Odia News Portal

ଦନ୍ତା ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ

ସୁନ୍ଦରଗଡରେ ଦନ୍ତା ହାତୀ ଆତଙ୍କ । ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ । ମୃତ ବୃଦ୍ଧଙ୍କ ନାଁ କିରଣ ଡୁଙ୍ଗଡୁଙ୍ଗ । ପଞ୍ଚରା ସେକ୍ସନ ଗୌବାହାଲ ବିଟ କୁତ୍ରା ଥାନା ଛୁରୀଚୋକା ଗାଁରେ ତାଙ୍କ ଘର ।
ସୂଚନାନୁସାରେ, ରବିବାର ବିଳମ୍ବିତ ରାତିରେ ପଞ୍ଚରା ସେକ୍ସନ ଗୌବାହାଲ ବିଟ କୁତ୍ରା ଥାନା ଛୁରୀଚୋକା ଗାଁକୁ ଦନ୍ତା ହାତୀ ପସିଆସିଥିଲା । ଗାଁରୁ ହାତୀକୁ ଗ୍ରାମବାସୀ ଘଉଡାଇବା ବେଳେ ବୃଦ୍ଧଙ୍କୁ ଆକ୍ରମଣ କରିଥିଲା ଦନ୍ତା । ଘଟଣାସ୍ଥଳରେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ଖବର ପାଇ ବନ ବିଭାଗ ପହଞ୍ଚି ଆରମ୍ଭ କରିଛି ।