ଏସ୍ସିବି ମେଡିକାଲ୍ କଲେଜ ଓ ହସ୍ପିଟାଲର ନବୀକରଣ ପ୍ରକଳ୍ପର ନିରୀକ୍ଷଣ ଓ ଅନ୍ୟାନ୍ୟ ଆବଶ୍ୟକତା ପୂରଣ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ପ୍ରକଳ୍ପ କାର୍ଯ୍ୟକାରୀ କମିଟି (ପିଆଇସି) ଗଠନ କରାଯାଇଛି। ସିଡିଏ ଅଧ୍ୟକ୍ଷ ଅନୀଲ କୁମାର ସାମଲ ଏହି କମିଟିର ମୁଖ୍ୟ ଥିବା ବେଳେ ଓଡ଼ିଶା ବ୍ରିଜ୍ ଆଣ୍ତ କନ୍ଷ୍ଟ୍ରକ୍ସନ୍ କର୍ପୋରେସନ୍ (ଓବିସିସି)ର ପରିଚାଳନା ନିର୍ଦ୍ଦେଶକ ଏହାର ଆବହକ ସଦସ୍ୟ ଭାବେ ନିଯୁକ୍ତ ହୋଇଛନ୍ତି। ଏହାବ୍ୟତୀତ କେନ୍ଦ୍ରାଞ୍ଚଳ ଆର୍ଡିସି, ପୂର୍ତ୍ତ ବିଭାଗର ସ୍ବତନ୍ତ୍ର ସଚିବ, ଡିଏମ୍ଇଟି, କଟକ ଜିଲ୍ଲାପାଳ, କଟକ ଡିସିପି, ସିଏମ୍ସି କମିସନର, ଏସ୍ସିବି ଅଧ୍ୟକ୍ଷ, ଅଧୀକ୍ଷକ, ମୁଖ୍ୟଯନ୍ତ୍ରୀ (କୋଠା), ମୁଖ୍ୟଯନ୍ତ୍ରୀ (ରାସ୍ତା), ଵାଟ୍କୋ ପରିଚାଳନା ନିର୍ଦ୍ଦେଶକ, ଓପିଟିସିଏଲ୍ ପରିଚାଳନା ନିର୍ଦ୍ଦେଶକ, ଟିପିସିଓଡିଏଲ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଜଳ ସମ୍ପଦ ମୁଖ୍ୟଯନ୍ତ୍ରୀ ଏହି କମିଟିର ସଦସ୍ୟ ଭାବେ ରହିଛନ୍ତି। ସିଡିଏ ଅଧ୍ୟକ୍ଷ ଅନୀଲ ସାମଲ ପୂର୍ବରୁ ଆର୍ଡିସି ଥିବା ସମୟରେ ଏହି ପ୍ରକଳ୍ପ ଆରମ୍ଭ କରାଯିବା କ୍ଷେତ୍ରରେ ପ୍ରମୁଖ ଭୂମିକା ନେଇଥିଲେ।
Sign in
Sign in
Recover your password.
A password will be e-mailed to you.