Odia News Portal
Monthly Archives

June 2021

ଖୋଲିପାରେ ଲକଡାଉନ୍‌, ଆଜି ଦିନ ସାଢ଼େ ଗୋଟେରେ ସମ୍ବୋଧନ କରିବେ ମୁଖ୍ୟ ସଚିବ

ଭୁବନେଶ୍ୱର: ଦିଲ୍ଲୀ ପରେ ପଶ୍ଚିମବଙ୍ଗରେ ଖୋଲିଛି ଲକଡାଉନ । ତେବେ ରାଜ୍ୟରେ କେବେ ଖୋଲିବ ତାଲା । ଏନେଇ ସବୁଠି ଚାଲିଛି ବିଚାର ବିମର୍ସ । ଏହାରି ଭିତରେ ଆଜି ଦିନ ସାଢ଼େ ଗୋଟେରେ ସମ୍ବୋଧନ କରିବେ ମୁଖ୍ୟ ଶାସନ ସଚିବ । ଲକଡାଉନ ଖୋଲିବା ନେଇ ଘୋଷଣା କରି ପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି

ପ୍ରେମିକାକୁ ଦେଖା କରିବାକୁ ଯାଇଥିଲେ, ବୋହେ ଛେଚିଲେ ଗାଁ ଲୋକେ

ଯାଜପୁର: ପ୍ରେମିକାକୁ ଦେଖା କରିବା ପଡ଼ିଲା ମହଙ୍ଗା । ଗାଁ ଲୋକଙ୍କ ହାବୁଡ଼ରେ ପଡ଼ିଗଲେ ପ୍ରେମିକ ଓ ତାଙ୍କ ସାଙ୍ଗ । ଗାଁଲୋକେ ବୋହେ ଛେଚିବା ପରେ ପୋଲିସ ଜିମା ଦେଇଛନ୍ତି । ଯାଜପୁର ଜିଲ୍ଲା ଦଶରତପୁର ବ୍ଲକ ମାନସିଂହପାଟଣା ଗାଁରୁ ଆସିଛି ଏଭଳି ଖବର । ପୋଲିସ ଉଭୟ ଯୁବକଙ୍କୁ ଅଟକ ରଖି ପଚରା

କରୋନା କଟକଣା ମଧ୍ୟରେ ସମ୍ପନ୍ନ ହେଲା ଦେବ ଦମ୍ପତିଙ୍କ ବିବାହ

ଭୁବନେଶ୍ୱର: କରୋନା କଟକଣା ମଧ୍ୟରେ ଶେଷ ହୋଇଛି ଦେବ ଦମ୍ପତିଙ୍କ ବିବାହ । ମହାଦେବ ଭୋଳାନାଥଙ୍କ ସହ ଗିରିଜା ନନ୍ଦିନୀଙ୍କ ବିବାହ ସମ୍ପନ୍ନ ହୋଇଛି । ବୈଦିକ ରୀତିରେ ପଡ଼ିଛି ହାତଗଣ୍ଠି । ମଙ୍ଗଳରାତି ବୁଧ ପାହାନ୍ତି ପବିତ୍ର ବେଳାରେ ସମ୍ପନ୍ନ ହୋଇଛି ବିବାହ । ରାଜ୍ୟର ସମସ୍ତ ଶୈବ ପୀଠରେ

ପୋଲିସ- ମାଓବାଦୀ ଗୁଳି ବିନିମୟ ଜାରି

ମାଲକାନଗିରି : ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ କୁଲାବେଡା ଜଙ୍ଗଲ ପୁଲିସ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଥିବା ନେଇ ବୁଧବାର ଖବର ମିଳିଛି। କୁଲାବେଡା ଜଙ୍ଗଲରେ ମାଓ ଶିବିର ଥିବାର ସୂଚନା ପାଇ ଅପରେସନ ଲଞ୍ଚ କରାଯାଇଥିଲା। ଏସଓଜି ଓ ଡିଭିଏଫ(SOG ଓ DVF) ବାହିନୀ

ଆଜି ଶେଷ ରଜ

ଭୁବନେଶ୍ୱର: ଆଜି ଶେଷ ରଜ ବା ବାସୁମତି ସ୍ନାନ । କରୋନା କଟକଣା ମଧ୍ୟରେ ଚଳିତ ବର୍ଷ ଶେଷ ହେବାକୁ ଯାଉଛି ରଜପର୍ବ । ବସୁମତୀ ସ୍ନାନ ହେଉଛି ରଜର ଶେଷ ଦିନ। ଏହି ଦିନ ବଡ଼ି ଭୋରରୁ ଶିଳପୁଆରେ ହଳଦୀ, ସିନ୍ଦୂର ଲଗାଇ ମାତାଙ୍କ ସ୍ୱରୂପକୁ ପିଢା ଉପରେ ସ୍ଥାପନ କରି କଳସ ରଖି ପୂଜା କରାଯାଏ।

