Odia News Portal

କିଏ ଜିତିବ ଆଜିର ମ୍ୟାଚ୍?

ଦୁବାଇ: ଆଇପିଏଲ ୨୦୨୧ର ବାକିଥିବା ମ୍ୟାଚ ଆଜିଠାରୁ ପୁଣି ଆରମ୍ଭ ହେଉଛି । ଆଜି ମୁମ୍ବାଇ ଓ ଚେନ୍ନାଇ ମଧ୍ୟରେ ହେବ ଲଢ଼େଇ । ଧୋନୀ ବାହିନୀ ଓ ରୋହିତ ବାହିନୀ ମଧ୍ୟରେ ହେବ କଡା ଟକ୍କର । ତେବେ ଆଜିର ମ୍ୟାଚଟି କାହା ସପକ୍ଷରେ ଯିବ ତାକୁ ନେଇ ଆରମ୍ଭ ହୋଇ ଗଲାଣି ସୋସିଆଲ ମିଡିଆରେ ଲଢ଼େଇ । ମୁମ୍ବାଇ ପ୍ରଂଶସକମାନେ ଯୁକ୍ତି ବାଢ଼ିବା ଆରମ୍ଭ କରିଦେଲେଣି କି ସେମାନେ ଜିତିବେ । ଅପରପକ୍ଷରେ ଧୋନୀଙ୍କ ଦୃଢ଼ ପ୍ରଂଶସକମାନେ କହୁଛନ୍ତି କି ଚେନ୍ନାଇ ଜିତିବା ସୁନିଶ୍ଚିତ ।

ସୋସିଆଲ ମିଡିଆ ତଥା ଫେସବୁକ ଓ ହ୍ୱାଟ୍ସଆପରେ କ୍ରିକେଟ ପ୍ରେମୀମାନେ ନିଜ ନିଜର ଷ୍ଟାଟସ ଦେବା ଆରମ୍ଭ କରିଦେଲେଣି । ନିଜ ନିଜର ଟିମକୁ ନେଇ ଆରମ୍ଭ କରିଦେଲେଣି ଜଲୱା । ତେବେ ମୁମ୍ବାଇ ଇଣ୍ଡିଆନ୍ସରେ ଏବେ ଅଧିକାଂଶ ଭାରତୀୟ ଦଳର ନିୟମିତ ଖେଳାଳୀ ରହିଛନ୍ତି । ଯେଉଁମାନେ କି ଦମଦାର ଫର୍ମରେ ରହିଛନ୍ତି । ସେ ବୁମରା ହୁଅନ୍ତୁ ବା ସୂର୍ଯ୍ୟକୁମାର ଯାଦବ । ସମସ୍ତେ ଫୁଲ ଫର୍ମରେ ରହିଛନ୍ତି । ସେପଟେ ଧୋନୀଙ୍କ ଅଭିଜ୍ଞତା ଆଗରେ ସବୁକିଛି ଫିକା ପଡ଼ବି ବୋଲି ମଧ୍ୟ ଚେନ୍ନାଇ ଫ୍ୟାନ୍ସମାନେ କହୁଛନ୍ତି । ତେବେ ଆଜିର ମ୍ୟାଚରେ କେଉଁ ଦଳ ଜିତିବ ଆପଣମାନେ କମେଣ୍ଟ ମାଧ୍ୟମରେ ଆଗୁଆ ମତାମତ ଦିଅନ୍ତୁ ।