Odia News Portal
Yearly Archives

2022

ଅସିତ୍ ତ୍ରିପାଠୀ ଭୁବନେଶ୍ୱର କ୍ଲବ ସଭାପତି

ଭୁବନେଶ୍ୱର କ୍ଲବ ସଭାପତି ନିର୍ବାଚନରେ ବାଜି ମାରିଲେ ପୂର୍ବତନ ଆଇଏସ ଅଫିସର ଅସିତ୍ ତ୍ରିପାଠୀ । ତାଙ୍କୁ ମୋଟ୍ ୮୫୮ ଖଣ୍ଡ ଭୋଟ ମିଳିଛି । ସତ୍ୟପ୍ରକାଶ ନନ୍ଦଙ୍କୁ ହରାଇ ସେ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ସମ୍ପାଦକ ଭାବରେ ଅସିତଙ୍କ ପ୍ୟାନେଲର ଦିଲ୍ଲୀପ ରାଉତରାୟ ବିଜୟ ହୋଇଛନ୍ତି ।

ସ୍ବଚ୍ଛ ସର୍ବେକ୍ଷଣ: ବେଲଗୁଣ୍ଠା, ଚିକିଟି ଏନ୍‌ଏସି ପାଇବ ରାଷ୍ଟ୍ରପତି ପୁରସ୍କାର

ସ୍ବଚ୍ଛ ସର୍ବେକ୍ଷଣରେ ଓଡ଼ିଶାର ୧୧ଟି ସହର ସ୍ଵଚ୍ଛ ଅମୃତ ମହୋତ୍ସବରେ ପୁରସ୍କୃତ ହେବେ। ଏ ଦିଗରେ ଗଞ୍ଜାମ ଜିଲ୍ଲାକୁ ମିଳିଛି ଉଲ୍ଲେଖନୀୟ ସଫଳତା। ଜିଲ୍ଲାର ଦୁଇଗୋଟି ବିଜ୍ଞାପିତ ଅଞ୍ଚଳ ପରିଷଦ ତଥା ଭଞ୍ଜନଗର ଉପଖଣ୍ଡର ବେଲଗୁଣ୍ଠା ଏନ୍ଏସି ଏବଂ ବ୍ରହ୍ମପୁର ଉପଖଣ୍ଡର ଚିକିଟି ଏନ୍ଏସି ଚଳିତ

ମୁଖ୍ୟମନ୍ତ୍ରୀଙ୍କ ମହାଳୟା ଶୁଭେଚ୍ଛା

ଆଜି ପବିତ୍ର ମହାଳୟା । ପିତୃ ପୁରୁଷଙ୍କୁ ପିଣ୍ଡଦାନ କରାଯାଉଛି। ମହାଳୟା ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମା’ ଦୁର୍ଗା ସମସ୍ତଙ୍କୁ ସୁଖ ଓ ସମୃଦ୍ଧିର ଆଶୀର୍ବାଦ ପ୍ରଦାନ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ବିଜୁଳି ଓ ଘଡ଼ଘଡ଼ି ପାଇଁ ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ରାଜ୍ୟରେ ପୁଣି ବଢିବ ବର୍ଷା । ୨୭ ତାରିଖରୁ ବଢିବ ବର୍ଷାର ବିସ୍ତୃତ । ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ । ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ସଂଲଗ୍ନ ଆନ୍ଧ୍ରପ୍ରଦେଶ ଉପକୂଳରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ । ବିଜୁଳି ଓ ଘଡ଼ଘଡ଼ି ପାଇଁ ଆଜି ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ନକଲି ଔଷଧ ଯୋଗାଇଥିବା ବିହାରର ଦୁଇ ବ୍ୟବସାୟୀ ଚିହ୍ନଟ

ନକଲି ଔଷଧ କାରବାର ମାମଲାରେ ଅଧିକ ତଦନ୍ତ ପାଇଁ ବିହାର ଯାଇଥିବା କଟକ କମିସନରେଟ ପୋଲିସ ଟିମକୁ ସଫଳତା ମିଳିଛି। ନକଲି ଔଷଧ ଯୋଗେଇ ଥିବା ବିହାରର ଦୁଇ ବ୍ୟବସାୟୀଙ୍କୁ ଚିହ୍ନଟ କରାଯାଇଛି । ଏନେଇ ଆଜି ସୂଚନା ଦେଇଛନ୍ତି ଡିସିପି ପିନାକ ମିଶ୍ର। ନକଲି ଔଷଧର ଉତ୍ପାଦନ କେଉଁଠାରେ ହୋଇଥିଲା,

