Odia News Portal

ପାହାଳରେ ନକଲି ସସ୍-ଆଚାର‌ କାରଖାନା ଠାବ

ଭୁବନେଶ୍ୱର: ସିଲଭର ସିଟି ପରେ ଏବେ ରାଜଧାନୀ ଭୁବନେଶ୍ୱରରେ ନକଲି ଆଚାର ଓ ସସ୍‌ କାରଖାନା ଠାବ । ଭୁବନେଶ୍ୱରର ନିକଟସ୍ଥ ପାହାଳରେ ଠାବ ହୋଇଛି ଏହି ନକଲି ସସ୍‌ କାରଖାନା । ପାହାଳ ନିକଟରେ ଚାଲିଥିବା ଏହି ବେଆଇନ ନକଲି କାରଖାନାରେ ରେଡ୍ ସମୟରେ ପୋକ ସାଲୁବାଲୁ ଆଚାର ସହ ବିଭିନ୍ନ ପ୍ରକାର ସସ୍ ଜବତ ହୋଇଛି‌ ।

ସୂଚନାନୁଯାୟୀ, ପାହାଳ ନିକଟରେ ଚାଲିଥିବା ଏହି ନକଲି କାରଖାନାର ଖବର ସ୍ପେଶାଲ ସ୍କ୍ୱାର୍ଡ ନିକଟରେ ପହଞ୍ଚିଥିଲା । ଖବର ପାଇବା ପରେ ଉକ୍ତ କାରଖାନାରେ ଚଢାଉ କରିଥିଲା ସ୍ପେଶାଲ ସ୍କ୍ୱାର୍ଡ । ଏହି ଚଢାଉରେ ବିପୁଳ ପରିମାଣରେ ନକଲି ସାମଗ୍ରୀ ଜବତ ହୋଇଛି । ଏମିତିକି ନକଲି କାରଖାନାରୁ ପୋକ ସାଲୁବାଲୁ ଆଚାର ସହ ବିଭିନ୍ନ ପ୍ରକାର ସସ୍‌ ମଧ୍ୟ ଜବତ ହୋଇଛି । ତେବେ ଏହି ଚଢାଉରେ ଖାଦ୍ୟ ସୁରକ୍ଷା ଅଧିକାରୀ ମଧ୍ୟ ସାମିଲ ହୋଇଛନ୍ତି ।

ତେବେ ରାଜ୍ୟରେ ଗତ କିଛି ଦିନ ହେବ ନକଲି ଖାଦ୍ୟ ସାମଗ୍ରୀ କାରଖାନାରେ ଚଢାଉ ଜାରି ରହିଛି । ପ୍ରଥମେ ସିଲଭର ସିଟି କଟକ ପରେ ଏବେ ସ୍ମାର୍ଟ ସିଟି ଭୁବନେଶ୍ୱରରେ ନକଲି କାରଖାନା ଠାବ ହୋଇଛି । ଏହିସବୁ କାରଖାନାରୁ ବିପୁଳ ପରିମାଣ ନକଲି ସାମଗ୍ରୀ ଜବତ ହୋଇଛି । ଯେଉଁଠାରେ ନକଲି ସାମଗ୍ରୀକୁ କିଛି ପ୍ରତିଷ୍ଠିତ କମ୍ପାନୀର ଲୋଗୋ ଲଗାଯାଇ ବଜାରକୁ ଛଢାଯାଉଛି ।