Odia News Portal

ଆଜି ଶେଷ ରଜ

ଭୁବନେଶ୍ୱର: ଆଜି ଶେଷ ରଜ ବା ବାସୁମତି ସ୍ନାନ । କରୋନା କଟକଣା ମଧ୍ୟରେ ଚଳିତ ବର୍ଷ ଶେଷ ହେବାକୁ ଯାଉଛି ରଜପର୍ବ । ବସୁମତୀ ସ୍ନାନ ହେଉଛି ରଜର ଶେଷ ଦିନ। ଏହି ଦିନ ବଡ଼ି ଭୋରରୁ ଶିଳପୁଆରେ ହଳଦୀ, ସିନ୍ଦୂର ଲଗାଇ ମାତାଙ୍କ ସ୍ୱରୂପକୁ ପିଢା ଉପରେ ସ୍ଥାପନ କରି କଳସ ରଖି ପୂଜା କରାଯାଏ।

ବୁଧବାର ବସୁମତୀ ସ୍ନାନ। ନୂଆ ପିଢ଼ା, ନୂଆଲୁଗା, ହଳଦୀ, ଶିଳପୁଆ, ଲଙ୍ଗଳ ଲୁହା, ଚନ୍ଦନ, ସିନ୍ଦୂର ଏମିତିକି ଯେତେ ଯେତେ ଉପଯୋଗୀ ଉପଚାର ଭୂମିପୂଜା ପାଇଁ ଲୋଡ଼ା (ସେ ସବୁ ପ୍ରତୀକାତ୍ମକ) ସମସ୍ତ ଜିନିଷ ଯୋଗାଡ଼ କରାଯାଇଛି। ବର୍ଷର ଏହି ସନ୍ଧିକାଳରେ ମାଟି ମାଆକୁ ସୁଖ ଦେବା ଲାଗି ରଜପର୍ବର ପରିକଳ୍ପନା। ଆଷାଢ ମାସରେ ପ୍ରଥମ ବର୍ଷାର ଆଗମନରେ ମେଘ ଓ ମାଟିର ମିଳନ ହୁଏ। ପୃଥିବୀ ମା’କୁ ମାତା ଭାବେ ବିବେଚନା କରାଯାଇ ବର୍ଷାର ଆଗମନରେ ସେ ରଜସ୍ୱଳା ହୋଇଥାଆନ୍ତି। ଏହାପରେ ନୂତନ ଶସ୍ୟ ଉତ୍ପନ ହୋଇଥାଏ। ତେଣୁ ଏହି ତିନି ଦିନ ଚାଷୀମାନେ ହଳଲଙ୍ଗଳ ବ୍ୟବହାର ନକରି ଚାଷ କାର‌୍ୟ୍ୟରୁ ତିନିଦିନ ପାଇଁ ବିରତି ନେଇଥାଆନ୍ତି। ଆମ ଦେଶ କୃଷି ପ୍ରଧାନ ଦେଶ। ମାଟି ମା’ ବହୁ ପ୍ରକାରର ଫସଲ ଆମ ହାତେ ଅଜାଡ଼ି ଦେଇଥାଆନ୍ତି।