ଆମେରିକା ଯିବ କୋରାପୁଟ ହଳଦୀ ସାବୁନ୍

କୋରାପୁଟରେ ଉତ୍ପାଦିତ ହଳଦୀରୁ ପ୍ରସ୍ତୁତ ସାବୁନ ଏବେ ବିଭିନ୍ନ ରାଜ୍ୟରେ ଆଦୃତି ଲାଭ କରିଥିବା ବେଳେ ଏହା ଆହୁରି ପାଦେ ଆଗକୁ ବଢ଼ିଛି । ହଳଦୀ ସାବୁନ ବର୍ତ୍ତମାନ ଆମେରିକାକୁ ରପ୍ତାନି ହେବ । ସେଣ୍ଟ୍ରାଲ ଆମେରିକା ଗ୍ୱାତେମାଲା ରାଜ୍ୟକୁ ଏହା ପଠାଯିବା ନେଇ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି ।

ଶୁଖି ଯାଇପାରେ ଗଙ୍ଗା ନଦୀ

ଗଙ୍ଗା ନଦୀକୁ ନେଇ ସାମ୍ନାକୁ ଆସିଲା ବଡ଼ ତଥ୍ୟ । ଚୀରସ୍ରୋତା ନଦୀ କୁହାଯାଉଥିବା ଗଙ୍ଗାନଦୀ ଶୁଖିଯିବାର ସମ୍ଭାବନା ରହିଛି । ଏନେଇ ବିଶେଷଜ୍ଞ ମାନେ ମତ ପ୍ରକାଶ କରିଥିବା ବେଳେ, ଡେରାଡୁନ୍‌ ଠାରେ ଥିବା ଓ୍ୱାଡିହା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ହିମାଲୟାନ୍‌ ଜିୟୋଲୋଜିର ବୈଜ୍ଞାନିକ ଡକ୍ଟର ରାକେଶ

ଅନଲାଇନ୍ ଚାଇଲ୍ଡ ପର୍ଣ୍ଣୋଗ୍ରାଫି ବିରୋଧରେ ‘ଅପରେସନ ମେଘଦୂତ’, ୨୦ଟି ରାଜ୍ୟର ୫୬ଟି ସ୍ଥାନରେ ସିବିଆଇର ଚଢ଼ାଉ

ଅନଲାଇନ୍ ଚାଇଲ୍ଡ ପର୍ଣ୍ଣୋଗ୍ରାଫି ସହ ଜଡ଼ିତ ମାମଲାରେ ବଡ଼ ଆକ୍ସନ୍ । ଏହି ମାମଲାରେ ସିବିଆଇ ଶନିବାର ୨୦ଟି ରାଜ୍ୟର ୫୬ଟି ସ୍ଥାନରେ ଚଢ଼ାଉ କରିଛି | ଇଣ୍ଟରପୋଲର ସିଙ୍ଗାପୁର ଏବଂ ନ୍ୟୁଜିଲ୍ୟାଣ୍ଡ ଶାଖାର ଇନପୁଟ୍ ଆଧାରରେ ସିବିଆଇ ‘ଅପରେସନ ମେଘଦୂତ’ ନାମରେ ଏହି ରେଡ୍ କରିଛି । ସିବିଆଇର

ଅକ୍ଟୋବର ୧ରେ ଦେଶରେ ଲଞ୍ଚ୍ ହେବ ୫ଜି ସେବା

ଦେଶରେ ଅକ୍ଟୋବର ୧ରେ ଲଞ୍ଚ ହେବାକୁ ଯାଉଛି ୫ଜି ସେବା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଣ୍ଡିଆ ମୋବାଇଲ୍ କଂଗ୍ରେସରେ ୫ଜି ସେବାର ଶୁଭାରମ୍ଭ କରିବେ। ପ୍ରଗତି ମଇଦାନରେ କାର‌୍ୟ୍ୟକ୍ରମର ଆୟୋଜନ କରାଯାଉଛି। ଅନ୍ୟପକ୍ଷେ ୫ଜି ସେବା ଏବଂ ଏଭିଏସନକୁ ନେଇ ଆମେରିକାରେ ଉପୁଜିଥିବା ସମସ୍ୟା ଏବଂ

ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଭୂସ୍ଖଳନ,ଫସିଲେ ୪୦୦ରୁ ଊର୍ଦ୍ଧ୍ୱ ତୀର୍ଥଯାତ୍ରୀ

ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଦେଖାଯାଉଛି। ପିଥୋରାଗଡ଼ରେ ଭୂସ୍ଖଳନ କାରଣରୁ ୪୦ ଯାତ୍ରୀ ଫସିଛନ୍ତି । ଜିଲ୍ଲା ପ୍ରଶାସନ ରାଜପଥରେ ଯାତାୟତ ବନ୍ଦ କରିଛି । ସେହିପରି ଉତ୍ତରକାଶୀରେ ମଧ୍ୟ ସମାନ ଅବସ୍ଥା । ଗଂଗୋତ୍ରୀ ଧାମରୁ ଫେରୁଥିବା ରାଜସ୍ଥାନର ୪୦୦ ତୀର୍ଥଯାତ୍ରୀ ମଧ୍ୟ ଭୂସ୍ଖଳନ କାରଣରୁ