Odia News Portal

ଫେବ୍ରୁଆରୀ ୧୯ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା

ଫେବୃଆରୀ ୧୯ରେ ମାଟ୍ରିକ ପରୀକ୍ଷା ।  ଫେବୃଆରୀ ୧୯ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ । ଫେବୃଆରୀ ୧୯ରୁ ମାର୍ଚ୍ଚ ୨ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା ।  ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷା ତାରିଖ ଘୋଷଣା ହୋଇଛି ।  ସକାଳ ୯ଟାରୁ ୧୧ଟା ୩୦ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା ।  ଫେବୃୟାରୀ ୧୯ ତାରିଖରେ ମାତୃ ଭାଷା ପରୀକ୍ଷା ହେବ ।

୨୦ ତାରିଖରେ ସଂସ୍କୃତ ବ୍ୟାକରଣ ଓ ଦର୍ଶନ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ୨୧ ତାରିଖରେ ଇଂରାଜୀ ଓ ୨୩ରେ ସଂସ୍କୃତ ଭାଷା ପରୀକ୍ଷା ହେବ ।  ୨୪ ତାରିଖରେ ପ୍ରୟୋଗାତ୍ମକ ସଂସ୍କୃତ ଏବଂ ୨୫ରେ ବିଜ୍ଞାନ ପରୀକ୍ଷା ହେବ ।  ୨୭ ରେ ସାମାଜିକ ବିଜ୍ଞାନ ଏବଂ ଜାନୁଆରୀ ୨ ତାରିଖରେ ଗଣିତ ପରୀକ୍ଷା ଦେବେ ଛାତ୍ରଛାତ୍ରୀ ।

ମାଟ୍ରିକ୍ ପରୀକ୍ଷା ସୂଚୀ
ଫେବୃଆରୀ-୧୯- ମାତୃଭାଷା (ଓଡ଼ିଆ/ହିନ୍ଦୀ)
ଫେବୃଆରୀ -୨୦- ସଂସ୍କୃତ ବ୍ୟାକରଣ ଓ ଦର୍ଶନ
ଫେବୃଆରୀ -୨୧- ଇଂରାଜୀ
ଫେବୃଆରୀ -୨୩- ସଂସ୍କୃତ ସାହିତ୍ୟମ୍
ଫେବୃଆରୀ -୨୪- ପ୍ରୟୋଗାତ୍ମକ ସଂସ୍କୃତ
ଫେବୃଆରୀ -୨୫- ବିଜ୍ଞାନ
ଫେବୃଆରୀ -୨୭- ସାମାଜିକ ବିଜ୍ଞାନ

ମାର୍ଚ୍ଚ -୨- ଗଣିତ ପରୀକ୍ଷା