Odia News Portal

ଚ୍ୱଚା ପାଇଁ କମଳା ଚୋପା

ଭୁବନେଶ୍ୱର: ସାଧାରଣରେ କମଳାରେ ଭିଟାମିନ-ସି ଅଧିକ ଥିବାରୁ କମଳା ଆମ ତ୍ୱଚା ପକ୍ଷେ ବହୁକ ଲାଭଦାୟକ ହୋଇଥାଏ । କିନ୍ତୁ କମଳାର ଚୋପା ମଧ୍ୟ ଆମ ତ୍ୱଚାକୁ ଚମକାଇପାରେ । କମଳା ଚୋପା ବହୁ ସାଧାରଣ ଓ ଲୋକପ୍ରିୟ ଫେସ୍ ମାକ୍ସ ମଧ୍ୟରେ ଗୋଟିଏ । ଏହାକୁ ଗୁଣ୍ଡ କରି ବହୁତ ଦିନ ପର୍ୟ୍ୟନ୍ତ ବ୍ୟବହାର କରାଯାଇପାରେ । ପିମ୍ପଲସ ବା ବ୍ରଣ ଦୂର କରିଥାଏ କମଳା ଚୋପାରେ ଆଣ୍ଟି-ଅକ୍ସିଡାଣ୍ଟ ଓ ଆଣ୍ଟି-ଇନପ୍ଳେଂମେଟୋରି ଗୁଣ ଥିବାରୁ ଏହା ବ୍ରଣ ଦୂର କରିବାରେ ସାହାର୍ୟ୍ୟ କରିଥାଏ ।
ମୃ୍ତ ତ୍ୱଚା ବା ଡେଡ୍ ସ୍କିନରୁ ରକ୍ଷା କରିଥାଏ
କମଳା ଚୋପାରେ ଥିବା ସାଇଟ୍ରିକ ଏସିଡ୍ ଡେଡ୍ ସ୍କିନ୍ ଭଳି ସମସ୍ୟାରୁ ରକ୍ଷା କରିବାରେ ସହାୟକ ହୋଇଥାଏ ।
ତ୍ୱଚାରେ ଗ୍ଳୋ ବା ଚମକ ଆଣିଥାଏ
କମଳାର ଭିଟାମିନ-ସି ଓ ଆଣ୍ଟି-ଅକ୍ସିଡାଣ୍ଟ ତ୍ୱଚାକୁ ଟୋନ କରିବା ସହିତ ଚମକ ଆଣିଥାଏ ।
ଆଣ୍ଟି ଏଜିଙ୍ଗ ଦୂର କରିପାରେ
କମଳା ଓ କମଳା ଚୋପାକୁ ଆଣ୍ଟି ଏଜିଙ୍ଗ ଦୂର କରିବା ପାଇଁ ଏକ ଶକ୍ତିଶାଳୀ ପଦାର୍ଥରେ ଗଣାଯାଏ । ନିୟମିତ ଓ ଠିକ ଭାବରେ ଏହାର ଉପଯୋଗ ଦ୍ୱାରା ଆଣ୍ଟି ଏଜିଙ୍ଗ ଭଳି ସମସ୍ୟାରୁ ରକ୍ଷା କରିପାରେ ଏବଂ ତ୍ୱଚାକୁ ସୁସ୍ଥ ଓ ଜବାନ ରଖିଥାଏ ।