Odia News Portal

ବଳଦେବଜୀଉଙ୍କ ମନ୍ଦିର ନିକଟରେ ଅଗ୍ନିକାଣ୍ଡ

କେନ୍ଦ୍ରାପଡା: ଅଗ୍ନିକାଣ୍ଡରେ ଭୋଗ ଦୋକାନ ଭସ୍ମୀଭୂତ। କେନ୍ଦ୍ରାପଡା ବଳଦେବଜୀଉଙ୍କ ମନ୍ଦିର ନିକଟରେ ଭୟାବହ ଅଗ୍ନିକାଣ୍ଡ।  ମନ୍ଦିର ବାହାରେ ଥିବା ଆମଣିଆ ଭୋଗ ଦୋକାନରେ ନିଆଁ ଲାଗିଯିବାରୁ ସମ୍ପୂର୍ଣ୍ଣ ଦୋକାନଟି ପୋଡି ପାଉଁଶ ହୋଇଯାଇଛି। ଆଜି ସକାଳୁ ସକାଳୁ ଦୋକାନର ମାଲିକ ପ୍ରଦୀପ ସାହୁ ପୋଟଳି ପିଠା ତିଆରୀ କରୁଥିବା ବେଳେ ହଠାତ୍ ନିଆ ଲାଗିଯାଇଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ , ଅଗ୍ନିଶମ ବାହୀନ ପହଂଚି ନିଆକୁ ଆୟତ୍ତ କରିଥିଲେ।