ୍ବତନ୍ତ୍ରତା ହେଉଛି ଏଠାରେ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରପୂର ରହିଛି। ଏହି ସୌନ୍ଦର୍ଯ୍ୟକୁ ଦେଖିଲେ ମନକୁ ଶାନ୍ତି ମିଳିଥାଏ।

ବିରାଟ କୋହଲିଙ୍କ ଆଲିବାଗ ଅଞ୍ଚଳର ଏହା ହେଉଛି ଦ୍ୱିତୀୟ ସମ୍ପତି। ଏହାପୂର୍ବରୁ ସେ ଧର୍ମପତ୍ନୀ ଅନୁଷ୍କା ଶର୍ମାଙ୍କ ସହ ମୁମ୍ବାଇର ୱର୍ଲି ଅଞ୍ଚଳର ଓମକର ଟାୱାରରେ ଏକ ଘର କିଣିଥିବା ସୂଚନା ରହିଛି।

ବିରାଟ କୋହଲି ଅଷ୍ଟ୍ରେଲିଆ ବିପକ୍ଷରେ ଚାଲିଥିବା ଟେଷ୍ଟ ସିରିଜରେ ବ୍ୟସ୍ତ ଅଛନ୍ତି। ଏହି କାରଣରୁ ତାଙ୍କ ଭାଇ ବିକାଶ କୋହଲି ସବ-ରେଜିଷ୍ଟ୍ରାର କାର୍ଯ୍ୟାଳୟକୁ ଯାଇ ପଞ୍ଜୀକରଣକୁ ଆନୁଷ୍ଠାନିକ ଭାବେ ପୁରଣ କରିଥିଲେ। ଏହି କାରବାର ପାଇଁ କୋହଲି ୩୬ ଲକ୍ଷ ଟଙ୍କା ଷ୍ଟାମ୍ପ ଡ୍ୟୁଟି ଦେଇଥିଲେ। ଏହି ଚୁକ୍ତିରେ ବିରାଟଙ୍କୁ ୪୦୦ ବର୍ଗଫୁଟ ସୁଇମିଂ ପୁଲ ମଧ୍ୟ ମିଳିବ। ଏହି ଘରକୁ କିଣି ବିରାଟ ଓ ଅନୁଷ୍କା ବେଶ ଖୁସିଥିବା ଜଣାପଡ଼ିଛି।