Odia News Portal

ଏସିଆ କପ ଜିତିବା ପରେ ଟିମ୍ ଇଣ୍ଡିଆ ଉପରେ ଟଙ୍କା ବର୍ଷା, ବିସିସିଆଇ ଦେଲା ୨୧ କୋଟି ଟଙ୍କା

ଏସିଆ କପ ଫାଇନାଲରେ ପାକିସ୍ତାନକୁ ୫ ୱିକେଟରେ ହରାଇବା ପରେ ଟିମ୍ ଇଣ୍ଡିଆକୁ ୨୧ କୋଟି ଟଙ୍କା ପୁରସ୍କାର ରାଶି ଦେଇଛି ବିସିସିଆଇ । ଉଭୟ ଖେଳାଳି ଏବଂ ସପୋର୍ଟ ଷ୍ଟାଫଙ୍କୁ ଏହି ପୁରସ୍କାର ପାଇଛନ୍ତି।
ବିସିସିଆଇ ଅଫିସିଆଲ ସୋସିଆଲ ମିଡିଆ ଏକ୍ସରେ ଟ୍ୱିଟ୍ କରି ପୁରସ୍କାର ଘୋଷଣା କରିଛି । ପୋଷ୍ଟରେ ଲେଖାଯାଇଛି, ୩ଥର, ଶୂନ ପ୍ରତିକ୍ରିୟା । ଏସିଆ କପ୍ ଚାମ୍ପିଅନ୍ । ମେସେଜ ଡେଲିଭରଡ୍ । ଟିମ୍ ଏବଂ ସପୋର୍ଟ ଷ୍ଟାଫଙ୍କୁ ୨୧ କୋଟି ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ ।

ଟିମ୍ ଇଣ୍ଡିଆ ୯ମ ଥର ପାଇଁ ଏସିଆ କପ୍ ଟ୍ରଫି ଜିତିଛି । ଏଥିରେ ୭ ଥର ଦିନିକିଆ ଫର୍ମାଟ ଏବଂ ୨ ଥର ଟି୨୦ ଫର୍ମାଟରେ ଟାଇଟଲ ଜିତିଛି । ଭାରତୀୟ ଟିମ ସବୁଠାରୁ ଅଧିକ ଥର ଏସିଆ କପ୍ ଟାଇଟଲ ଜିତିଛି । ଶ୍ରୀଲଙ୍କା ଟିମ୍ ମୋଟ ୬ ଥର ଏବଂ ପାକିସ୍ତାନ ଦୁଇଥର ଏସିଆ କପ୍ ଟ୍ରଫି ଜିତିଛି ।

ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପ୍ରଥମ ଥର କ୍ରିକେଟ ମଇଦାନରେ ଏସିଆ କପ.ରେ ମୁହାଁମୁହିଁ ହୋଇଥିଲେ । ଭାରତୀୟ ଖେଳାଳି ଫାଇନାଲ ପର୍ଯ୍ୟନ୍ତ ପାକ୍ ଖେଳାଳିଙ୍କ ସହ ହ୍ୟାଣ୍ଡସେକ୍ କରିନଥିଲେ । ଲିଗରୁ ନେଇ ସୁପର-୪ ରାଉଣ୍ଡ ଓ ଶେଷରେ ଫାଇନାଲରେ ପାକିସ୍ତାନକୁ ଧୂଳି ଚଟାଇଛି ଭାରତ । ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୧୯.୧ ଓଭରରେ ୧୪୬ ରନ କରି ଅଲଆଉଟ ହୋଇଥିଲା । ଯାହାର ଜବାବରେ ଭାରତ ୫ ୱିକେଟ ହରାଇ ବିଜୟ ହାସଲ କରିନେଇଥିଲା । ୫ ୱିକେଟରେ ପାକିସ୍ତାନକୁ ହରାଇ ନବମ ଥର ଏସିଆ କପ୍ ଜିତିଛି ଟିମ୍ ଇଣ୍ଡିଆ ।