ଖତ ଖାଉଛି ଆମ୍ବ

ଧର୍ମଗଡ: ବଗିଚାରେ ଖତ ଖାଉଛି ଆମ୍ବ । ଲକଡାଉନ ପାଇଁ ହୋଇପାରୁନି ବିକ୍ରି । ଚିନ୍ତାରେ ଧର୍ମଗଡର ଆମ୍ବ ଚାଷୀ । କଳାହାଣ୍ଡି ଜିଲ୍ଲା ଧର୍ମଗଡ, ଜୁନାଗଡ , କୋକସରା, ଜୟପାଟଣା ଆଦି ଅଂଚଳରେ ଚାଷୀ ମାନେ ଆମ୍ବ ଅମଳ କରିଥିଲେ । ଏ ବର୍ଷ ଅଧିକା ଆମ୍ବ ଫଳି ଥିବାରୁ ଭଲ ଦି ପଇସା ରୋଜଗାର ଆଶା

ରୋଗଶଯ୍ୟାରେ ମେଧାବୀ ଛାତ୍ର, ଚିକିତ୍ସା ସହାୟତା ପାଇଁ ପରିବାରର ଆକୁଳ ନିବେଦନ

ବାସୁଦେବପୁର: ରୋଗଶଯ୍ୟାରେ ପଡିଛି ମେଧାବୀ ପୁଅ । ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଯାହାକୁ ନେଇ ସହାୟତା କରିବାକୁ ଆକୁଳ ନିବେଦନ କରିଛନ୍ତି ପୁରା ପରିବାର । ଭଦ୍ରକ ଜିଲ୍ଲା ବାସୁଦେବପୁର ବଛଦା ଗାଁର ଶରତ ରାଉତଙ୍କ ଏକମାତ୍ର ପୁଅ ସତ୍ୟବ୍ରତ । ବୟସ ମାତ୍ର ୨୨ବର୍ଷ । ୨୦୨୦ ମସିହାରେ

ବେଉସା ବୁଡେଇ ଦେଇଛି ମହାମାରୀ କରୋନା

କାଲିମେଳା: ବେଉସା ବୁଡାଇ ଦେଲା ମହାମାରୀ । ଦୁର୍ଦ୍ଦିନରେ କୁମ୍ଭାର ପରିବାର । ଲକଡାଉନରେ ହାତ ବାନ୍ଧି ବସିଛନ୍ତି ମାଟି ବିଶ୍ୱକର୍ମା । ମାଲକାନଗିରି ଜିଲ୍ଲା ପାଣ୍ଡ୍ରିପାଣି ପଂଚାୟତ କୁମ୍ଭାରଗୁଡା ଗାଁରେ ବସବାସ କରନ୍ତି ୫୦ରୁ ଅଧିକ କୁମ୍ଭାର ପରିବାର । କିନ୍ତୁ ଲକ୍ ଡାଉନ ଏମାନଙ୍କ ଜୀବନ

ନଜର ପକାନ୍ତୁ ଦେଶର କରୋନା ଅପଡେଟ୍ ଉପରେ…

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ୬୨ ହଜାରରୁ ଅଧିକ ଲୋକଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା ବେଳେ ୨୫୪୨ ଜଣଙ୍କ ଜୀବନ ନେଇଛି କରୋନା। ଗତକାଲି ଦୈନିକ ସଂକ୍ରମଣ ୬୦ ହଜାର ରହିଥିଲା। ତେବେ ଆକ୍ଟିଭ କେସ୍ ସଂଖ୍ୟା ୮ ଲକ୍ଷକୁ ଖସି ଆସିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ,

ଆଜି ୪୪ କରୋନା ସଂକ୍ରମିତଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ତଳମୁହାଁ କରୋନା ମିଟର । ଦିନକୁ ଦିନ ରାଜ୍ୟରେ କମିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ତେବେ ମୃତ୍ୟୁହାର କମିବାର ନାଁ ଧରୁନି । ଗତ ୨୪ ଘଣ୍ଟାରେ ୩୫୩୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୨୦୧୬ ଜଣ ଥିବା ବେଳେ ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା