Odia News Portal

ପୋଲିସ ବାବୁଙ୍କ ଦବଙ୍ଗଗିରି, ଅଭିଯୋଗ ରଖିବା ପରିବର୍ତ୍ତେ ବାଡ଼େଇଲେ

ନୟାଗଡ଼: ପୋଲିସ ବାବୁଙ୍କ ଦବଙ୍ଗ ଗିରି । ଦେଖାଇଛନ୍ତି ଖାକି ବର୍ଦ୍ଦିର ଗରମ । ଲୁଟର ଶିକାର ହୋଇଥିବା ବ୍ୟକ୍ତିଙ୍କ ଅଭିଯୋଗ ରଖିବା ପରିବେର୍ତ୍ତ ତାଙ୍କୁ ଖରାପ ଭାଷାରେ ଗାଳି କରିବା ସହ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଶାସ୍ତ୍ରୀ ନଗର ଅଞ୍ଚଳର ଦାଶରଥୀ ପ୍ରଧାନଙ୍କୁ ପୋଲିସ ମାଡ଼ ମାରିଥିବା ସେ ଅଭିଯୋଗ କରିଛନ୍ତି ।

ବୁଧବାର ବିଳମ୍ବିତ ରାତିରେ ଦାଶରଥୀ ଫେରୁଥିବା ବେଳେ କିଛି ଦୁର୍ବୁତ୍ତ ତାଙ୍କ ଆଖିରେ ଲଙ୍କାଗୁଣ୍ଡ ପକାଇ ଟଙ୍କା ଲୁଟ କରିଥିଲେ । ଏନେଇ ଚାନ୍ଦପୁର ଥାନାରେ ଅଭିଯୋଗ କରିବା ଲାଗି ଆସିଥିଲେ ଦାଶରଥୀ । ତେବେ ପୋଲିସବାବୁ ତାଙ୍କ ଅଭିଯୋଗ ରଖିବା ପରିବର୍ତ୍ତେ ତାଙ୍କୁ ବହୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ମାଡ଼ ମାରିଥିବା ସେ ଅଭିଯୋଗ କରିଛନ୍ତି । ତେବେ ଚୋରଙ୍କ ସହ ପୋଲିସ ସମ୍ପୃକ୍ତିଥିବା ସେ କହିଛନ୍ତି । ଯେଉଁ କାରଣରୁ ପୋଲିସ ତାଙ୍କ ପ୍ରତି ନିଷ୍ଠୁର ସାଜିଥିବା ସେ କହିଛନ୍ତି । ତେବେ ଏହି ଘଟଣାରେ ପୋଲିସର ପ୍ରତିକିୟା ମିଳିପାରି ନାହିଁ ।