Odia News Portal

ଗରିବଙ୍କ ମୁହଁରେ ହସ ଫୁଟାଉଛି ସ୍ମାର୍ଟ ହେଲଥ୍ କାର୍ଡ

ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ ହେଲଥ୍ କାର୍ଡଧାରୀଙ୍କୁ ମିଳୁଛି ମାଗଣା ଚିକିତ୍ସା । ଦୁଇମାସ ତଳେ ସଦର ବ୍ଲକ ଅନ୍ତର୍ଗତ ଗଣନାଥପୁର ଗ୍ରାମ ର ଶ୍ରୀ ଅରକ୍ଷିତ ମହାଖୁଡ଼ ନାମକ ବ୍ୟକ୍ତି ସାଇକେଲ ରେ ଆସୁଥିବା ବେଳେ ପଡ଼ିଯାଇ ତାଙ୍କ ଜଙ୍ଘ ସମ୍ପୂର୍ଣ ଭାବେ ଭାଙ୍ଗି ଯାଇଥିଲା କ୍ଷ ତାପରେ ସେ ଆୟୁର୍ବେଦିକ ଚିକିତ୍ସା କରାଇ ସୁଫଳ ନ ମିଳିବାରୁ କଳାହାଣ୍ଡି ଜିଲ୍ଲା ବିଜୁ ଯୁବ ଜନତା ଦଳ ସମ୍ପାଦକ ତଥା IT cell ର ମୁଖ୍ୟ ଶ୍ରୀ ସତ୍ୟବ୍ରତ ଦାଶ ଙ୍କ ପୁତ୍ର ଲାଲୁ ମହାଖୁଡ଼ ଙ୍କୁ କହିଥିଲେ ।

ଶେଷରେ ଜିଲ୍ଲା ବିଜୁ ଯୁବ ଜନତା ଦଳ ସମ୍ପାଦକ ଶ୍ରୀ ସତ୍ୟବ୍ରତ ଦାଶ ତାଙ୍କୁ ନେଇ ଶ୍ରୀ ବାଲାଜୀ ନରସିଂ ହୋମ ଗଊ ଶ୍ରୀଯୁକ୍ତ ପ୍ରଦୀପ କୁମାର ମିଶ୍ର ଏବଂ ଡ଼. ମନୋଜ ପରିଡା ଙ୍କ ସହିତ ସାକ୍ଷାତ କରାଇ କିଭଳି BSKY ମାଧ୍ୟମରେ ଅସ୍ତ୍ରୋପଚାର କରାଯାଇପାରିବ ସେନେଇ ଅବଗତ କରାଇଥିଲେ । ଆଜି ଦୀର୍ଘ ୫ ଘଣ୍ଟା ର ଅକ୍ଲାନ୍ତ ପରିଶ୍ରମ ଏବଂ ଚେଷ୍ଟା ରେ ଡାକ୍ତର ମନୋଜ କୁମାର ପରିଡା ସଫଳ ଅସ୍ତ୍ରୋପଚାର କରି ରୋଗୀ ଅରକ୍ଷିତ ମହାଖୁଡ଼ ଙ୍କ ମୁହଁରେ ହସ ଫୁଟାଇ ଥିଲେ । ଏହି ଅସ୍ତ୍ରୋପଚାର ରେ ଶ୍ରୀ ସରୋଜ କୁମାର ହୋତା, ତାରା ମହାଖୁଡ଼, ପୁଅ ଲାଲୁ ମହାଖୁଡ଼,, ଶିବ ରାମ, ତରୁଣ, ଶେଷଦେବ, ରାନୁ ମହାଖୁଡ଼ ଙ୍କୁ ସମ୍ପୂର୍ଣ ସହାୟତା କରିଥିଲେ ।


ଆଜି ରୋଗୀଙ୍କ ପରିବାର ବର୍ଗ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କୁ BSKY ଦ୍ୱାରା ମାଗଣା ରେ ଚିକିତ୍ସା ପ୍ରଦାନ କରିଥିବାରୁ କୃତଜ୍ଞତା ଜ୍ଞ୍ୟାପନ କରିଥିଲେ । ଏହିଭଳି ବହୁ ରୋଗୀଙ୍କ ଚିକିତ୍ସା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ଶ୍ରୀ ବାଲାଜୀ ନରସିଂ ହୋମ କରାଇ ଜିଲାରେ ଚର୍ଚ୍ଚା ର କେନ୍ଦ୍ରବିନ୍ଦୁ ପାଲଟିଛି ।