Odia News Portal

କେନ୍ଦ୍ରାପଡ଼ାରେ ପୋଲିସ-ଜନତା ମୁହାଁମୁହିଁ

କେନ୍ଦ୍ରାପଡ଼ା: ଖରସ୍ରୋତା ମେଗା ଜଳ ପ୍ରକଳ୍ପକୁ ନେଇ ତେଜୁଛି ବିବାଦ। ପୋଲିସର ଦବଙ୍ଗଗିରି ଓ କମ୍ପାନୀ ବିରୋଧରେ ବୁଧବାର ସଂଗ୍ରାମ ସମିତିର ସମନ୍ୱୟ କମିଟି ବୈଠକ ଆୟୋଜିତ ହୋଇଥିଲା । ସଂଗ୍ରାମ ସମିତି ପ୍ରସାସନ ବିରୁଦ୍ଧରେ ଦେଇଛି ରଣ ହୁଙ୍କାର।ସେପଟେ ପୋଲିସ ଟିମ ସହ ଘଟଣା ସ୍ଥଳ ପରି ଭ୍ରମଣ କରିଛନ୍ତି କେନ୍ଦ୍ରାପଡା ଏସ୍ପି।ରାଜକନିକା ଓ ଆଳି ଅଞ୍ଚଳରେ ଆହୁରି ଅଧିକ ପୋଲିସ ମୁତୟନ କରାଯାଇଛି । ମେଗା ପ୍ରକଳ୍ପକୁ ବିରୋଧ କରୁଥିବା ଜନତା ଗାଡ଼ି ମଟର ଭଙ୍ଗା ରୁଜା କରିଛନ୍ତି । ଏକାଧିକ ଗାଡ଼ି ମଟର ଭଙ୍ଗା କରିବା ସହ ଅନେକ ସାମଗ୍ରୀ ଭଙ୍ଗା ରୁଜା କରିଛନ୍ତି ଲୋକେ । ସେପଟେ ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ପୋଲିସ ଫୋର୍ସ ଆସିଛନ୍ତି । ୫୦୦ରୁ ଅଧିକ ଆନ୍ଦୋଳନକାରୀ ଏବଂ ପୋଲିସ ମଧ୍ୟ ଧସ୍ତାଧସ୍ତି ହୋଇଛନ୍ତି । ପାଖାପାଖି ୧୦ ପ୍ଲାଟୁନ ପୋଲିସ ଫୋର୍ସ ରହିଛନ୍ତି । ପ୍ରକଳ୍ପ ସ୍ଥାନରେ ବିକ୍ଷୋଭକାରୀମାନେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି ।